BIG NEWS
ପଥଚାରୀଙ୍କ ଉପରେ ମାଡିଗଲା ଡ଼ମ୍ଫର : ୬ ମୃତ, ଦୁଇ ଗୁରୁତର

ଆଲାସ୍କା ଉପକୂଳରେ ୭.୫ ତୀବ୍ରତାର ଭୂମିକମ୍ପ

FMODIA.IN 20-10-2020
A magnitude 6.5 earthquake off the coast of Alaska

ନୂଆଦିଲ୍ଲୀ, 20 ଅକ୍ଟୋବର : ଆମେରିକାରେ ସୁନାମୀ ବିପଦ ସଂକେତ ମିଳିଛି । ଆଲାସ୍କାର ଉପକୂଳରେ ସୋମବାର ପ୍ରଥମେ ୭.୫ ତୀବ୍ରତାର ଭୂକମ୍ପ ଝଟକା ଆସିଛି । ଏହା ପରେ ସୁନାମୀର ଚେତାବନୀ ଜାରି କରାଯାଇଛି, ଯେଉଁଥିରେ କି ଲୋକଙ୍କୁ ସୁରକ୍ଷିତ ରହିବାକୁ ପରାମର୍ଶ ଦିଆଯାଇଛି । କିଛି ସ୍ଥାନରେ ୧.୫ ଫୁଟରୁ ୨ ଫୁଟ ଉଚ୍ଚର ଲହଡ଼ି ଦେଖିବାକୁ ମିଳିଛି । ପରେ ସୁନାମୀ ଚେତାବନୀ ସଂପର୍କିତ ସୂଚନାକୁ ପରିବର୍ତ୍ତନ କରାଯାଇଛି ।

ଏହି ଭୂକମ୍ପ ଭୂପୃଷ୍ଠରୁ ୪୧ କିମି ଗଭୀରରେ ସାଣ୍ଡ ପଏଣ୍ଟ ସହରରୁ ୯୪ କିଲୋମିଟର ଦୂରରେ ଥିଲା । ସୁନାମୀର ଚେତାବନୀ କେନେଡି ଏଣ୍ଟ୍ରାନ୍ସରେ ୟୁନିମେକ ପର୍ଯ୍ୟନ୍ତ ଜାରି କରାଯାଇଛି । ନ୍ୟାସନାଲ ଓଶିଏନିକ ଆଣ୍ଡ ଅଟୋମାସ୍ଫିରିକ ଆଡମିନିଷ୍ଟ୍ରେସନ କହିଛି, ସନ୍ଧ୍ୟା ୫ଟାରେ ୭.୪ ତୀବ୍ରତାର ଝଟକା ଅନୁଭୂତ ହୋଇଥିଲା । ପରେ ତୀବ୍ରତାକୁ ଅପଡେଟ କରାଯାଇଥିଲା । ଆଲାସ୍କା ଭୂକମ୍ପ କେନ୍ଦ୍ର ଅନୁସାରେ ପୂର୍ବରୁ ଝଟକା ପରେ ଆହୁରି ୨ ଥର ଭୂକମ୍ପ ଅନୁଭୂତ ହୋଇଥିଲା । ଏହାର ତୀବ୍ରତା ରିକ୍ଟର ସ୍କେଲରେ ୫ରୁ ଅଧିକ ଥିଲା ।