BIG NEWS
ସଂସଦ ସଦସ୍ୟମାନଙ୍କ ପାଇଁ ଆଜି ବହୁତଳ ବିଶିଷ୍ଟ କୋଠା ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ

ଦେବଗଡ଼ : ମହିଳାଙ୍କ ବିରୋଧରେ ଥାନାରେ ଅଭିଯୋଗ ଆଣିଲେ ସ୍ବାମୀ ଶୁଶାନ୍ତ ରଣ ସିଂହ

FMODIA.IN 27-10-2020
Deogarh Woman Tapaswini Ransingh lodges FIR against husband Susant Ransingh

(Fast Mail News) -ଦେବଗଡ଼ : ସ୍ବାମୀର ଅଭିନବ ଉପାୟରେ ସ୍ତ୍ରୀ ଉପରେ ରାଗ ସୁଝାଇବାକୁ ଯାଇ ସ୍ତ୍ରୀ ଓ ସମ୍ପର୍କୀୟ ଭାଇଙ୍କୁ ଆକ୍ରମଣ । ଦେବଗଡ଼ ଥାନାରେ ଉଭୟଙ୍କ ପକ୍ଷରୁ ମାମଲା ରୁଜ୍ଜୁ । ପୋଲିସର ତଦନ୍ତ ଜାରି ।

ଏମିତି ଏକ ଘଟଣା ଘଟିଛି ଦେବଗଡ଼ ଅଞ୍ଚଳରେ । ଘଟଣାକ୍ରମ ସଂପର୍କରେବୁଝିବାକୁ ଗଲେ ଘଟଣା କ୍ରମକୁ ହିଁ ଯିବାକୁ ପଡିବ । ଶୁଣି ନିଅନ୍ତୁ କଣ ରହିଛି ପୁରା ଘଟଣା ।

ଦେବଗଡ଼ ଜିଲ୍ଲା ବେଞ୍ଜାତିନାଳୀ ଅଞ୍ଚଳର ଯୋଗେଶ ଚନ୍ଦ୍ର ପାତ୍ରଙ୍କ ଝିଅ ତପସ୍ବୀନୀ ରଣ ସିଂହ 2006 ମସିହାରେ କେନ୍ଦୁଝର ଜିଲ୍ଲା ତେଲକୋଇ ଅଞ୍ଚଳର ଶୁଶାନ୍ତ ରଣ ସିଂହକୁ ବୈଦିକ ରିତିରେ ବିବାହ କରିଥିଲେ । ବିବାହର କିଛି ବର୍ଷ ପରେ ଏକ ପୁତ୍ର ସନ୍ତାନ ଜନ୍ମ ଗ୍ରହଣ କରିଥିଲେ । ତେବେ ବିଭିନ୍ନ ସମୟରେ ଅଧିକ ଯୌତୁକ ଲୋଭରେ ସୁଶାନ୍ତ ରଣ ସିଂହ ମଦ୍ୟପାନ କରି ସ୍ତ୍ରୀ ଉପରେ ଶାରୀରିକ ନିର୍ଯାତନାଠାରୁ ଆରମ୍ଭ କରି ମାନସିକ ନିର୍ଯାତନା ଦେଇଆସୁଥିଲେ । ନିର୍ଯାତନା ଅସହ୍ୟ ହେବାରୁ ତପସ୍ବୀନୀ ରଣ ସିଂହ ଶାଶୁ ଘର ଛାଡି ନିଜ ପିତାଙ୍କ ଘରେ ରହି ନିଜର ନ୍ୟାୟ ପାଇଁ ଦେବଗଡ଼ ଦୈରାଜଜ କୋର୍ଟର ଆଶ୍ରୟ ନେଇଥିଲେ । ଉଭୟଙ୍କ ପକ୍ଷର ଅଭିଯୋଗକୁ ଭିତ୍ତି କରିମାନ୍ୟବର କୋର୍ଟ ତପସ୍ବୀନୀ ରଣ ସିଂହଙ୍କପମାସିକ ଖର୍ଚ୍ଚ ଦଶ ହଜାର ଟଙ୍କା ପ୍ରଦାନ କରିବେ ବୋଲି ସ୍ବାମୀ ଶୁଶାନ୍ତ ରଣ ସିଂହକୁ ନିର୍ଦ୍ଦେଶ ଦେଇଥିଲେ ।

ସୂଚନା ଥାଉକି ଶୁଶାନ୍ତ ରଣ ସିଂହ ଜଣେ ସରକାରୀ ଶିକ୍ଷକ ଭାବେ ତେଲକୋଇ ଅଞ୍ଚଳରେ ଏବେ ମଧ୍ୟ କାର୍ଯ୍ୟରତ । ତପସ୍ଅବିନୀ ଅଭିଯୋଗ କରିଛନ୍ତିସେ ପୂର୍ବରୁ ବିଦ୍ୟାଳୟରେ ମଦ୍ୟପାନ କରି ଉତ୍ପାତ୍ତ କରିବାରୁ ଶିକ୍ଷା ବିଭାଗ ଦ୍ବାରା ନିଲମ୍ବିତ ହୋଇ ଥିଲେ । ସେ ମାନ୍ୟବର କୋର୍ଟଙ୍କ ଆଦେଶନାମାକୁ ଏଯାବତ ତିନିବର୍ଷ ବିତି ଯାଇଥିଲେ ସୁଦ୍ଧା ନ୍ୟାୟାଳୟର ନିର୍ଦ୍ଦେଶକୁ ବେଖାତିର କରି ସ୍ତ୍ରୀୀ ତପସ୍ବୀନୀକୁ କୈଣସି ଭରଣ ପୋଷଣ ଦେବା ପରିବର୍ତ୍ତେବିଭିନ୍ନ ସମୟରେ ତେଲକୋଇରୁ ଦେବଗଡ଼ ଆସି ସ୍ତ୍ରୀ ତପସ୍ବୀନୀକୁ ଧମକ ଚମକ ଦେବା ସହ ବିଭିନ୍ନ ହଇରାଣ ହରକତ କରି ଆସୁଥିଥିଲେ।

ଇତି ମଧ୍ୟରେ ତପସ୍ବୀନୀ ରଣ ସିଂହ ନିଜର ପେଟ ପାଟଣା ପାଇଁ କିଛି ସାମାଜିକ କାର୍ଯ୍ୟରେ ନିଜକୁ ନିୟୋଜିତ କରିବା ସହ ଫାଷ୍ଟ ମେଲ ନ୍ୟୁଜ ଓଡ଼ିଆରେ ଦେବଗଡ଼ ଜିଲ୍ଲା ପ୍ରତିନିଧି ଭାବେ ଏକ ବର୍ଷ ହେଲା କାର୍ଯ୍ୟ ସୁଚାରୁ ରୁପେ ତୁଲାଇ ଆସୁଛନ୍ତି । ସ୍ବାମୀ ଶୁଶାନ୍ତ ରଣ ସିଂହଙ୍କ ନିର୍ଯାତନା ଏତିକିରେ ଶାନ୍ତ ହୋଇ ନଥିଲା ସେ ଆକ୍ରୋଶ ଭାବେ ସ୍ତ୍ରୀ ଠାରୁ ପ୍ରତିଶୋଧ ନେବା ପାଇଁ ଜିଲ୍ଲା ଗଣ୍ଡ ସମାଜରେ ଉଭୟଙ୍କ ମାମଲାର ଆପୋଷ ସମାଧାନ ପାଇଁ ଆବେଦନ କରିଥିଲେ ଓ ସମାଜ ପକ୍ଷରୁ ଉଭୟଙ୍କ ପରିବାରକୁ ସମାଧାନ ପାଇଁ ଡକାଇ ଏକ କଙ୍ଗାରୁ କୋର୍ଟ ମଧ୍ୟ ବସାଇଥିଲେ ।

କଙ୍ଗାରୁ କୋର୍ଟରେ ତପସ୍ବୀନୀଙ୍କ ପିତା ଯୋଗେଶ ଚନ୍ଦ୍ର ପାତ୍ରଙ୍କ ପକ୍ଷ ରଖିଥିଲେ କି ଏବେ ଉଭୟଙ୍କ କେଶ ମାନ୍ୟବର କୋର୍ଟଙ୍କ ବିଚାରାଧୀନ ଅବସ୍ଥାରେ ଗତି କରୁଛି। ତେଣୁ ଝିଅର ସୁରକ୍ଷା ପାଇଁ ଶୁଶାନ୍ତ ରଣ ସିଂହକୁ ହସ୍ତାନ୍ତର କରିବେ ନାହିଁ ବୋଲି କହିଥିଲେ । ଏ ଥିରେ ଉତକ୍ଷୀପ୍ତ ହୋଇ କଙ୍ଗାରୁ କୋର୍ଟରେ ଜିଲ୍ଲା ଗଣ୍ଡ ସମାଜର ପୋରଧା ମାନେ ଏକ ତରଫା ବିଚାର କରି ଉଭୟ ତପସ୍ବୀନୀ ରଣ ସିଂହ ଓ ତାଙ୍କ ପିତାଙ୍କୁ ସେହି ବୈଠକରେ ଅପମାନିତ କରିବା ସହ ଗଣ୍ଡ ସମାଜରୁ ସାମାଜିକ ବାସନ୍ଦର ଦଣ୍ଡ ଘୋଷଣା କରିଛନ୍ତି।

ଗଣ୍ଡ ସମାଜ ପକ୍ଷରୁ ପୁରାତନ ସଭ୍ୟତାକୁ ଆଳ କରି ବନ୍ଧୁ, ବାନ୍ଧବ ଯିବା ଆସିବା ବନ୍ଦ ଏବଂ ବିବାହ ବ୍ରତ କରିବାକୁ ବନ୍ଦ ବା କେହି ନ ଆସିବା ନିଷ୍ପତ୍ତି ନିଆଯାଇଅଛି । ଯୋଗେଶ ଚନ୍ଦ୍ର ପାତ୍ରଙ୍କର କୈଣସି ଭୁଲ ନଥାଇ ସାମାଜିକ ବାସନ୍ଦକୁ ତାଙ୍କ ପରିବାର ସମ୍ପୂର୍ଣ୍ଣ ମାନସିକ ଚାପରେ ରହି ଆସୁଥିବା ବେଳେ ଚଳିତ ମାସ 20.10.2020 ରିଖ ସକାଳ ଦଶ ଘଟିକା ସମୟରେ ଏକ ଖବର ସଂଗ୍ରହ ପାଇଁ ତପସ୍ବୀନୀ ରଣ ସିଂହ ସମ୍ପର୍କୀୟ ଭାଇ ଆଲୋକଙ୍କ ସହିତ ଏକ ସ୍କୁଟିରେ ଦେବଗଡ଼ରୁ ବଳମ ପଟେ ଆସୁଥିବାବେଳେ ଏକ ପେଟ୍ରୋଲ ପମ୍ପ ନିକଟରେ ଅଚାନକ ଶୁଶାନ୍ତ ରଣ ସିଂହ ପହଞ୍ଚି ଯୋଜନା ବଦ୍ଧ ଭାବେ ଉଭୟଙ୍କୁ ପଛପଟୁ ଆକ୍ରମଣ କରିଥିଲେ ।ଏଥି ସହିତ ତାଙ୍କୁଜୀବନରୁ ମାରିଦେବାକୁ ଧମକ ଚମକ ଦେଇ ଚାଲି ଯାଇଥିଲେ।ପରବର୍ତ୍ତୀ ସମୟରେ ଉଭୟ ତପସ୍ବୀନୀ ଓ ଶୁଶାନ୍ତଙ୍କ ପକ୍ଷରୁ ଦେବଗଡ଼ ଥାନାରେ ଲିଖିତ ଅଭିଯୋଗ ମଧ୍ୟ ଦାୟର କରା ଯାଇଥିଲା । ବିଚକ୍ଷଣ ଶୁଶାନ୍ତଙ୍କ ପକ୍ଷରୁ ସ୍ତ୍ରୀ ତପସ୍ବୀନୀ ଓ ତାଙ୍କ ସମ୍ପର୍କୀୟ ଭାଇ ଆଲୋକଙ୍କ ବିରୋଧରେ ଦେବଗଡ଼ ଥାନାରେ ହତ୍ୟା ଭଳି ସଙ୍ଗୀନ ଅଭିଯୋଗ ମଧ୍ୟ ଅଣା ଯାଇଥିଲା ।

ତଦନ୍ତକାରି ପୋଲିସ ଅଧିକାରୀଣୀ ଶ୍ରୀମତୀ କଳ୍ପନା ବେହେରା ତପସ୍ବୀନୀଙ୍କ ବିରୋଧରେ କେଶ ନମ୍ବର 22.10.2020 , 10 30pm ,Act/ 341,294/323/307/ 34 ରେ ଦାଖଲ କରି ସରଜମିନ ତଦନ୍ତ ଆରମ୍ଭ କରିଥିଲେ ଓ ଶେଷରେ ଶୁଶାନ୍ତ ଅଭିଯୋଗକୁ ଭିତ୍ତି କରି ଡାକ୍ତରି ପରୀକ୍ଷା କରିବା ପରେ ଶୁଶାନ୍ତକୁ କୈଣସି ମାରଣାନ୍ତକ ଆକ୍ରମଣ ହୋଇ ନଥିଲା କି ଶରୀରର କୈଣସି ସ୍ଥାନରେ କ୍ଷତ ଚିହ୍ନ ହୋଇ ନଥିବା ସଂପର୍କରେ ରିପୋର୍ଟ ପ୍ରଦାନ କରିତିଲେ ।ତଦନ୍ତ କାରୀ ପୋଲିସସୂଚନା ଦେଇଥିଲେ କି ଏହି ଯୋଗ ଉଦ୍ଦେଶ୍ୟ ମୁଳକ ଓ ଭିତ୍ତିହିନ ।

ତେବେ ଏଠି ପ୍ରଶ୍ନ ଉଠେ ଜଣେ ନାରୀ ନିଜର ସୁରକ୍ଷା ଓ ପେଟ ପାଟଣା ପାଇଁ ନିଜ ବାପାଙ୍କ ପାଖରେ ରହି ସାମାଜିକ କାର୍ଯ୍ୟ କରି ବଞ୍ଚିବା କଣ ଭୁଲ ? କୈଣସି ଭୁଲ ନଥାଇ ତାଙ୍କ ପରିବାରକୁ ସାମାଜିକ ବାସନ୍ଦ କରିବା ଗଣ୍ଡ ସମାଜର ଏହି ନ୍ୟାୟ କଣ ଠିକ ? ଯାହାକୁ ଗଣ୍ଡ ସମାଜର ନ୍ୟାୟ ବୋଲି କୁହାଯାଇଛି ତାକୁ ଇତହାସ ଦିନେ ମନେ ରଖିବ ।

ଏହି ଘଟଣାକୁ କିଛି ଓ୍ବେବ ମିଡ଼ିଆ ଓ ଖବରକାଗଜରେ ମଧ୍ୟ କଦର୍ଥ କରି ଲେଖିବାକୁ ପଛାଇ ନାହାଁନ୍ତି ବାବୁମାନେ। ଦେବଗଡ଼ ପୋଲିସ ଘଟଣାର ସଠିକତଦନ୍ତ କରି ତପସ୍ବିନୀଙ୍କୁନ୍ୟାୟ ପ୍ରଦାନ କରିବା ସହ ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ସ୍ଥାନୀୟ ବୁଦ୍ଧିଜିବୀ ଦାବି କରିଛନ୍ତି ।