BIG NEWS
କରୋନା ପାଇଁ ୨୨୦୦ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଧାମରା ପୋର୍ଟକୁ ମାର୍ଚ୍ଚ ୨୯ ତାରିଖ ପର୍ଯ୍ୟନ୍ତ ବନ୍ଦ ପାଇଁ ଧାମରାବାସୀଙ୍କ ମେଳି

FMODIA.IN 24-03-2020
Corona_Dhamaraport_Mater

ଭଦ୍ରକ : ଧାମରା ପୋର୍ଟକୁ ମାର୍ଚ୍ଚ ୨୯ ତାରିଖ ପ୍ରର୍ଯ୍ୟନ୍ତ ବନ୍ଦ କରିବାକୁ ଦାବୀ କରିଛନ୍ତି ଧାମରା ବାସୀ , ଧାମରା ୭ ପଂଚାୟତରୁ ୫ ହଜାରରୁ ଉର୍ଦ୍ଧ ସ୍ଥାନୀୟବାସୀ କାର୍ଯ୍ୟ କରୁଛନ୍ତି । କରୋନାକୁ ରୋକିବା ପାଇଁ ରାଜ୍ୟରେ ବିଭିନ୍ନ ସ୍ଥାନରେ ସରକାର କଟକଣା ଲଗାଇଥିବା ବେଳେ ଧାମରା ପୋର୍ଟ କତୃପକ୍ଷ ବିଦେଶୀ ଜାହଜକୁ ଚଳାଚଳ କରୁଛନ୍ତି ଏବଂ ବିଦେଶୀ ନାଗରିକ ମାନେ ମଧ୍ୟ ଜାହାଜରେ ଆସୁଛନ୍ତି । ଏଣୁ ସ୍ଥାନୀୟ ଅଂଚଳରେ କରୋନା ବ୍ୟାପିବା ଆଶଙ୍କାରେ ଧାମରାବାସୀ ଏହାକୁ ବିରୋଧ କରିବା ସହ ଜିଲ୍ଲାପାଳ ଓ ତହସିଲଦାରଙ୍କୁ ଦାବିପତ୍ର ଦେବା ସହ ପୋର୍ଟକୁ କିଛି ଦିନ ପାଇଁ ବନ୍ଦ ରଖିବାକୁ ଧାମରାବାସୀ ଦାବୀ କରିଛନ୍ତି । ସରା ବିଶ୍ୱ ଏବେ କରୋନାରୁ ରକ୍ଷା ପାଇଁ ବିଭିନ୍ନ ସୁରକ୍ଷାତ୍ମକ ପଦକ୍ଷେପ ଗ୍ରହଣ କରୁଥିବା ବେଳେ ଧାମରା ପୋର୍ଟ ସଚେତନତା ନକରି ବିଦେଶୀ ଜାହାଜକୁ ପୋର୍ଟରେ ଲଗାଇ କାର୍ଯ୍ୟ ଜରୀ ରଖିଥିବାରୁ ଧାମରା ବାସୀ ପୋର୍ଟି କତୃପକ୍ଷଙ୍କ ମନମାନୀକୁ ବିରୋଧ କରିବା ସହ ଯଦି ଆସନ୍ତା କାଲି ଠାରୁ ପୋର୍ଟି ବନ୍ଦ କରାନଯାଏ ତେବେ ଧାମରାବାସୀ ଆନ୍ଦୋଳନକୁ ଉଲା୍ଲଇବେ ବୋଲି ଚେତାବନୀ ଦେଇଛନ୍ତି ।

ସମ୍ବନ୍ଧିତ ଖବର

ଆପଣଙ୍କ ଅଞ୍ଚଳର ଖବର ପଠାନ୍ତୁ

ଫଟୋ ଓ ଭିଡିଓ ଥିଲେ ହ୍ବାଟସ ଅପ ନମ୍ବର9337933340ରେ ପଠାନ୍ତୁ ଆମର ମେଲ ଆଇଡି:news@fmodia.in