BIG NEWS
କରୋନା ପାଇଁ ୨୨୦୦ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଲକ୍ ଡାଉନ୍ ନିୟମ ନମାନିବାରୁ ଫାଇନ୍ ଆଦାୟ କରିଲା ପୁଲିସ୍

FMODIA.IN 25-03-2020
luck down namanibaru fine

ଭଦ୍ରକ, 25 ମାର୍ଚ୍ଚ : ରାଜ୍ୟ ସରକାରଙ୍କର ନିୟମ ଅନୁସାରେ ଗତକାଲି ଠାରୁ ଭଦ୍ରକ ଜିଲା ସଂପୂର୍ଣ୍ଣ ଲକ୍ ଡାଉନ୍ କରାଯାଇଥିଲା । ଲକ୍ ଡାଉନ୍ ନିୟମ ଅନୁସାରେ ସକାଳ ୬ ଟାରୁ ୯ଟା ପର୍ଯ୍ୟନ୍ତ ବଜାରରେ ଖାଦ୍ୟ ସାମଗ୍ରୀ, ଦୋକାନ, ଫଳ, ମାଛ, ମାଂସ ଖୋଲା ରହିବ ପୁଣି ଅପରାହ୍ନ ୪ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଖୋଲା ରହିବ । ଏହି ସମୟରେ ଲୋକମାନେ ଆବଶ୍ୟକ ଅନୁସାରେ ଜିନିଷ କିଣା ବିକା ପାଇଁ ଆସିପାରିବେ । କିନ୍ତୁ ଗୋଟିଏ ସ୍ଥାନରେ ୭ ଜଣରୁ ଅଧିକ ଏକତ୍ରିତ ହୋଇ ପାରିବେନି । ଏହି ନିୟମ ଆଧାରରେ ସକାଳ ୯ଟା ପରେ ବାସୁଦେବପୁର ପୁଲିସ୍ ଅନାବଶ୍ୟକ ବଜାରକୁ ବୁଲିବାକୁ ଆସିଥିବା ଲୋକମାନଙ୍କ ଠାରୁ ଅଟକାଇ ସଚେତନ କରିବା ସହିତ ସେମାନଙ୍କୁ ବାହାରେ ବୁଲିବାକୁ ମନା କରିଥିଲେ ଓ କେତେକ ବାଇକ୍ ଚାଳକଙ୍କ ଠାରୁ ଜରିମାନା ମଧ୍ୟ ଆଦାୟ କରିଥିଲେ । ହେଲେ ଏହି ନିୟମ ରୋଗୀଙ୍କୁ ନେଇ ଯାଉଥିବା ବ୍ୟକ୍ତି କିମ୍ବା ରୋଗୀଙ୍କ ସଂପର୍କୀୟ କ୍ଷେତ୍ରରେ ଲାଗୁ କରାଯାଇନାହିଁ, ତାଙ୍କୁ ବାସୁଦେବପୁର ତହସିଲ ପ୍ରଶାସନ ପକ୍ଷରୁ ଟୋକନ ଯୋଗାଇ ଦିଆଯାଇଛି ।

ସମ୍ବନ୍ଧିତ ଖବର

ଆପଣଙ୍କ ଅଞ୍ଚଳର ଖବର ପଠାନ୍ତୁ

ଫଟୋ ଓ ଭିଡିଓ ଥିଲେ ହ୍ବାଟସ ଅପ ନମ୍ବର9337933340ରେ ପଠାନ୍ତୁ ଆମର ମେଲ ଆଇଡି:news@fmodia.in