BIG NEWS
କରୋନା ପାଇଁ ୨୨୦୦ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଜଗନ୍ନାଥଙ୍କ ଧାଡି ଦର୍ଶନ ବନ୍ଦ ଥିବାବେଳେ ମଦ ଦୋକାନରେ ଲମ୍ବା ଧାଡି

FMODIA.IN 24-03-2020
Jagannath's line of sight is closed, while long lines in the liquor store

ଭଦ୍ରକ, ୨୪ ମାର୍ଚ୍ଚ - କରୋନାର କରାଳ ଛାୟାରେ ଆଜି ବିଶ୍ୱବାସୀ ସ୍ତମ୍ବିଭୂତ ହୋଇଯାଇଛି । ରବିବାର ଜନତା କର୍ଫୁ୍ୟ ଜାରି ହୋଇଥିବାବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ଲକ୍ ଡାଉନ୍ ମଧ୍ୟ ଜାରି ହୋଇଛି । ଔଷଧ, ପରିବା, ତେଜରାତି, ଫଳ, କ୍ଷୀର, ମାଛ, ମାଂସ ଓ ଅଣ୍ଡା ଆଦି କେତେକ ନିର୍ଦ୍ଧିଷ୍ଟ ଦୋକାନ ଖୋଲା ରହିବା ବ୍ୟତୀତ ଅନ୍ୟ ଦୋକାନ ବନ୍ଦ କରିବା ଲାଗି କୁହାଯାଇଛି । କେବଳ ସେତିକି ନୁହେଁ ଆଇନ୍ ଅବମାନନା କରିଲେ ଦଣ୍ଡ ବିଧାନ କରାଯିବ ବୋଲି ପ୍ରଶାସନ ପ୪ରୁ ଚେତାବନୀ ମଧ୍ୟ ଦିଆଯାଇଛି । କରୋନା ଭୂତାଣୁ ଆଉ ଆଗକୁ ନଯିବା ଲାଗି ବିଶ୍ୱ ନିଅନ୍ତା ଜଗନ୍ନାଥଙ୍କ ଧାଡି ଦର୍ଶନ ବନ୍ଦ ହୋଇଥିବା ଏପରିକି ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ବାବା ଆଖଣ୍ଡଳମଣିଙ୍କ ଦର୍ଶନ ବନ୍ଦ ଥିବାବେଳେ ମଦ ଦୋକାନ ସମ୍ମୁଖରେ ଲମ୍ବା ଧାଡି ପରିଲକ୍ଷିତ ହୋଇଛି । ଭିଡକୁ ନିୟନ୍ତ୍ରଣ କରିବା ଲାଗି ତିହିଡି ସଦର ବଜାରରେ ଅବସ୍ଥାପିତ ସରକାରୀ ମଦ ଦୋକାନ ଆଗରେ ବାଉଁଶ ଜରିଆରେ ବେରିକଟ୍ କରାଯାଇଛି । ଧାଡିରେ ଯାଇ ଲୋକେ ମଦ କିଣି ଘରକୁ ଯିବାର ବ୍ୟବସ୍ଥା ମଧ୍ୟ କରାଯାଇଛି । ଗତକାଲି ସକାଳ ଓଳି ଏହି ମଦ ଦୋକାନ କିଛି ସମୟ ପାଇଁ ବନ୍ଦ ଥିବାବେଳେ ଅପରାହ୍ନରେ ଏହା ସ୍ୱାଭାବିକ ହୋଇଛି । ଦଳ ଦଳ ହୋଇ ଲୋକେ ମଦନ କିଣୁଥିବାର ପରିଲକ୍ଷିତ ହୋଇଛି । କେବଳ ସେତିକି ନୁହେଁ ବରଂ ଚୋରା ମଦ ବିକ୍ରେତା ଝୁଲା ଝୁଲା ମଦ କିଣି ନେଉଥିବାର ଜଣାଯାଇଛି । ରାତି ୧୦ଟା ପରେ ଏହି ମଦ ଦୋକାନ ବନ୍ଦ ହେବା ପରେ ସ୍ଥାନୀୟ ଲୋକଙ୍କ ମଦର ତୃଷ୍ଣା ମେଣ୍ଟାଇବା ଲାଗି ଚୋରା ବେପାରୀମାନେ ଏବେଠାରୁ ପ୍ରସ୍ତୁତ ହେଉଥିବା ବେଶ୍ ଅନୁମେୟ । ପ୍ରଶାସନି ସ୍ତରୀୟ ଲକ୍ ଡାଉନ୍ ଛାଟରେ ଏହି ମଦ ଦୋକାନୀ ପ୍ରଭାବିତ ହୋଇଥିବାରୁ ମଦ୍ୟପଙ୍କ ଖୁଲମଖୋଲା ଆସାମାଜିକ କାର୍ଯ୍ୟକଳାପ ସାଧାରଣ ଲୋକଙ୍କୁ ଚିନ୍ତାରେ ପକାଇଛି । ରାଜ୍ୟ ସରକାର ଏହି ପ୍ରସଙ୍ଗ ଉପରେ ବିଚାର ବିମର୍ଷ କରିବାର ସମୟ ଆସିଛି ବୋଲି ସାଧାରଣରେ ମତପ୍ରକାଶ ପାଇଛି । ଅନ୍ୟପଟେ ଏହି ମଦ ଦୋକାନୀ ଚୋରା ମଦ ବେପାରୀଙ୍କୁ ପ୍ରୋସାହନ ନକରିବା ଲାଗି ପ୍ରଶାସନ ହସ୍ତକ୍ଷେପର ଆବଶ୍ୟକତା ରହିଛି ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ଜୋର୍ ଧରିଛି ।

ସମ୍ବନ୍ଧିତ ଖବର

ଆପଣଙ୍କ ଅଞ୍ଚଳର ଖବର ପଠାନ୍ତୁ

ଫଟୋ ଓ ଭିଡିଓ ଥିଲେ ହ୍ବାଟସ ଅପ ନମ୍ବର9337933340ରେ ପଠାନ୍ତୁ ଆମର ମେଲ ଆଇଡି:news@fmodia.in