ନୂଆପଡାରେ ତାପମାତ୍ରା ୪୩ ଡିଗ୍ରୀ ସେଲ୍ସିଅସ

FMODIA.IN 23-05-2020
The temperature in Nuwara Eliya was 43 degrees Celsius

ନୂଆପଡା, 23 ମଇ : ନୂଆପଡା ଜିଲ୍ଲାରେ ଗତ ୧ ମାସ ଧରି ପ୍ରବଳ ଗରମ ଅନୁଭୂତ ହେଉଥିବା ବେଳେ ଝାଞ୍ଜି ପବନ ପ୍ରବାହିତ ହେଉଛି । ଫଳରେ ସାଧାରଣ ଜୀବନ ଯାତ୍ରା ବ୍ୟାହତ ହେଉଛି । ବିଶେଷ କରି ଦିନ ୧୧ ଘଣ୍ଟା ସମୟରୁ ସଂଧ୍ୟା ପର୍ଯ୍ୟନ୍ତ ଲୋକେ ଘରୁ ପଦାକୁ ବାହାରିବାକୁ ସାହାସ କରି ପାରୁନଥିବା ବେଳେ ରାତ୍ର ସମୟରେ ଅସହ୍ୟ ଗୁଲଗୁଲି ଲୋକଙ୍କୁ ବ୍ୟଥିତ କରିଛି । ଏଥିରେ ଛୋଟ ଶିଶୁ ଏବଂ ବୃଦ୍ଧବୃଦ୍ଧା ମାନେ ବେଶି ପ୍ରଭାବିତ ହେଉଛନ୍ତି । ଶୁକ୍ରବାର ନୂଆପଡାରେ ତାପମାତ୍ରା ୪୩ ଡିଗ୍ରୀ ରେକର୍ଡ କରାଯାଇଛି । ଚଳିତ ବର୍ଷରେ ଝାଞ୍ଜି ପବନ ଆଜି ଅଧିକ ମାତ୍ରାରେ ପ୍ରଡ଼ାହିତ ହେଉଅଛି । ଲକଡାଉନ କାରଣ ଏବଂ ସରକାରଙ୍କ କଟକଣା ଯୋଗୁଁ ଅନେକ ବୃଦ୍ଧ, ବୃଦ୍ଧା, ଶିଶୁ ମାନେ କମ ବାହାରକୁ ବାହାରୁ ଥିବାରୁ ଅଂଶୁଘାତରୁ ରକ୍ଷା ପାଇଯାଇଛନ୍ତି । ଅନ୍ୟପକ୍ଷରେ ସହରାଞ୍ଚଳ ଅପେକ୍ଷା ଗ୍ରାମାଞ୍ଚଳ ମାନଙ୍କରେ ବିଦ୍ୟୁତ ବିଭାଗର ବିଦ୍ୟୁତ ଲୁଚକାଳି ଖେଳ ଯୋଗୁଁ ଲୋକେ ବହୁ ହଇରାଣର ସମ୍ମୁଖିନରେ ପଡୁଛନ୍ତି । ଇଚ୍ଛା କଲେ ବିଦ୍ୟୁତ ବିଭାଗ ଲାଇନ କାଟି ଦେଉଥିବା ଦେଖିବାକୁ ମିଳିଛି । ଫଳରେ ଲୋକେ ଥଣ୍ଡା ପବନ ଏବଂ ବର୍ଷାକୁ ଅନାଇ ବସି ରହିଛନ୍ତି । ସେହିପରି ଏହି ପ୍ରଚଣ୍ଡ ରୌଦ୍ରତାପରେ ପାନୀୟ ଜଳ ପାଇଁ ବିଶେଷ କରି ଗୃହ ପାଳିତ ପଶୁ ମାନେ ବହୁ ଅସୁବିଧା ଭୋଗି ସମସ୍ୟାର ସମ୍ମୁଖୀନରେ ପଡୁଛନ୍ତି । ପ୍ରଚଣ୍ଡ ଖରା ଯୋଗୁଁ ନଈ, ନାଳ, ଝରଣା, ପୋଖରୀ, ଗାଡିଆ ମାନଙ୍କରେ ଥିବା ପାଣି ଶୁଖିଯାଇଥିବା ବେଳେ ପାଣି ଟିକକ ପାଇଁ ଗୃହପାଳିତ ପଶୁ ପକ୍ଷୀ ମାନେ ହଇରାଣ ହରକତ ହେଉଛନ୍ତି । ଫଳରେ ଏହି ପଶୁମାନେ ନାନା ଉପାୟରେ ନିଜ ତୃଷ୍ଣା ମେଂଟାଉଥିବା ଦେଖିବାକୁ ମିଳିଛି । ଆଗେ ଗୃହପାଳିତ ପଶୁପକ୍ଷୀ ମାନଙ୍କ ପାଇଁ ଗ୍ରାମାଞ୍ଚଳ ଓ ସହରାଞ୍ଚଳ ମାନଙ୍କର ଲୋକେ ଦୟା ପରବତ ହୋଇ ପାନୀୟ କୁଣ୍ଡକରି ପାନୀୟ ଜଳ ରଖୁଥିବା ବେଳେ ଏହି ପାନୀୟ ଜଳକୁ ଗୃହପାଳିତ ପଶୁପକ୍ଷୀ ମାନେ ପିଇ ତୃଷ୍ଣା ମେଣ୍ଟାଉଥିଲେ କିନ୍ତୁ ଏବେ ଆଉ ସେସବୁ ଆଉ ଦେଖିବାକୁ ମିଳୁନାହିଁ ।