ବରୀ ପୋଲିସ ପକ୍ଷରୁ ସ୍ଵଛ ଭାରତ କାର୍ଯ୍ୟକ୍ରମ

FMODIA.IN 21-05-2020
Swachh Bharat program by Bari Police

ସ୍ନେହାଂଶୁ ଶେଖର ମହାନ୍ତି

ଯାଜପୁର, ବରୀ

(FMODIA.IN) - ଯାଜପୁର ଜିଲ୍ଲାର ବରୀ ପୋଲିସ ଷ୍ଟେସନ ତରଫରୁ ଏକ ନିଆରା ପ୍ରକାରର କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । କରୋନା ମହାମାରୀ ସମୟରେ କରୋନା ଯୋଦ୍ଧା ସାଜି ଛିଡ଼ାହୋଇଥିବା ବରୀ ପୋଲିସ ଆଜି ଗୋଷ୍ଠୀସ୍ୱାସ୍ଥକେନ୍ଦ୍ର ପରିସର କୁ ସଫେଇ କରିଥିଲେ । ମହାବାତ୍ୟା ଆମ୍ପନ ପ୍ରଭାବରେ ରେ ବରୀ ଗୋଷ୍ଠି ସ୍ୱାସ୍ତ୍ୟ କେନ୍ଦ୍ର ପରିସ ରେ ଅଳିଆ/ଆବର୍ଜନା ରେ ପୁର୍ଣ ହୋଇ ରହିଥିଲା । ଲୋକଙ୍କର କିଛି ଅସୁବିଧା ହେଲେ ସେମାନେ ପ୍ରଥମେ ମେଡିକାଲ ଆସନ୍ତି ସେଠାରେ ପରିଷ୍କାର ରହିଲେ ସବୁ ଠିକ ରହିବ । ବରୀ ପୋଲିସ ଆଜିସେହି ସ୍ଥାନକୁ ସଫେଇ କରି ନିଆରା ପ୍ରକାର ର କାର୍ଯ୍ୟକ୍ରମ ଦେଖିବାକୁ ମିଳିଛିଥିଲା।ବରୀ ଥାନାଧିକାରୀ ମାର୍କଣ୍ଡ ଚନ୍ଦ୍ର ମିଶ୍ରଙ୍କ ନେତୃତ୍ୱରେ ଏହି ଥାନା ଅଧିନସ୍ଥ ସମସ୍ତ କର୍ମଚାରୀ ଯୋଗଦେଇ ଅନ୍ତର୍ବିଭାଗ ,ବହୀରବିଭାଗ ଓ ସ୍ଵାସ୍ତ୍ୟ କେନ୍ଦ୍ର ପରିସରକୁ ପରିଷ୍କାର କରିବା ପରେ ଓ ସାନିଟାଇଜେସନ କରିଥିବା ଦେଖିବାକୁ ମିଳିଥିଲା।ଏହି ସଫେଇ କାର୍ଯ୍ୟକ୍ରମ ରେ ବରୀ ତହସିଲଦାର ସରୋଜକାନ୍ତ ନାୟକ,ବରୀ ଥାନା ଏସ.ଆଇ ନାରାୟଣ ପ୍ରସାଦ ବେହେରା, ପ୍ରଶାନ୍ତ ଗଡନାୟକ,ଶରତ ଚନ୍ଦ୍ର ବେହେରାଙ୍କ ସମେତ ଡ଼.କୌଶିକ ପାତ୍ର,ଡ଼.ଜିନ୍ନତ ଦାସ,ଙ୍କ ସହିତ ଏହି ଥାନା ର କନେଷ୍ଟ ବଳ ବିରେନ୍ଦ୍ର ମିଶ୍ର , ଗଙ୍ଗାଧର ଦାସ, ଶରତ ଦ୍ଵିବେଦୀ , ମନୋଜ ରାଉତ,ମୋଚିରାମ ଟୁଡୁ,ସିମାରାଣୀ ସେଠି , ସୋମ୍ୟରଂଜନ ଧଳ, ବିଜୟ ଲଷ୍ମୀ ସାହୁ, ଲାଲମୋହନ ତିରିଆ,ଙ୍କ ସମେତ ସମସ୍ତ ଗୃହରକ୍ଷୀ କର୍ମଚାରୀ , ଗ୍ରାମରଖି କର୍ମଚାରୀ ଓ ସ୍ୱାସ୍ଥ୍ୟ କେନ୍ଦ୍ରର କର୍ମଚାରୀ ମାନେ ଯୋଗ ଦେଇଥିଲେ।