BIG NEWS
କରୋନା ପାଇଁ ୨୨୦୦ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଘୂର୍ଣ୍ଣିଝଡରେ ବ୍ୟାପକ କ୍ଷୟକ୍ଷତି : ଉଡିଗଲା ଆଜବେଷ୍ଟସ୍ ଗୃହ, ୩ ପରିବାର ସର୍ବସ୍ୱାନ୍ତ

FMODIA.IN 25-03-2020
ghurnijhada khyati

ଭଦ୍ରକ, 25 ମାର୍ଚ୍ଚ : ଗତକାଲି ଅପରାହ୍ନରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିଝଡରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଜଣାଯାଇଛି । ବିଜୁଳି ଘଡଘଡି ସହିତ ତୁହାକୁ ତୁହା ବର୍ଷା ହୋଇଛି । ଏଥିସହ କୁଆପଥର ମାଡ ସମସ୍ତଙ୍କୁ ଚକିତ କରିଛି । ପ୍ରାୟ ଏକ ଘଣ୍ଟା କାଳ ପ୍ରକୃତିର ତାଣ୍ଡବ ଲୀଳାରେ ଲୋକେ ଭୟଭୀତ ହୋଇଯାଇଥିଲେ । ଘରୁ ବାହାରକୁ ବାହାରିବା ବଡ ମୁସ୍କିଲ ହୋଇଥିବାବେଳେ ବାହାରେ ଥିବା ଲୋକେ ଥରହର ହୋଇପଡିଥିଲେ । ଏହି ଘୂର୍ଣ୍ଣିଝଡରେ ବିଦୁ୍ୟତ୍ ଖୁଣ୍ୟ ଓ ତାର ଛିଡିଥିବା ଜଣାଯାଇଛି । ଭଦ୍ରକରୁ ନନ୍ଦପୁର ଷ୍ଟ୍ରକଚର ପର୍ଯ୍ୟନ୍ତ ୩୩ କେଭି ବିଦୁ୍ୟତ୍ ତାର ଓ ଶଙ୍ଖ ଫାଟିଥିବା ବେଳେ କୋହ୍ଲ, ତିହିଡି, ପୀରହାଟରେ ୧୧ କେଭି ବିଦୁ୍ୟତ୍ ସରବରାହରେ ବାଧା ସୃଷ୍ଟି ହୋଇଛି । ତିହିଡି ସବ୍ରେଜେଷ୍ଟି୍ର କାର୍ଯ୍ୟାଳୟ ସମ୍ମୁଖସ୍ଥ ଭାସ୍କର ଚନ୍ଦ୍ର ବାରିକଙ୍କ ଗୃହରେ ଘୂର୍ଣ୍ଣିଝଡ ତାଣ୍ଡବ ଲୀଳା କରିଛି । ଉକ୍ତ ଗୃହକୁ ଭଡାସୂତ୍ରରେ ନେଇ ରମେଶ ନାୟକ ପାନ ଦୋକାନ କରିଥିବାବେଳେ ଶୁଭକାନ୍ତ ନାୟକ ଜେରେକ୍ସ ଦୋକାନ ଓ ଆଦିକନ୍ଦ ପଣ୍ଡା ବାସଗୃହ ଭାବେ ବ୍ୟବହାର କରୁଥିଲେ । ସଂପୃକ୍ତ ଗୃହର ଆଜବେଷ୍ଟସ୍ ଛପର ସଂପୂର୍ଣ୍ଣ ଧରାଶାୟୀ ହୋଇଯାଇଛି । ଗୃହର ଆଜବେଷ୍ଟସ୍ ଗୁଡିକ ଏଣେତେଣେ ପଡିଥିବା ଜଣାଯାଇଛି । ସବୁଠୁ ବଡ କଥା ହେଉଛି ଉକ୍ତ ଗୃହର ପରିବାର ସହ ରହୁଥିବା ଆଦିକନ୍ଦ ପଣ୍ଡା ଓ ତାଙ୍କ ପରିବାର ଲୋକେ ଅଳ୍ପକେ ବର୍ତି ଯାଇଛନ୍ତି । ସେହିପରି ବ୍ଲକ୍ର ବିଭିନ୍ନ ସ୍ଥାନରେ ଗଛ ଭାଙ୍ଗିବା ସହିତ ଚାଳଛପର ଉଡାଇ ନେଇଥିବା ଜଣାଯାଇଛି ।

ସମ୍ବନ୍ଧିତ ଖବର

ଆପଣଙ୍କ ଅଞ୍ଚଳର ଖବର ପଠାନ୍ତୁ

ଫଟୋ ଓ ଭିଡିଓ ଥିଲେ ହ୍ବାଟସ ଅପ ନମ୍ବର9337933340ରେ ପଠାନ୍ତୁ ଆମର ମେଲ ଆଇଡି:news@fmodia.in