BIG NEWS
କରୋନା ପାଇଁ ୨୨୦୦ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ମାଲକାନଗିରିରେ ମୃଦୁ ଭୂମିକମ୍ପ : ତୀବ୍ରତା ୪.୨

FMODIA.IN 21-03-2020
Malkangiri earthquake shakes 6.2 magnitude

ମାଲକାନଗିରି, ୨୧ ମାର୍ଚ୍ଚ - ମାଲକାନଗିରି ଜିଲ୍ଲାରେ ଆଜି ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି । ଦିନ ୧୧ଟା ୧୯ ମିନିଟ୍ ସମୟରେ ଦୁଇ ଥର ତିନି ସେକେଣ୍ଡ ପାଇଁ ଥରି ଉଠିଥିଲା ମାଲକାନଗିରି । ଭୂମିକମ୍ପ ଭୟରେ ଲୋକେ ଘରୁ ପଦାକୁ ବାହାରି ଆସିଥିଲେ । ଏହି ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୪.୨ ଥିବା ଜିଲ୍ଲାପାଳ ମନୀଷ ଅଗ୍ରୱାଲ ସୂଚନା ଦେଇଛନ୍ତି ।

ଜିଲ୍ଲାର ଖଇରପୁଟ, ମାଥିଲି ବ୍ଲକ୍ ସମେତ କେତେକ ସ୍ଥାନରେ ଭୂ-କମ୍ପ ହୋଇଥିବା ଜଣାପଡିଛି । ଏଥିଯୋଗୁଁ ମାଲକାନଗିରି ସଦର ମହକୁମା, ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ସମେତ ବିଭିନ୍ନ ବେସରକାରୀ ଗୃହ ଓ ମାଥିଲି ଅଂଚଳରେ କିଛି ଲୋକଙ୍କ ଘର କାନ୍ଥରେ ଫାଟ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି । ସୀମାନ୍ତ ରାଜ୍ୟ ଛତିଶଗଡ଼ର ସୁକୁମା ଓ ଜଗଦଳପୁର ଠାରୁ ୩୪ କି.ମି. ଦୂରରେ ଏହାର କେନ୍ଦ୍ରସ୍ଥଳ ରହିଛି ।

ସମ୍ବନ୍ଧିତ ଖବର

ଆପଣଙ୍କ ଅଞ୍ଚଳର ଖବର ପଠାନ୍ତୁ

ଫଟୋ ଓ ଭିଡିଓ ଥିଲେ ହ୍ବାଟସ ଅପ ନମ୍ବର9337933340ରେ ପଠାନ୍ତୁ ଆମର ମେଲ ଆଇଡି:news@fmodia.in