BIG NEWS
ଆଜି ଅବପାତରେ ପରିଣତ ହେବ ଲଘୁଚାପ , ୨୪ ଯାଏଁ ଓଡିଶାରେ ବର୍ଷା

ଆଜି ଅନୁଗୁଳ ଜିଲ୍ଲାରୁ 97 କରୋନା ପଜିଟିଭ ଚି଼ହ୍ନଟ l ସୁସ୍ଥ ହେଲେ 113 ଓ ପଜିଟିଭ ସଂଖ୍ୟା ହେଲା 2440 l

FMODIA.IN 18-09-2020
Today, 97 corona positives were identified from Anugol district.

By Susant K Pradhan

(Fast Mail News) - ଆଜି ଅନୁଗୋଳ ଜିଲ୍ଲାରୁ 97 ଜଣ କରୋନା ପଜିଟିଭ ଚି଼ହ୍ନଟ ହୋଇଛନ୍ତି l ଚି଼ହ୍ନଟ ହୋଇଥିବା ଆକ୍ରାନ୍ତ ମାନଙ୍କ ମଧ୍ୟରେ କଣିହାଁ ବ୍ଲକ ଅଞ୍ଚଳ ରୁ ସର୍ବାଧିକ 15 ଜଣ (ପୁ-11, ମ -4), ତାଳଚେର ବ୍ଲକ ଅଞ୍ଚଳ ରୁ 14 ଜଣ (8ପୁରୁଷ ଓ 6 ମହିଳା ), ଛେଣ୍ଡିପଦା ବ୍ଲକ ଅଞ୍ଚଳରୁ 13 ଜଣ (9 ପୁରୁଷ ଓ 6 ମହିଳା), ତାଳଚେର ପୌରାଞ୍ଚଳ ରୁ 13 ଜଣ (9 ପୁରୁଷ ଓ 4ମହିଳା), ବନରପାଳ ବ୍ଲକ ଅଞ୍ଚଳରୁ 12 ଜଣ (10 ମହିଳା ଓ 2 ପୁରୁଷ), ଅନୁଗୋଳ ପୌରାଞ୍ଚଳରୁ 11 ଜଣ (7 ପୁରୁଷ ଓ 4 ମହିଳା), ପାଲଲହଡା ବ୍ଲକ ଅଞ୍ଚଳରୁ 7 ଜଣ (5 ପୁରୁଷ ଓ 2 ମହିଳା ), ଅନୁଗୋଳ ବ୍ଲକ ଅଞ୍ଚଳରୁ 6 ଜଣ (4 ପୁରୁଷ ଓ 2 ମହିଳା ), କିଶୋରନଗର ବ୍ଲକ ଅଞ୍ଚଳ ରୁ 4 ଜଣ (1ପୁରୁଷ ଓ 3 ମହିଳା), ଓ ଆଠମଲ୍ଲିକ ବ୍ଲକ ଅଞ୍ଚଳ ରୁ ମାତ୍ର 2 ଜଣ ପୁରୁଷ ଅଛନ୍ତି l ଉପରୋକ୍ତ ସମସ୍ତେ ଅନ୍ୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ପଜିଟିଭ ହୋଇଥିବା ଜଣାପଡିଛି l ସମସ୍ତ ଲକ୍ଷଣଯୁକ୍ତ ଆକ୍ରାନ୍ତ ମାନଙ୍କୁ କୋଭିଡ ହସ୍ପିଟାଲ କୁ ପଠାଯାଇଥିବାବେଳେ ସ୍ୱଳ୍ପ ଲକ୍ଷଣଯୁକ୍ତ ଓ ଲକ୍ଷଣ ବିହୀନ ମାନଙ୍କୁ ନିଜ ଘରେ ଆଇସୋଲେସନ ରେ ରଖାଯାଇଛି ନିରୀକ୍ଷଣ କରାଯାଉଛି ବୋଲି ଜିଲ୍ଲାପାଳ ଶ୍ରୀ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ପ୍ରକାଶ କରିଛନ୍ତି l ଆଜି ଅନୁଗୋଳ ଜିଲ୍ଲାରୁ 113 ଜଣ ସୁସ୍ଥ ହୋଇଛନ୍ତି l ସେମାନଙ୍କ ମାଢ଼ଟାରେ 8 ଜଣ କୋଭିଉ ହସ୍ପିଟାଲରୁ ଓ 105 ଜଣ ହୋମ ଆଇସୋଲେସନରୁ ସୁସ୍ଥ ହୋଉଛନ୍ତି l