BIG NEWS
ଆଜି ଅବପାତରେ ପରିଣତ ହେବ ଲଘୁଚାପ , ୨୪ ଯାଏଁ ଓଡିଶାରେ ବର୍ଷା

କଣିହାଁ : ଷ୍ଟେଟବ୍ୟାଙ୍କ ଅଫ ଇଣ୍ଡିଆର ଅଟଳ ପେନସନ ଯୋଜନା

FMODIA.IN 18-10-2020
Atal pension Scheme implemented At Kaniha by Telisingha state bank of India branch

By Susant K Pradhan

(Fast Mail News) - ସ୍ୱର୍ଗତ ଲୋକପ୍ରିୟ ପ୍ରଧାନମନ୍ତ୍ରୀ ଶ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ନାମାନୁସାରେ ସୃଷ୍ଟି କରାଯାଇଥିବା ଅଟଳ ପେନସନ ଯୋଜନା ଏକ ମହତ୍ୱପୁର୍ଣ ଯୋଜନା ।ଏହି ଯୋଜନାରେ ଦେଶର ଗ୍ରାମାଞ୍ଚଳରେ ବସବାସ କରୁଥିବା ଗରିବ ଜନସାଧାରଣ କିଭଳିଭାବେ ସାମିଲ ହୋଇ ଏହାର ଲାଭ ନେଇପାରିବେ, ତାହା ସୁନିଶ୍ଚିତ କରିବାପାଇଁ କେନ୍ଦ୍ର ସରକାର ବ୍ୟାଙ୍କ ମାନଙ୍କୁ ନିର୍ଦେଶ ଦେଇଛନ୍ତି ।ଏହି ପରିପ୍ରେକ୍ଷୀରେ ଗତକାଲି ଏନ ଟି ପି ସି, ପି ଟି ଏସ ସ୍ଥିତ ଷ୍ଟେଟବ୍ୟାଙ୍କ ଅଫ ଇଣ୍ଡିଆ, ତେଲିସିଂହା କ୍ୟାମ୍ପସ ବ୍ରାଞ୍ଚ ପକ୍ଷରୁ ଏକ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରାଯାଇ ଶାଖା ମୁଖ୍ୟ ପରିଚାଳକ ଶ୍ରୀ ସନ୍ଦୀପ କୁମାର ତ୍ରିପାଠୀ ଓ ବ୍ୟାଙ୍କ ର ଅନ୍ୟ କର୍ମଚାରୀମାନେ ସ୍ଥାନୀୟ ତେଲିସିହାଁ,କମରେଈ, ରଙ୍ଗବେଡା, ଦଣ୍ଡସିଂହା, ବିଜିଗୋଳ, ତାଳପଦା ଓ କଣିହାଁ ଗ୍ରାମରେ ଗୋଟିଏ ଦିନର ଅଭିଯାନରେ ମୋଟ 100(ଏକଶତ)ଜଣ ଗ୍ରାମବାସୀ ଙ୍କୁ ଅଟଳ ପେନସନ ଯୋଜନା ସମ୍ପର୍କରେ ସବିଶେଷ ବୁଝେଇବାପରେ ଖାତା ଖୋଲାଯାଇଥିଲା l ଶାଖା ର ମୁଖ୍ୟ ପରିଚାଳକ ସନ୍ଦୀପ କୁମାର ତ୍ରିପାଠୀ ଫାଷ୍ଟମେଲ କୁ କହିଛନ୍ତି ଯେ ସମାଜ ର ବସବାସ କରୁଥିବା ସାଧାରଣ ବ୍ୟକ୍ତି ମଧ୍ୟ ଏହି ଯୋଜନାରେ ସାମିଲ ହୋଇପାରିବ l