BIG NEWS
ଆଜି ଅବପାତରେ ପରିଣତ ହେବ ଲଘୁଚାପ , ୨୪ ଯାଏଁ ଓଡିଶାରେ ବର୍ଷା

ଆଜି ଅନୁଗୁଳ ଜିଲ୍ଲାରୁ 117 ଜଣ କରୋନା ପଜିଟିଭ ଚି଼ହ୍ନଟ l ପଜିଟିଭି ସଂଖ୍ୟା 6976 ହେଲା ଓ ଆଜି ସୁସ୍ଥ ହେଲେ 148 ଜଣ

FMODIA.IN 15-10-2020
Angul COVID-19 cases reached near 7,000

By Susant K Pradhan

(Fast Mail News) - ଆଜି ଅନୁଗୁଳ ଜିଲ୍ଲାରୁ 117 ଜଣ ନୂତନ କରୋନା ପଜିଟିଭ ଚି଼ହ୍ନଟ ହୋଇଛନ୍ତି l ସେହିପରି ଅନ୍ୟ ଜିଲ୍ଲାରୁ ଅନୁଗୁଳ ରେ ସ୍ୱାବ ନମୁନା ଦେଇଥିବା ଆକ୍ରାନ୍ତ ମାନଙ୍କ ମଧ୍ୟରେ 6ଜଣ ପିଜିଟିଭ ଚି଼ହ୍ନଟ ହୋଉ ସମୁଦାୟ ସଂଖ୍ୟା 111 ରେ ପହଁଚିଛି l ଅନୁଗୁଳ ଜିଲ୍ଲାରୁ ଆଜି ଚି଼ହ୍ନଟ ହୋଇଥିବା ଆକ୍ରାନ୍ତ ମାନଙ୍କ ମଧ୍ୟରେ ଛେଣ୍ଡିପଦା ବ୍ଲକ ଅଞ୍ଚଳ ରୁ 29 ଜଣ, ବନରପାଳ ବ୍ଲକ ଅଞ୍ଚଳ ରୁ 18 ଜଣ, ପାଲଲହଡା ବ୍ଲକ ଅଞ୍ଚଳ ରୁ 15 ଜଣ, ତାଳଚେର ବ୍ଲକ ଅଞ୍ଚଳ ରୁ 11 ଜଣ, ଅନୁଗୁଳ ପୌରାଞ୍ଚଳ ରୁ 10 ଜଣ, କଣିହାଁ ବ୍ଲକ ଅଞ୍ଚଳ ରୁ 10 ଜଣ, ତାଳଚେର ପିଉରାଂଚଳ ରୁ 09 ଜଣ, ଅନୁଗୁଳ ବ୍ଲକ ଅଞ୍ଚଳ ରୁ 08 ଜଣ ଆଠମଲ୍ଲିକ ବ୍ଲକ ଅଞ୍ଚଳ ରୁ 04 ଜଣ, ଓ ଆଠମଲ୍ଲିକ ବିଜ୍ଞାପିତ ଅଞ୍ଚଳ ପରିଷଦ ରୁ 03 ଜଣ ଅଛନ୍ତି l ସମସ୍ତେ ଅନ୍ୟ ଆକ୍ରାନ୍ତ ମାନଙ୍କ ସଂସ୍ପର୍ଶ ରେ ଆସି ପିଜିଟିଭ ହୋଇଛନ୍ତି l ସମସ୍ତ ଲକ୍ଷଣ ଯୁକ୍ତ ଆକ୍ରାନ୍ତ ମାନଙ୍କୁ କୋଭିଉ ହସ୍ପିଟାଲ କୁ ପଠାଯାଉଥିବାବେଳେ ସ୍ୱଳ୍ପ ଲକ୍ଷଣ ଯୁକ୍ତ ଓ ଲକ୍ଷଣ ବିହୀନ ମାନଙ୍କୁ ନିଜ ଘରେ ହୋମ ଆଇସୋଲେସନ ରେ ରଖାଯାଇ ନିରୀକ୍ଷଣ କରାଯାଉଁଛିବୋଲି ଜିଲ୍ଲାପାଳ ଶ୍ରୀ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ପ୍ରକାଶ କରିଛନ୍ତି l ଆଜି ଅନୁଗୁଳ ଜିଲ୍ଲା ରୁ 148 ଜଣ ସୁସ୍ଥ ହୋଇଛନ୍ତି l ସୁସ୍ଥ ଙ୍କ ମଧ୍ୟରୁ 12 ଜଣ କୋଭିଡ ହସ୍ପିଟାଲ ରୁ, 06 ଜଣ କୋଭିଡ କେୟାର ସେଣ୍ଟର ରୁ ଓ 130 ଜଣ ହୋମ ଆଇସୋଲେସନରୁ ସୁସ୍ଥ ହୋଇଥିବା ଜଣାପଡିଛି l