BIG NEWS
ଆଜି ଅବପାତରେ ପରିଣତ ହେବ ଲଘୁଚାପ , ୨୪ ଯାଏଁ ଓଡିଶାରେ ବର୍ଷା

ମତ୍ସ୍ୟ ପୋଖରୀ ଯୋଜନାର ଜିଲ୍ଲାସ୍ତରୀୟ ମନୋନୟନ କମିଟି ବୈଠକ ଅନୁଷ୍ଠିତ

FMODIA.IN 18-09-2020
A meeting of the district selection committee of the fish pond scheme was held

By Susant K Pradhan

(Fast Mail News) --ଜିଲ୍ଲାରେ ମତ୍ସ୍ୟ ପୋଖରୀ ଯୋଜନାରେ ହିତାଧିକାରୀ ମନୋନୟନ ନିମନ୍ତେ ଆଜି ପୂର୍ବାହ୍ନ ରେ ଜିଲ୍ଲାପାଳ ଶ୍ରୀ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଙ୍କ ଅଧ୍ୟକ୍ଷତାରେ ତାଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠ ରେ ଏହି ବୈଠକ ଅନୁଷ୍ଠିତ ହୋଉଯାଇଛି l ଏହି ଯୋଜନାର ସଠିକ କାର୍ଯ୍ୟକାରିତା ଉପରେ ଜିଲ୍ଲାପାଳ ଗୁରୁତ୍ୱାରୋପ କରିବା ସହିତ ବିଭିନ୍ନ ବିଭାଗ ଦ୍ୱାରା ପ୍ରଚଳିତ ଯୋଜନାରେ ହିତାଧିକାରୀ ଚୟନ ରେ ସ୍ୱଛତାବଜାୟ ରଖିବାକୁ ପରାମର୍ଶ ଦେଇଥିଲେ l 2020-21 ଆର୍ଥିକ ବର୍ଷ ରେ ସରକାର ଙ୍କ ଦ୍ୱାରା 48.38 ହେକ୍ଟର ଜଳାୟତନ ବିଶିଷ୍ଟ ନୂତନ ପୋଖରୀ ଖନନର ଧାର୍ଯ୍ୟ ଲକ୍ଷ୍ୟ ଥିଲା l ଏଥିନିମନ୍ତେ ବିଭିନ୍ନ ବ୍ଲକ ରୁ ମତ୍ସ୍ୟ ବିଭାଗ ଦ୍ୱାରା ହସ୍ତଗତ ହୋଇଥିବା 52.98ହେକ୍ଟର ଜଳାୟତନ ବିଶିଷ୍ଟ 94 ଗୋଟି ଆବେଦନ ପତ୍ର ଜିଲ୍ଲାସ୍ତରୀୟ ମନୋନୟନ କମିଟି ଦ୍ୱାରା ଅନୁମୋଦନ କରାଯାଇଥିଲା l ବୈଠକ ପ୍ରାରମ୍ଭ ରେ ଅନୁଗୋଳ ମଣ୍ଡଳ ର ଉପ ମତ୍ସ୍ୟ ନିର୍ଦେଶକ ତଥା ଭାରପ୍ରାପ୍ତ ଜିଲ୍ଲା ମତ୍ସ୍ୟ ଅଧିକାରୀ ଶ୍ରୀ ଶାନ୍ତନୁ ସାହୁ ସମସ୍ତଙ୍କୁ ସ୍ୱାଗତ ଜଣାଇବା ସହିତ ଏହି ଯୋଜନାର କାର୍ଯ୍ୟକାରିତା ସମ୍ପର୍କରେ ଜିଲ୍ଲାପାଳ ଙ୍କୁ ଅବଗତ କରାଇଥିଲେ l ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଶ୍ରୀ ଭୋଲାଶଂକର ବେହେରା ଓ ବ୍ୟାଙ୍କ ସମୂହ ର ଅଗ୍ରଣୀ ଜିଲ୍ଲା ପ୍ରବନ୍ଧକ ଶ୍ରୀ ମହେଶ୍ଵ ଗୌଡ଼ ଙ୍କ ସମେତ ବିଭାଗୀୟ ଅଧିକାରୀ ମାନେ ଯୋଗଦେଇଥିଲେ l