BIG NEWS
କରୋନା ପାଇଁ ୨୨୦୦ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ବଙ୍କବିହାରୀ ରାଉତଙ୍କ ମହାନତା ପାଇଁ ସବୁ ମହଲରେ ପ୍ରଶଂସା

FMODIA.IN 25-03-2020
banka bihari rout

ଭଦ୍ରକ, 25 ମାର୍ଚ୍ଚ : ଭଦ୍ରକ ବ୍ଲକ୍ ଅନ୍ତର୍ଗତ ଜଗଦଳପୁର ପଂଚାୟତରେ ଅଛି କାନ୍ତକବି ହାଇସ୍କୁଲ । ବନେ୍ଦ ଉକଳ ଜନନୀର ରଚୟତା କାନ୍ତକବିଙ୍କ ନାମରେ ନାମିତ ଓଡ଼ିଶାର ଏହି ଏକମାତ୍ର ବିଦ୍ୟାଳୟଟି ଆଜି ଦୁଃସ୍ଥ ଓ ଜରାଜୀର୍ଣ୍ଣ । ହାଇସ୍କୁଲ ପାଇଁ ଅଛି ମାତ୍ର ଦୁଇଟି କୋଠରୀ । ତା ମଧ୍ୟରୁ ଗୋଟିଏ କୋଠରୀରୁ ଛାତରୁ ପାଣି ଗଳୁଛି ତ ଅନ୍ୟଟି ତଳ ଫାଟି ଆଁ କରିଛି । ବାରମ୍ବାର ଗୁହାରି ପରେ ବି ବିଦ୍ୟାଳୟ ଗୃହର ଉନ୍ନତି ପାଇଁ ସରକାରଙ୍କର ନାଁ ରାଜନୈତିକ ନେତାଙ୍କର ଚେତା ପଶୁଛି, କିନ୍ତୁ ଏଭଳି ପରିସ୍ଥିତିରେ ବିଦ୍ୟାଳୟକୁ ସହଯୋଗର ହାତ ବଢାଇଛନ୍ତି ବାଲେଶ୍ୱର ଜିଲାର ପାର୍ବତୀପୁର ସମାଜସେବୀ, ଅନୁାନ ପି୍ରୟ, ଶିଶୁ ବସଳ ତଥା ପୁରୁଷୋତ୍ତମପୁର ସମବାୟ ସମିତିର ପୂର୍ବତନ ସଭାପତି ବଙ୍କ ବିହାରୀ ରାଉତ । ଶିକ୍ଷା ଦୃଷ୍ଟିରୁ ବହୁ ଉପରେ ଥିବା ଏହି ବିଦ୍ୟାଳୟ ଦଶମ ଶ୍ରେଣୀ ପରୀକ୍ଷାରେ ଶତ ପ୍ରତିଶତ ଫଳାଫଳ କରି ବହୁବାର ରାଜ୍ୟସ୍ତରୀୟ ପୁରସ୍କାର ଲାଭ କରିଥିବା ଏହି ବିଦ୍ୟାଳୟର ଉନ୍ନତି ପାଇଁ ଶ୍ରୀ ରାଉତ ଏକଲକ୍ଷ ଟଙ୍କାର ଚେକ୍ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରହ୍ଲାଦ ସାହୁଙ୍କୁ ପ୍ରଦାନ କରିଛନ୍ତି । ଏଠାରେ ସ୍ମରଣଯୋଗ୍ୟ ଯେ ଗତବର୍ଷ ମଧ୍ୟ ସେ ବିଦ୍ୟାଳୟକୁ ଏକଲକ୍ଷ ଟଙ୍କା ପ୍ରଦାନ କରିଥିଲେ । ଆଜିର ଅର୍ଥ ସର୍ବସ୍ୱ ଦୁନିଆରେ ବଙ୍କ ବିହାରୀ ରାଉତଙ୍କ ଏଭଳି ମହାନତା ପାଇଁ ସବୁ ମହଲରେ ପ୍ରଶଂସା କରାଯାଇଛି । ବିଦ୍ୟାଳୟର ଶିକ୍ଷକ ସର୍ବଶ୍ରୀ ରତ୍ନାକର ଶତପଥୀ, ଉମାକାନ୍ତ ମିଶ୍ର, ଯତିନ୍ଦ୍ର କୁମାର ସେନାପତି, ଧୀରେନ୍ଦ୍ର କୁମାର ଭଂଜ, ମଦନ ମୋହନ ନାୟକ, ରଶ୍ମିରଂଜନ ନାୟକ ପ୍ରମୁଖ ସାଧୁବାଦ ଜଣାଇଛନ୍ତି ।

ସମ୍ବନ୍ଧିତ ଖବର

ଆପଣଙ୍କ ଅଞ୍ଚଳର ଖବର ପଠାନ୍ତୁ

ଫଟୋ ଓ ଭିଡିଓ ଥିଲେ ହ୍ବାଟସ ଅପ ନମ୍ବର9337933340ରେ ପଠାନ୍ତୁ ଆମର ମେଲ ଆଇଡି:news@fmodia.in