BIG NEWS
କରୋନା ପାଇଁ ୨୨୦୦ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୋକିଲା ପେଟକୁ ଆହାର ଦେଇ ମାନବିକତା ଦେଖାଇଲେ ରୋଟାରୀ କ୍ଲବ୍ ମିଡ଼ଟାଉନ୍ ଓ ଛୁଆ ଗଣେଶ ପୂଜା କମିଟି

FMODIA.IN 25-03-2020
rotary club mid town

ଭଦ୍ରକ, 25 ମାର୍ଚ୍ଚ : ଭଦ୍ରକରେ ମହାମାରୀ କରୋନା ନେଇ ରାଜ୍ୟ ସରକାର ଲକ୍ ଡାଉନ୍ ଘୋଷଣା ପରେ ଲାଗିଛି ଅନେକ କଟକଣା । ଲକ୍ ଡାଉନ୍ ପାଇଁ ଏକ ପ୍ରକାର ଅଚଳ ହୋଇପଡିଛି ଭଦ୍ରକ ସହର । ସମସ୍ତ ଦୋକାନ ବଜାର ବନ୍ଦ ସହ ଜନଶୂନ୍ୟ ଥିଲା ସହରର ଗଳିକନ୍ଦି । ଏଭଳି ସ୍ଥିତିରେ ଭଦ୍ରକ ରେଳଷ୍ଟେସନରେ ଆଶ୍ରୟ ନେଇଥିବା ଭୋକିଲା ଅସହାୟଙ୍କୁ ମଧ୍ୟାହ୍ନ ଭୋଜନ କରାଇ ମାନବିକତା ଦେଖାଇଛନ୍ତି ରୋଟାରୀ କ୍ଲବ୍ ମିଡଟାଉନ୍ ଓ କୁଆଁସସ୍ଥିତ ଛୁଆଗଣେଶ ପୂଜା କମିଟିର ସଦସ୍ୟମାନେ । ଏଭଳି ଏକ ସଂକଟ ସ୍ଥିତିରେ ଏହି ଯୁବକମାନଙ୍କ ଏଭଳି କାର୍ଯ୍ୟ ନିଶ୍ଚୟ ମାନବ ଧର୍ମର ଅନନ୍ୟ ଉଦାହରଣ ।

ସମ୍ବନ୍ଧିତ ଖବର

ଆପଣଙ୍କ ଅଞ୍ଚଳର ଖବର ପଠାନ୍ତୁ

ଫଟୋ ଓ ଭିଡିଓ ଥିଲେ ହ୍ବାଟସ ଅପ ନମ୍ବର9337933340ରେ ପଠାନ୍ତୁ ଆମର ମେଲ ଆଇଡି:news@fmodia.in