ଉତ୍ତର ପ୍ରଦେଶରୁ ଆସିଥିବା ତୀର୍ଥଯାତ୍ରୀ ବସ ଟ୍ରକକୁ ଧକ୍କା ଦେଲା, ଦୁଇ ମୃତ, 20ରୁ ଉର୍ଧ ଆହତ

FMODIA.IN 12-02-2020
2 died,24 injured as UP tourist bus collied with truck in Bhadrak

ଭଦ୍ରକ, 12 ଫେବୃଆରୀ ଭଦ୍ରକ ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ ବାରିକପୁର ନିକଟରେ ଏକ ଜାତୀୟ ରାଜପଥ କଡ଼ରେ ଛିଡା ହୋଇଥିବା ଧାନ ବୋଝେଇ ଟ୍ରକକୁ ଉତ୍ତର ପ୍ରଦେଶ ଗୋରଖପୁରରୁ ଆସିଥିବା ଏକ ତୀର୍ଥଯାତ୍ରୀ ବସ ଧକ୍କା ଦେବା ଫଳରେ ଦୁଇ ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଥିବା ବେଳେ 20ରୁ ଉର୍ଧ ଯାତ୍ରୀ ଆହତ ହୋଇଛନ୍ତି । ଆହତ ମାନଙ୍କ ମଧ୍ୟରୁ ପାଂଚ ଜଣଙ୍କର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ସ୍ଥିତ ଏସସିବି ମେଡିକାଲ କଲେଜରେ ଭର୍ତି କରାଯାଇଛି । ମଙ୍ଗଳବାର ଦିନ ବିଳମ୍ବିତ ରାତ୍ରୀ ପାଖା ପାଖି ଦୁଇଟାରେ ଏହି ଦୁର୍ଘଟଣା ଘଟିଥିବା ଜଣା ପଡିଛି ।

ମିଳିଥିବା ସୂଚନା ଅନୁସାରେ ଏହି ତୀର୍ଥଯାତ୍ରୀ ବସ୍ 50ରୁ ଉର୍ଧ ତୀର୍ଥଯାତ୍ରୀଙ୍କୁ ଧରି ଉତ୍ତରପ୍ରଦେଶ ଗୋରଖପୁରରୁ ଚାରିଧାମ ଯାତ୍ରାରେ ବାହାରିଥିଲା। ପୁରୀ ଅଭିମୁଖେ ଯାତ୍ରା କରୁଥିବାବେଳେ ୧୬ ନମ୍ବର ଜାତୀୟ ରାଜପଥରେ କଡ଼ରେ ଛିଡ଼ା ହୋଇଥିବା ଏକ ଧାନ ବୋଝେଇ ଟ୍ରକ୍କୁ ତୀର୍ଥଯାତ୍ରୀ ବସ୍ଟି ସାମ୍ନା ପଟୁ ଧକ୍କା ଦେଇଥିବା କାରଣରୁ ଏହି ଦୁର୍ଘଟଣା ଘଟିଥିଲା । ଦୁର୍ଘଟଣା ସମ୍ପର୍କରେ ସୂଚନା ମିଳିବା ପରେ ଅଗ୍ନିଶମ ବାହିନୀ ଓ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ତୀର୍ଥଯାତ୍ରୀଙ୍କୁ ଉଦ୍ଧାର କରି ମେଡିକାଲ୍ରେ ଭର୍ତ୍ତି କରିଛନ୍ତି। ଦୁର୍ଘଟଣାରେ ଆହତ ତୀର୍ଥଯାତ୍ରୀଙ୍କୁ ସମସ୍ତ ପ୍ରକାର ସୁବିଧା ଯୋଗାଇ ଦିଆଯାଉଥିବା ଭଦ୍ରକ ଜିଲ୍ଲାପାଳ କହିଛନ୍ତି।