BIG NEWS
କରୋନା ପାଇଁ ୨୨୦୦ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ରାଜ୍ୟର ସମସ୍ତ ପ୍ରାଣୀ ଉଦ୍ୟାନ ଏବଂ ପରିବେଶ ପର୍ଯ୍ୟଟନସ୍ଥଳୀଗୁଡ଼ିକ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବନ୍ଦ ରହିବ

FMODIA.IN 19-03-2020
All zoos and eco-tourism in Odisha state will be closed until March 31

ଭୁବନେଶ୍ୱର, ୧୯ ମାର୍ଚ୍ଚ - ସମ୍ଭାବ୍ୟ କରୋନା ପରିସ୍ଥିତିରେ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ଭିତରକନିକା ପ୍ରାକୃତିକ ଅଭୟାରଣ୍ୟ ଏବଂ ଜଙ୍ଗଲ ଓ ପରିବେଶ ବିଭାଗ ଦ୍ୱାରା ପରିଚାଳିତ ରାଜ୍ୟର ସମସ୍ତ ପରିବେଶ ପର୍ଯ୍ୟଟନସ୍ଥଳୀର ରାତ୍ର ରହଣୀ ବ୍ୟବସ୍ଥାର ବୁକିଂ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ରଦ୍ଧ କରାଯାଇଛି । ପରିବେଶ ପର୍ଯ୍ୟଟନସ୍ଥଳୀଗୁଡ଼ିକର ଦିନ ଭ୍ରମଣ ବ୍ୟବସ୍ଥାକୁ ମଧ୍ୟ ସାମୟିକ ଭାବେ ସ୍ଥଗିତ ରଖାଯାଇଛି । ଏହି ସମୟ ମଧ୍ୟରେ ବୁକିଂ କରିଥିବା ସମସ୍ତ ପର୍ଯ୍ୟଟକଙ୍କୁ ଶତପ୍ରତିଶତ ଅଗ୍ରୀମ ଅର୍ଥ ଫେରସ୍ତ ଦିଆଯିବ । ରାଜ୍ୟର ସମସ୍ତ ପ୍ରାଣୀ ଉଦ୍ୟାନ ଜନସାଧାରଣଙ୍କ ନିମନ୍ତେ ବର୍ତମାନ ପାଇଁ ବନ୍ଦ ରହିବ । ସେହିଭଳି ଭୁବନେଶ୍ୱରସ୍ଥିତ ଜୟଦେବ ବାଟିକାକୁ ମଧ୍ୟ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ବନ୍ଦ କରାଯାଇଛି । ଭୁବନେଶ୍ୱର ଆଂଚଳିକ ଉଦ୍ଭିଦ ଗବେଷଣା କେନ୍ଦ୍ରସ୍ଥିତ ବଟାନିକାଲ ଗାର୍ଡେନ ସର୍ବସାଧାରଣଙ୍କ ପାଇଁ ବର୍ତମାନ ଦିନ ୨ଟା ପରେ ବନ୍ଦ ରହିବ ବୋଲି ଜଙ୍ଗଲ ଓ ପରିବେଶ ବିଭାଗ ତରଫରୁ ସୂଚନା ଦିଆଯାଇଛି ।

ସମ୍ବନ୍ଧିତ ଖବର

ଆପଣଙ୍କ ଅଞ୍ଚଳର ଖବର ପଠାନ୍ତୁ

ଫଟୋ ଓ ଭିଡିଓ ଥିଲେ ହ୍ବାଟସ ଅପ ନମ୍ବର9337933340ରେ ପଠାନ୍ତୁ ଆମର ମେଲ ଆଇଡି:news@fmodia.in