BIG NEWS
ଆଜି ଅବପାତରେ ପରିଣତ ହେବ ଲଘୁଚାପ , ୨୪ ଯାଏଁ ଓଡିଶାରେ ବର୍ଷା

ଆଜିସୁଦ୍ଧା ଅନୁଗୁଳ ଜିଲ୍ଲାରେ କରୋନା ପଜିଟିଭଙ୍କ ସଂଖ୍ୟା 6859 ରେ ପହଁଚିଲା l ଆଜି ନୂଆ ବାହାରିଲେ 223 ଜଣ l

FMODIA.IN 14-10-2020
Angul covid-19 cases reached 6859

By Susant K Pradhan

(Fast Mail News) - ଆଜିସୁଦ୍ଧା ଅନୁଗୁଳ ଜିଲ୍ଲାରେ ମହାମାରୀ କରୋନା ସଂକ୍ରମଣ ରେ ଜିଲ୍ଲାରୁ ମୋଟ 6859(ଛହଜାର ଆଠଶହ ଅଣଷଠି) ଜଣ ପଜିଟିଭ ଚି଼ହ୍ନଟ ହୋଇସାରିଲେଣି l ଆଜି ଅନୁଗୁଳ ଜିଲ୍ଲାରୁ 63 ଜଣ ମହିଳା ଓ 160 ଜଣ ପୁରୁଷ ଙ୍କୁ ମିଶାଇ ମୋଟ 223 ଜଣ କରୋନା ପଜିଟିଭ ଚି଼ହ୍ନଟ ହୋଇଛନ୍ତି l ଜିଲ୍ଲାରେ ପ୍ରତିଦିନ କୋଭିଡ-19 ସମ୍ପର୍କିତ ପ୍ରେସ ବିଜ୍ଞପ୍ତି ଜାରି କରୁଥିବା ଜିଲ୍ଲା ଲୋକସମ୍ପର୍କ ଅଧିକାରୀ ଶ୍ରୀ ଶରତ ଚନ୍ଦ୍ର ସେଠୀ ଙ୍କ ସୂତ୍ରରୁ ଜଣାପଡିଛି ଯେ ଆଜି ଚି଼ହ୍ନଟ ହୋଇଥିବା ଆକ୍ରାନ୍ତ ମାନଙ୍କ ମଧ୍ୟରେ ଅନୁଗୁଳ ପୌରାଞ୍ଚଳ ରୁ 40 ଜଣ, ଛେଣ୍ଡିପଦା ବ୍ଲକ ଅଞ୍ଚଳ ରୁ 37 ଜଣ, ବନରପାଳ ବ୍ଲକ ଅଂଚଳରୁ 28 ଜଣ, ଅନୁଗୁଳ ବ୍ଲକ ଅଂଚଳରୁ 25 ଜଣ, talcherblok ଅଂଚଳରୁ 24 ଜଣ, କଣିହାଁ ବ୍ଲକ ଅଞ୍ଚଳ ରୁ 24 ଜଣ, ପାଳଲହରା ବ୍ଲକ ଅଞ୍ଚଳ ରୁ 15 ଜଣ, କିଶୋରନଗର ବ୍ଲକ ଅଂଚଳରୁ 12 ଜଣ, ତାଳଚେର ପୌରାଞ୍ଚଳ ରୁ 8 ଜଣ, ଆଠମଲ୍ଲିକ ବିଜ୍ଞାପିତ ଅଞ୍ଚଳ ପରିଷଦରୁ 5 ଜଣ ଓ ଆଠମଲ୍ଲିକ ବ୍ଲକ ଅଞ୍ଚଳ ରୁ 5 ଜଣ ଅଛନ୍ତି l ଏହି ସମସ୍ତେ ଅନ୍ୟ ଆକ୍ରାନ୍ତ ଙ୍କ ସଂସ୍ପର୍ଶ ରେ ଆସି ପଜିଟିଭ ହୋଇଥିବା ଜଣାପଡିଛି l ସମସ୍ତ ଲକ୍ଷଣଯୁକ୍ତ ଆକ୍ରାନ୍ତ ମାନଙ୍କୁ କୋଭିଡ ହସ୍ପିଟାଲ କୁ ଚିକିତ୍ସା ନିମନ୍ତେ ପଠାଯାଉଥିବାବେଳେ ସ୍ୱଳ୍ପ ଲକ୍ଷଣଯୁକ୍ତ ଓ ଲକ୍ଷଣ ବିହୀନ ମାନଙ୍କୁ ନିଜ ଘରେ ହୋମ ଆଇସୋଲେସନ ରେ ରଖାଯାଇ ନିରୀକ୍ଷଣ କରାଯାଉଛିବୋଲି ଜିଲ୍ଲାପାଳ ଶ୍ରୀ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ପ୍ରକାଶ କରିଛନ୍ତି l ଆଜି ଦିନରେ କୋଭିଡ ହସ୍ପିଟାଲ ରୁ 13 ଜଣ ଓ ହୋମ ଆଇସୋଲେସନ ରୁ 157 ଜଣ ସୁସ୍ଥ ହୋଇଛନ୍ତି l