ଆବାସ ଯୋଜନାରେ ଅନିୟମିତତା ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ପକାଇଲେ ଗ୍ରାମବାସୀ, ବିଡିଓଙ୍କୁ ଚେତାବନୀ ଦେଲା କଂଗ୍ରେସ

FMODIA.IN 13-02-2020
Awasa Yojana Mater in Bhadrak

ଭଦ୍ରକ, ୧୩/୦୨ : ଭଦ୍ରକ ଜିଲା ପଦ୍ମପୁରର ସାନକୃଷ୍ଣପୁର ପଞ୍ଚାୟତରେ ଆବାସ ଯୋଜନାରେ ଅନିୟମିତତା ନେଇ ପଞ୍ଚାୟତ କାର୍ଯ୍ୟାଳୟରେ ଗୁରୁବାର ଗ୍ରାମବାସୀ ତାଲା ପକାଇ ଦେଇଛନ୍ତି। ଏଥିସହ ସରପଞ୍ଚ ଓ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଘେରାଉ କରିଥିଲେ। ଖବର ଲେଖାହେବା ପର୍ଯ୍ୟନ୍ତ ଧାରଣା ଜାରି ରହିଛି । ଅପରପକ୍ଷରେ ଅନୀୟମିତତା ଦର୍ଶାଇ ଗୁରୁତର ଅଭିଯୋଗ ଆଣିଛି କଂଗ୍ରେସ । ଆଜି ଏନେଇ ଜିଲ୍ଲା କଂଗ୍ରେସ ସଭାପତି ଅଶୋକ ଦାଶଙ୍କ ନେତୃତ୍ୱରେ ବାସୁଦେବପୁର ବ୍ଲକ କଂଗ୍ରେସ ଅଧ୍ୟକ୍ଷ ରମେଶଚନ୍ଦ୍ର ବଳ,ପଂଚାୟତରାଜ ବ୍ୟବସ୍ଥାରେ ନିର୍ବାଚିତ କେତେକ ଲୋକ ପ୍ରତିନିଧୀ ପ୍ରମୁଖ ଉପସ୍ଥିତ ଥାଇ ଦିର୍ଘ ଦଦୁଇଘଂଟା ଧରି ଆଲେଚନା କରିଥିଲେ । ଆସିଥିବା ଅଭିଯୋଗକୁ ଭିତି କରି ଆଇନତଃ ସମାଧାନ କରାଯିବାର ପ୍ରତିଶୃତି ମିଳିଛି ଯଦି ତାହା ସମ୍ଭ ହେବାରେ ଟାଳଟୁଳ ନିତୀ ଅବଲମ୍ବନ କରାଯାଏ ତାହେଲେ ଆଗାମୀ ଦିନରେ ଦଳ ରାଜରାସ୍ତାକୁ ଓହ୍ଲାଇ ଦୃଢ ପ୍ରତିବାଦ କରିବ ବୋଲି ଶ୍ରୀ ଦାଶ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।