ସଙ୍ଗରୋଧ ଗୃହରୁ ଖସି ଘରେ ପହଂଚିଲେ ପ୍ରବାସୀ, ଗ୍ରାମବାସୀଙ୍କ ତୀବ୍ର ବିରୋଧ

FMODIA.IN 23-05-2020
quaraintine ru khasi palaile prabasi

ଭଦ୍ରକ, 23 ମଇ : ଏହି ଜିଲାର ବାସୁଦେବପୁର ବ୍ଲକ୍ ଅଧୀନସ୍ଥ ଜଗନ୍ନାଥ ପ୍ରସାଦ ପଂଚାୟତ ପାଟଣା ମିଶ୍ରପୁର ସଙ୍ଗରୋଧ ଗୃହରୁ ଜଣେ ପ୍ରବାସୀ ଖସି ନିଜ ଗ୍ରାମ ଜୟକୃଷ୍ଣପୁରରେ ପହଂଚିବା ପରେ ଗ୍ରାମବାସୀଙ୍କ ଦ୍ୱାରା ତୀବ୍ର ବିରୋଧର ସମ୍ମୁଖୀନ ହୋଇଛନ୍ତି । ସଂପୃକ୍ତ ପ୍ରବାସୀ ହେଲେ ରମାକାନ୍ତ ସେଠୀ । ଏଠାରେ ସୂଚନାଯୋଗ୍ୟ ଗତ ୧୬ ଦିନ ପୂର୍ବେ ରମାକାନ୍ତ କୋଲକାତାରୁ ଫେରି ନିଜ ପଂଚାୟତର ସଙ୍ଗରୋଧ ଗୃହରେ ରହିଥିଲେ । ତେବେ ଗୁରୁବାର ରାତିରେ ସେ ନିଜ ପିକ୍ଅପ୍ ଗାଡି ନେଇ ଗ୍ରାମକୁ ଯାଇ ନିଜ ଘରେ ରହିଛନ୍ତି । ଏହି ଘଟଣାକୁ ନେଇ ଉକ୍ତ ଗ୍ରାମରେ ତୀବ୍ର ଉତେଜନା ପ୍ରକାଶ ପାଇଥିଲା । ଏହି ଗ୍ରାମର ଭରତ ନାୟକ, ଲକ୍ଷ୍ମୀଧର ବଳ, ମୁକ୍ତିକାନ୍ତ ଘଡେଇ, ସନାତନ ଦାସ, ଗଣେଶ ମଳିକଙ୍କ ସମେତ ବହୁ ଗ୍ରାମବାସୀ ତାଙ୍କୁ ବିରୋଧ କରିଛନ୍ତି । ଏ ସଂପର୍କରେ ସରପଂଚ ଓ ବିଡିଓଙ୍କ ପାଖରେ କୌଣସି ସୂଚନା ନଥିବାର ଜଣାପଡିଛି । ତେଣୁ କିଭଳି ଓ କେଉଁ ପରିସ୍ଥିତିରେ ରମାକାନ୍ତ ସଙ୍ଗରୋଧ ଗୃହରୁ ବାହାରି ଗ୍ରାମରେ ପହଞ୍ଚଲେ, ତାହାର ତଦନ୍ତ ହେବା ସହ ପୁନଶ୍ଚ ତାଙ୍କୁ ସଙ୍ଗରୋଧକୁ ପଠାଇବା ପାଇଁ ଗ୍ରାମବାସୀମାନେ ଦାବି କରିଛନ୍ତି ।