BIG NEWS
କରୋନା ପାଇଁ ୨୨୦୦ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଝାଡ଼ବାତ୍ୟା ଯୋଗୁଁ ବ୍ୟାପକ କ୍ଷୟକ୍ଷତି

FMODIA.IN 19-03-2020
Extensive damage caused by the storm in Jharsuguda

ଝାରସୁଗୁଡା:୧୯ ମାର୍ଚ୍ଚ:ଝାରସୁଗୁଡା ଅଞ୍ଚଳରେ ଆଜି ଅପରାହ୍ନ ରେ ଝଡବାତ୍ୟା ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଛି।ଆଜି ଅପରାହ୍ନ ପ୍ରାୟ ୩ ଟା ସମୟରେ ଝଡବାତ୍ୟା ଆରମ୍ଭ ହୋଇ ପ୍ରାୟ ଘଣ୍ଟାଏ କାଳ ଏହି ତାଣ୍ଡବଲୀଳା ଚାଲିଥିଲା।ଏହି ଝଡବାତ୍ୟା ରେ ଝାରସୁଗୁଡା ବିଟିଏମ ଅଞ୍ଚଳରେ ବହୁ ବଡ଼ ବଡ଼ ଗଛଭାଙ୍ଗି ବିଦ୍ୟୁତ ତାର ଉପରେ ପଡିଯାଇଥିବାରୁ ତଥା ଖୁଣ୍ଟ ଗୁଡିକ ଭାଙ୍ଗି ଯାଇଥିବାରୁ ବିଦ୍ୟୁତ ସରବରାହ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି।ବହୁ ଗଛ ଭାଙ୍ଗି ରାସ୍ତା ଉପରେ ପଡିଯାଇଥିବାରୁ ଯାତାୟାତ ର ଆସୁଥିବା ମଧ୍ୟ ହେଉଥିବା ସ୍ଥାନୀୟ ଲୋକମାନେ କହିଛନ୍ତି।ଏହି ଅଞ୍ଚଳରେ ଏକ କାର ଉପରେ ଏକ ବଡ଼ ଗଛ ପଡିଯାଇଥିବାରୁ କାରଟି କ୍ଷତିଗ୍ରସ୍ତ ହୋଇଛି।ସେହିପରି କାଳୀମନ୍ଦିର ଅଞ୍ଚଳରେ ମଧ୍ୟ ବହୁ ବଡ଼ ବଡ଼ ଗଛ ଭାଙ୍ଗି ରାସ୍ତା ଉପରେ ପଡିଯାଇଥିବାରୁ ତଥା ବିଦ୍ୟୁତ ତାର ଓ ଖୁଣ୍ଟ ଉପରେ ପଡିଯାଇଥିବାରୁ ବିଦ୍ୟୁତ ସରବରାହ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଛ।ସେହିପରି ସରବାହାଲ ଅଞ୍ଚଳରେ ମଧ୍ୟ ଗଛ ପଡି ପଡି ରାସ୍ତା ଅବରୋଧ ହୋଇଥିବାବେଳେ ବିଦ୍ୟୁତ ସରବରାହ ବନ୍ଦ ବନ୍ଦ ହୋଇଯାଇଛି।ସେହିପରି ବଡ଼ମାଲ ଥାନା ଅନ୍ତର୍ଗତ ସାପଡା ରେ ଏକ ତେନ୍ତୁଳି ଗଛ ବିଦ୍ୟୁତ ତାର ଉପରେ ମୂଳରୁ ଭାଙ୍ଗି ପଡିଯାଇଥିବାରୁ ସାପଡା ହିର୍ମା ରାସ୍ତା ସମ୍ପୂର୍ଣ୍ଣ ଅବରୋଧ ହୋଇଯାଇଛି।ଯାତାୟାତ ଲୋକମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।ଏହି ଅଞ୍ଚଳରେ ଅନେକ ଗୁଡିଏ ବିଦ୍ୟୁତ ଖୁଣ୍ଟ ଭାଙ୍ଗି ଯାଇଥିବାରୁ ଓ ତାର ଛିଣ୍ଡି ପଡ଼ିଥିବାରୁ ସମ୍ପୂର୍ଣ୍ଣ ଅଞ୍ଚଳରେ ଅନ୍ଧକାର ଖେଳିଯାଇଛି।ସେହିପରି ହିର୍ମା, ତରେଇକେଲା, ବୃନ୍ଦାମାଲ, କାତିକେଲା,ଭୁରକାମୁଣ୍ଡା, ଶ୍ରୀପୁରା,ତୁମେକେଲା ଅଞ୍ଚଳରେ ମଧ୍ୟ ଝଡବାତ୍ୟା ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଜଣାପଡିଛି।ତେଵେ ଏ ପର୍ଯ୍ୟନ୍ତ କୌଣସି ମୃତାହତ ଖବର ହସ୍ତଗତ ହୋଇନାହିଁ।ବିଦ୍ୟୁତ ବିଭାଗ ତରଫରୁ ଯଥାଶୀଘ୍ର ବିଦ୍ୟୁତ ସରବରାହ ଯୋଗାଇବାପାଇଁ ବିଭାଗ ତରଫରୁ ବିଭିନ୍ନ ସ୍ଥାନରେ ତାର ଉପରେ ପଡିଥବା ଗଛ ଗୁଡିକୁ ହଟାଇବା କାମ ଆରମ୍ଭ ହୋଇଯାଇଥିବା ଦେଖିବାକୁ ମିଳିଛି।ଝଡତୋଫାନ ର ମାତ୍ର ଏତେ ଅଧିକ ଥିଲା ଯେ ରେଳଷ୍ଟେସନ ଧାରଣାର ବିଦ୍ୟୁତ ତାର ରେ ନିଆଁ ଲାଗିଯିବାରୁ ପ୍ରାୟ ଘଂଟାଏ ପର୍ଯ୍ୟନ୍ତ ମୁମ୍ବାଇ ହାଓଡ଼ା ମେନ ଲାଇନରେ ରେଳ ଚଳାଚଳ ବନ୍ଦ ରହିଥିଲା। ଅନ୍ୟପଟେ ଝାରସୁଗୁଡା ସହର କୁ ସଂଯୋଗ କରୁଥିବା ବିଭିନ୍ନ ରାସ୍ତା ରେ ବିଶାଳ ଗଛ ଉପୁଡି ପଡ଼ିବାରୁ ଦୀର୍ଘ ସମୟ ପର୍ଯନ୍ତ ରାସ୍ତା ଅବରୋଧ ହୋଇଥିବା ବେଳେଓଡ୍ରାଫ, ଅଗ୍ନିଶମ ବିଭାଗ ଏବଂ ପୌର କର୍ମଚାରୀ ଗଛ କାଟି ରାସ୍ତା ସଫା କରୁଛନ୍ତି ।ସେହିଭଳି ସହର ର ସରବାହାଲ ଅଞ୍ଚଳ ରେ ଘରେ ଗଛ ପଡିବାରୁ ଜଣେ ବ୍ୟକ୍ତି ଆହତ ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି । ସେପଟେ ଲଖନପୁର ବ୍ଲକର ଅନେକ ସ୍ଥାନରେ କୁଆପଥର ବର୍ଷା ହୋଇ ବ୍ୟାପକ ପାଣି ପରିବା ଚାଷ କ୍ଷତି ହୋଇଛି।ଝାରସୁଗୁଡା ତହସିଲ ଅଂଚଳରେ କେତେ କ୍ଷୟକ୍ଷତି ହୋଇଛି ରାଜସ୍ୱ ବିଭାଗ ତରଫରୁ ତାର ଆକଳନ କରାଯାଉଥିବା କହିଛନ୍ତି ଝାରସୁଗୁଡା ତହସିଲଦାର ।(ହିସ)

ସମ୍ବନ୍ଧିତ ଖବର

ଆପଣଙ୍କ ଅଞ୍ଚଳର ଖବର ପଠାନ୍ତୁ

ଫଟୋ ଓ ଭିଡିଓ ଥିଲେ ହ୍ବାଟସ ଅପ ନମ୍ବର9337933340ରେ ପଠାନ୍ତୁ ଆମର ମେଲ ଆଇଡି:news@fmodia.in