BIG NEWS
କରୋନା ପାଇଁ ୨୨୦୦ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଅଦିନିଆ ଝଡବର୍ଷା ଓ ବଜ୍ରପାତରେ ଜଣେ ମୃତ

FMODIA.IN 21-03-2020
One killed in lightning and storm in Bhuban dhenkanal

ଭୁବନ, 21 ମାର୍ଚ୍ଚ - ଗତକାଲି ସଂଧ୍ୟା ସାଢେ ୬ ଘଟିକା ସମୟରୁ ସାଢେ ୭ ଘଟିକା ପର୍ଯ୍ୟନ୍ତ ଅଚାନକ ଅଦିନିଆ ଝଡବର୍ଷା ର ତାଣ୍ଡବ ଆରମ୍ଭ ହୋଇଥିଲା । ପ୍ରାୟ ୮୦ କିମି ବେଗରେ ପବନ ବହିବା ଯୋଗୁ ବହୁ ଚାଳଘର ଓ ଆଜବେଷ୍ଟସ ଘରର ଛପର ଉଡିଯିବା ସହିତ ପ୍ରବଳ ବର୍ଷା ସାଙ୍ଗକୁ ବଜ୍ରପାତ ଘଟି ଜଣେ ମହିଳା ଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ପ୍ରାପ୍ତ ଖବରରୁ ପ୍ରକାଶ ଯେ, ଭୁବନ ବ୍ଲକ ଅନ୍ତର୍ଗତ ଗଡନୃସିଂହ ପ୍ରସାଦ ଗ୍ରାମର ସୁଦର ମଲିକଙ୍କ ପନୀ ସୁଶୀଳା ମଲିକ(୫୫) ଘର ପିଣ୍ଡାରେ ବସିଥିବା ବେଳେ ବଜ୍ରପାତ ଘଟି ତାଙ୍କ ପେଟ ଓ ପିଠି ସଂପୂର୍ଣ୍ଣ ପୋଡିଯାଇଥିଲା । ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ଭୁବନ ଡାକ୍ତରଖାନାରେ ଆଜି ଶବ ବ୍ୟବଚ୍ଛେଦ କରାଯାଇଥିଲା । ମୃତ ମହିଳା ଜଣକ ଅନୁସୂଚିତ ବର୍ଗ ଓ ନିହାତି ଗରିବ ଶ୍ରେଣୀର ହୋଇଥିବାରୁ ତାଙ୍କ ପରିବାରବର୍ଗଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି ହୋଇଛି ।

ସମ୍ବନ୍ଧିତ ଖବର

ଆପଣଙ୍କ ଅଞ୍ଚଳର ଖବର ପଠାନ୍ତୁ

ଫଟୋ ଓ ଭିଡିଓ ଥିଲେ ହ୍ବାଟସ ଅପ ନମ୍ବର9337933340ରେ ପଠାନ୍ତୁ ଆମର ମେଲ ଆଇଡି:news@fmodia.in