BIG NEWS
ପରିବାରର ୪ ସଦସ୍ୟଙ୍କୁ ଟାଙ୍ଗିଆରେ ହାଣି ହତ୍ୟା
ରାଜ୍ୟରେ ବଢିବ ତାପମାତ୍ରା
Breaking News

କୋହଲା ପାଗ ସାଙ୍ଗକୁ ଥଣ୍ଡା ପବନ : ଭୟଙ୍କର ରୂପ ନେଉଛି ପୁରୀ ସମୁଦ୍ର

FMODIA.IN 09-02-2020
Bad weather in Puri;seashore becomes furious

ପୁରୀ :- ଗତ ଦୁଇଦିନ ଧରି କୋହଲା ପାଗ ସାଙ୍ଗକୁ ଘଂଟା ପ୍ରତି ୩୦ରୁ ୪୦ କିଲୋମିଟର ବେଗରେ ଥଣ୍ଡା ପବନ ବହୁଥିବାରୁ ପୁରୀ ସମୁଦ୍ର ଜୁଆରିଆ ରହୁଛି । ଶନିବାର ସକାଳୁ ସମୁଦ୍ରରେ ବଡ଼ ବଡ଼ ଢ଼େଉ ଉଠିବା ସହ କୂଳରେ ପିଟି ହେଉଥିବା ଦେଖାଯାଇଛି । ଅନ୍ୟପକ୍ଷରେ ମଙ୍ଗଳାନଦୀର ପାଣି ମୁହାଣ ଦେଇ ସ୍ୱର୍ଗଦ୍ୱାର କୂଳକୁ ଆସୁଥିବାରୁ ଲହଡ଼ି ଓ ପାଣିମାଡ ଦ୍ୱାରା ସ୍ୱର୍ଗଦ୍ୱାର ସମୁଦ୍ରକୂଳରୁ ବାଲି ଅତଡା ଖସୁଛି । ଉଠା ଦୋକାନୀମାନେ ସେମାନଙ୍କ ପସରାକୁ ଉପରକୁ ଟେକି ଦେଇଛନ୍ତି । ଆକାଶ ଧୂଆଁଳିଆ ଥିବାରୁ ସମୁଦ୍ର ଭୟଙ୍କର ଦେଖାଯାଉଛି । ମତ୍ସ୍ୟଜୀବିମାନେ ସମୁଦ୍ର ଭିତରକୁ ମାଛ ମାରିବାକୁ ଯିବାକୁ ଭୟ କରୁଛନ୍ତି । କୋହଲା ପାଗ ଓ ଝିପିଝିପି ବର୍ଷା ଯୋଗୁଁ ଦିଗବାରେଣୀ ଖୁଂଟ ଠାରୁ ବଳିଆପଣ୍ଡା ପର୍ଯ୍ୟନ୍ତ ସମୁଦ୍ରକୂଳ ପର୍ଯ୍ୟଟକ ବିହୀନ ହୋଇପଡିଛି ।

ସମ୍ବନ୍ଧିତ ଖବର

ମୁଖ୍ୟ ଖବର

ଆପଣଙ୍କ ଅଞ୍ଚଳର ଖବର ପଠାନ୍ତୁ

ଫଟୋ ଓ ଭିଡିଓ ଥିଲେ ହ୍ବାଟସ ଅପ ନମ୍ବର9337933340ରେ ପଠାନ୍ତୁ ଆମର ମେଲ ଆଇଡି:news@fmodia.in