୬ ଜିଲ୍ଲାରେ ପ୍ରବଳ ବର୍ଷିବ

FMODIA.IN 19-06-2020
There will be heavy rains in 4 districts

ଭୁୁବନେଶ୍ୱର,୧୯ ଜୁନ - ଆସନ୍ତା ୨୪ ଘଂଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା ରହିଛି । ଏଥିନେଇ ଭୁବନେଶ୍ୱର ସ୍ଥିତ ଆଂଚଳିକ ପାଣିପାଗ କେନ୍ଦ୍ର ୬ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରୀ କରିଛି । ଏହି ଜିଲ୍ଲା ଗୁଡିକ ହେଲା ସୁନ୍ଦରଗଡ , ଦେବଗଡ, ଝାରସୁଗୁଡା , ସମ୍ବଲପୁର କେନ୍ଦୁଝର ଓ ମୟୁରଭଂଜ । ଏହି ସବୁ ଜିଲ୍ଲା ଗୁଡିକରେ ଶନିବାର ସକାଳ ମଧ୍ୟରେ ପ୍ରବଳ ବର୍ଷା ହୋଇପାରେ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

ସେହିପରି ଉତର ଉପକୂଳ ଓଡିଶା ସମେତ ଗଂଜାମ, ନୟାଗଡ , ଖୋର୍ଦ୍ଧା,କନ୍ଧମାଳ , ମୟୁରଭଂଜ, କେନ୍ଦୁଝର ଓ ଢେଙ୍କାନାଳରେ ବଜ୍ରପାତ ହେବାର ସମ୍ଭାବନା ରହିଥିବାରୁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ବଜ୍ରପାତ ସମୟରେ ଘରୁ ନବାହାରିବାକୁ ସତର୍କ କରାଯାଇଛି ।