ହ୍ରାସ ପାଉଛ ଜଳସ୍ତର : ୩୦୨ ପ୍ରକଳ୍ପର ଭବିଷ୍ୟତ ନେଇ ସନ୍ଦେହ

FMODIA.IN 01-08-2020
Declining water levels: Doubts about the future of 302 projects

ଭଦ୍ରକ, ୧ ଅଗଷ୍ଟ - ମାଟି ତଳେ ରହିଛି ଏ ସୃଷ୍ଟିର ଅମୃତ। ଯାହାକୁ ଜୀବନ ବୋଲି କୁହାଯାଉଛି। ହେଲେ ଏହି ଅମୃତକୁ ଏମିତି ଅପଚୟ କରାଯାଉଛି େଯ, ତାହା ଧୀରେ ଧୀରେ ଦୁର୍ମୁଲ୍ୟ ହେବାରେ ଲାଗିଛି। ଏହି ଅମୃତ ବା ପାଣି ସୃଷ୍ଟିର ଜୀବନ। ଏହି ସୃଷ୍ଟିର ଜୀବନ ସଂରକ୍ଷଣ ଅତି ଜରୁରୀ ହୋଇପଡିଛି। ପ୍ରତି ଗ୍ରାମରେ ନିରାପଦା ପାନୀୟ ଜଳ େଯାଗାଣ କରିବାର ଲକ୍ଷ୍ୟ ନେଇ ଓଡ଼ିଶା ସରକାର ଓ କେନ୍ଦ୍ର ସରକାରଙ୍କ ମିଳିତ ଅନୁଦାନରେ ନିର୍ମାଣ ଚାଲିଛି ଜଳେଯାଗାଣ ପ୍ରକଳ୍ପ। କୋଟି କୋଟି ଟଙ୍କା ବ୍ୟୟରେ ନିର୍ମିତ ହେଉଥିବା ଏହି ପ୍ରକଳ୍ପଗୁଡିକର ରକ୍ଷଣା ବେକ୍ଷଣକୁ ନେଇ ଏବେ ସନ୍ଦେହ ସୃଷ୍ଟି ହେବାକୁ ଆରମ୍ଭ ହେବାକୁ ଲାଗିଛି। ଭଦ୍ରକ ଜିଲାର ବିଭିନ୍ନ ବ୍ଲକ୍ରେ ଅଦ୍ୟାବଧି ୩୦୨ ଟି ସ୍ଥାନରେ ମାଟି ତଳୁ ବୋରିଙ୍ଗ କରି ପାନୀୟ ଜଳ ପ୍ରକଳ୍ପ ନିର୍ମାଣ କରାଯାଇଛି। ଭଦ୍ରକ ବ୍ଲକ୍ରେ ୫୧ ଟି, ଭଣ୍ଡାରିପୋଖରୀ ବ୍ଲକ୍ରେ ୨୮ଟି, ବନ୍ତ ବ୍ଲକ୍ରେ ୨୪ଟି, ଧାମନଗର ବ୍ଲକ୍ରେ ୫୦ଟି, ଚାନ୍ଦବାଲି ବ୍ଲକ୍ରେ ୫୨ ଟି, ବାସୁଦେବପୁର ବ୍ଲକ୍ରେ ୫୫ଟି ଓ ତିହିଡି ବ୍ଲକ୍ରେ ୪୪ଟି ପାଇପ୍ ଜଳ ପ୍ରକଳ୍ପ କାର୍ଯ୍ୟ କରୁଥିବା କାଗଜପତ୍ରରେ ରହିଛି। ଏହା ବାଦ୍ ନୂଆ କରି ଭଦ୍ରକରେ ୭ଟି, ଭଣ୍ଡାରିପୋଖରୀରେ ୧୪ଟି, ବନ୍ତରେ ୯ଟି, ଧାମନଗରରେ ୮ଟି, ଚାନ୍ଦବାଲିରେ ୯ଟି, ବାସୁଦେବପୁରରେ ୧୬ଟି ଓ ତିହିଡି ବ୍ଲକ୍ରେ ୧୦ଟି ପ୍ରକଳ୍ପ ନୂଆକରି ନିର୍ମାଣ ଚାଲୁଛି। ବାସ୍ତବରେ ଆଗରୁ ଚାଲୁଥିବା ୩୦୨ ଟି ପାନୀୟ ଜଳ ପ୍ରକଳ୍ପରୁ ସାରା ଜିଲାରେ ୨୮ଟି ପ୍ରକଳ୍ପ ଅଚଳ ଅବସ୍ଥାରେ ଥିଲେ ମଧ୍ଯ କର୍ୃପକ୍ଷ ତାହାକୁ ଖାତିର କରୁନାହାଁନ୍ତି। କାଗଜପତ୍ରରେ ଏହିସବୁ ପ୍ରକଳ୍ପ ଠିକ୍ ଠାକ୍ ଅଛି ବୋଲି ପ୍ରସ୍ତୁତ ହେଉଛି। କୋଟି କୋଟି ଟଙ୍କାର ଏହି ଭୂତଳ ଜଳ ପ୍ରକଳ୍ପ ଲୋକଙ୍କ ପାଇଁ ଅର୍ଥ ବ୍ୟୟ କରି କରାଯାଉଥିଲେ ମଧ୍ଯ ଠିକାଦାରଙ୍କ ଘୋଟାଲା େଯାଗୁଁ ଏହା ଅଚଳ ହୋଇଯାଉଛି। ସରକାରଙ୍କ ନିଦ୍ର୍ଧେଶ ଅନୁଯାୟୀ ପ୍ରକଳ୍ପ ଗୁଡିକର ରକ୍ଷଣାବେକ୍ଷଣ ଦାୟିତ୍ବ ପଂଚାୟତକୁ ହସ୍ତାନ୍ତର କରାଯାଇଛି। ଏଥିପାଇଁ ତ୍ରୟୋଦଶ ଅର୍ଥ କମିଶନର ଅର୍ଥ ବରାଦ କରାଯାଇଛି। କିନ୍ତୁ ଲକ୍ଷ୍ୟ ରହିଛି ଜନସାଧାରଣ ଘରକୁ ପାଣି ସଂେଯାଗ ନେଇ ପଂଚାୟତରେ େଯଉଁ ଅର୍ଥ ଜମା କରିବେ, ସେଥିରୁ ପ୍ରକଳ୍ପ ଗୁଡିକର ରକ୍ଷଣାବେକ୍ଷଣ ଭବିଷ୍ୟତରେ କରାଯିବ। ବହୁ ଗଭୀରରୁ ଭୂତଳ ଜଳ ପ ସାହାଯ୍ୟରେ କଢାଯାଇ ପାଇପ୍ ସାହାଯ୍ୟରେ ଜଳ େଯାଗାଇ ଦିଆଯାଉଥିବା ଦୃଷ୍ଟିରୁ ଅଗଭୀର ନଳକୂପ ତୁଳନାରେ ଏହା ଅଧିକ ନିରାପଦ ବୋଲି ବିଭାଗୀୟ କର୍ୃପକ୍ଷ କହୁଥିବାବେଳେ ସାଧାରଣ ଲୋକେ ଏଥିରେ ବିଶେଷ ପ୍ରଭାବିତ ହେଉନଥିବା ଦେଖାଯାଇଛି। ପୁରା ଚାନ୍ଦବାଲି ବ୍ଲକ୍ ଓ ବାସୁଦେବପୁର, ତିହିଡି, ଧାମନଗର ବ୍ଲକ୍ର ଆଂଶିକ ଅଂଚଳକୁ ବାଦ୍ ଦେଲେ ଅନ୍ୟ ସ୍ଥାନମାନଙ୍କରେ ୬୦/୭୦ ଫୁଟ୍ ଗଭୀରତାରେ ପାନୀୟ ଜଳ ମିଳିଥାଏ। ଏହି ସବୁ ଅଂଚଳରେ ପ୍ରଥମେ ୫୦୦ ଟଙ୍କା ଓ ମାସିକ ୩୦ ଟଙ୍କା ଅର୍ଥ ପୈଠ କରି କେହି ଘରକୁ ପାନୀୟ ଜଳ ସଂେଯାଗ ନେବାକୁ ରାଜି ନୁହଁନ୍ତି। ତିହିଡି ବ୍ଲକ୍ର ସଦର ଭାଟପଡା ପଂଚାୟତରେ ଗତ ତିନିବର୍ଷ ଭିତରେ ମାତ୍ର ଦୁଇଜଣ ନିଜ ଘର ପାଇଁ ପାନୀୟ ଜଳ ସଂେଯାଗ ନେବା ଏହି କଥାର ଯଥାର୍ଥତାକୁ ବୁଝାଏ। ତିହିଡି ବ୍ଲକ୍ ସଦର ଭାଟପଡା ପଂଚାୟତରେ ପିଇବା ପାଣି ଏବେ ସ୍ବପ୍ନ ହୋଇଛି। ପିଇବା ପାଣି ପ୍ରକଳ୍ପ ତିହିଡି ଗାଁ ଦାଣ୍ଡରେ ଆଉ ନାହ କି ପାଣି ବାହାରୁନି। ଗୋଟିଏ ଗୋଟିଏ ପ୍ରକଳ୍ପ ଆଗରୁ ୫୦ ଲକ୍ଷ ଖଚ୍ର୍ଚ ହେଉଥିଲାବେଳେ ଏବେ ଦେଢକୋଟି ଟଙ୍କା ପର୍ଯ୍ୟନ୍ତ ନିର୍ମାଣ ପାଇଁ ଖଚ୍ର୍ଚ ହେଉଛି। କୋଟି କୋଟି ଟଙ୍କା ବ୍ୟୟରେ ନିର୍ମିତ ହେଉଥିବାବେଳେ ଏହାର ଭବିଷ୍ୟତରେ ରକ୍ଷଣାବେକ୍ଷଣ କିପରି କରାଯିବ, ସେ ନେଇ ସମସ୍ତେ ଚିନ୍ତିତ। ସରକାର ପ୍ରକଳ୍ପ ଗୁଡିକ ସ୍ଥାପନ କରିବାରେ ଲକ୍ଷ୍ୟ ଧାର୍ଯ୍ୟ କରିଦେଉଥିବାରୁ େଯଉଁଠାରେ ଆବଶ୍ୟକତା ନାହ, ସେଠାରେ ମଧ୍ଯ ପାଇପ୍ ଜଳ ପ୍ରକଳ୍ପ ନିର୍ମାଣ କରାଯାଉଛି। ଏହାଫଳରେ ପାଇପ୍ ଜଳ କେଉଁଠି ଦିନସାରା ଭାସୁଛି ତ ପୁଣି କେଉଁଠି ଲୋକେ ଏହି ଜଳକୁ ଚାଷ କାର୍ଯ୍ୟରେ ନିୟୋଜିତ କରୁଛନ୍ତି। ବହୁ ସଚେତନ ଲୋକ ମଧ୍ଯ ଏହି ଜଳର ଅପଚୟ କରୁଛନ୍ତି। ଏହାସହିତ ନିମ୍ନମାନର କାର୍ଯ୍ୟ େଯାଗୁଁ ବହୁ ପ୍ରକଳ୍ପ ଠିକ୍ ଭାବେ କାର୍ଯ୍ୟ କରୁନାହ। ବିଦୁ୍ୟତ୍ ବିଲ ପୈଠ କରାନଯିବା ତଥା ଲୋ-ଭୋଲଟେଜ୍ ବା ବିଦୁ୍ୟତ୍ ଟ୍ରାନ୍ସଫର୍ମର ପୋଡିଯିବା କାରଣରୁ ମଧ୍ଯ ପାଇପ୍ ଜଳ େଯାଗାଣ ପ୍ରକଳ୍ପ ବନ୍ଦ ହୋଇ ପଡିରହୁଛି। ଭୂତଳ ଜଳ ସୀମିତ ହୋଇଥିବା ଦୃଷ୍ଟିରୁ ଏହାର ସଠିକ୍ ବିନିେଯାଗର ବହୁ ଆବଶ୍ୟକତା ରହିଛି। ସଚେତନତା ଅଭାବରୁ ମାଟି ତଳର ଏହି ଅମୃତକୁ ଆମେ େଯଉଁପରି ନଷ୍ଟ କରିଚାଲିଛୁ, ତାହା ଆମ ପାଇଁ ଖୁବ୍ ଶୀଘ୍ର ଭୟଙ୍କର ପରିସ୍ଥିତି ସୃଷ୍ଟି କରିବ ବୋଲି ମଧ୍ଯ ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି। କିଛିବର୍ଷ ତଳେ ଭଦ୍ରକ ଜିଲାର ୪ଟି ବ୍ଲକ୍ରେ ଭୂତଳ ଜଳସ୍ତର ହ୍ରାସ ପାଉଥିବା କାରଣରୁ ଚାଷପାଇଁ ବୋରେଓ୍ବଲ୍ ଖୋଳିବାର େଯଉଁ ରିହାତି ପ୍ରଦାନ କରାଯାଉଥିଲା, ତାହା ପ୍ରତ୍ୟାହାର କରି ନିଆଯାଇଥିଲା। ଭୂତଳ ଜଳର ସୁରକ୍ଷା କରାନଗଲେ ବିଭିନ୍ନ କ୍ଷତିକାରକ ଖଣିଜ ପଦାର୍ଥ ଦ୍ବାରା ଆମର ପାନୀୟ ଜଳ ସଂକ୍ରମିତ ହେବ ଓ ଏହା ଫଳେ କର୍କଟ ପରି ବିଭିନ୍ନ ଭୟଙ୍କର ରୋଗ ସୃଷ୍ଟି ହେବା ନିଶ୍ଚିତ ବୋଲି ମତ ପ୍ରକାଶ ପାଇଛି। ଏ ସଂପର୍କରେ ଜନ ସଚେତନତା ଆବଶ୍ୟକତା ରହିଛି ବୋଲି ବୁଦ୍ଧିଜୀବୀମାନେ ମତ ପ୍ରକାଶ କରିଛନ୍ତି।