ଲକଡାଉନ୍ କଟକଣା ଓ ୧୪୪ ଧାରା ଜାରି ସତ୍ୱେ ଭଦ୍ରକର ବିଭିନ୍ନ ସ୍ଥାନରେ ସାବିତ୍ରୀ ବ୍ରତ ପାଳିତ

FMODIA.IN 23-05-2020
Savitri vows are observed in various parts of Bhadrak despite the lockdown and the continuation of Section 16.

ଭଦ୍ରକ, 23 ମଇ : ରେଡ୍ ଜୋନ୍ ଭାବେ ଘୋଷିତ ଭଦ୍ରକ ଜିଲାର ସମସ୍ତ ଧର୍ମାନୁଷ୍ଠାନ ଗୁଡିକରେ ୧୪୪ ଧାରା ଜାରି ହୋଇଛି । ଗତକାଲି ସହରରେ ସାବିତ୍ରୀ ଅମାବାସ୍ୟା ଜନିତ ବିଭିନ୍ନ ସାମଗ୍ରୀ କିଣାରେ ଲୋକଙ୍କ ଭିଡକୁ ନେଇ ବୁଦ୍ଧିଜୀବୀ ଓ ଗଣମାଧ୍ୟମରେ ତୀବ୍ର ବିରୋଧାଭାଷର ସ୍ୱର ଉଠିବା ପରେ ଆଜି ଜିଲା ପ୍ରଶାସନ ପକ୍ଷରୁ ସମସ୍ତ ମଠ, ମନ୍ଦିର, ମସ୍ଜିଦ୍ ଭଳି ଧର୍ମାନୁଷ୍ଠାନ ଗୁଡିକରେ ୧୪୪ ଧାରା ଜାରି କରାଯାଇଛି । ତେବେ ପ୍ରଶାସନ ପକ୍ଷରୁ ଏହା ଜାରି କରାଯିବା ଘୋଷଣା ପୂର୍ବରୁ ବଡି ଭୋର୍ରୁ ବହୁ ମନ୍ଦିରରେ ମହିଳାମାନେ ସାବିତ୍ରୀ ପୂଜା ସମାପନ କରିଥିଲେ । ପରବର୍ତୀ ସମୟରେ ୧୪୪ ଜାରିକୁ ନେଇ ମାଜିଷ୍ଟେ୍ରଟଙ୍କ ଉପସ୍ଥିତିରେ ବହୁ ମନ୍ଦିର ସମ୍ମୁଖରେ ମହିଳାଙ୍କ ସାମାଜିକ ଦୂରତ୍ୱକୁ ଅବମାନନା କରିବା ସହ ମାସ୍କ ପିନ୍ଧିନଥିବା ମହିଳାମାନଙ୍କୁ ଜରିମାନା କରାଯାଇଥିଲା । ଏବଂ ମନ୍ଦିର ଗୁଡିକୁ ଚାବି ପକାଇ ଦିଆଯାଇଥିଲା । ଫଳରେ ବହୁ ଓପାସିଆ ସାବିତ୍ରୀମାନେ ପୂଜା କରିବାରୁ ବଂଚିତ ହୋଇ ନିଜ ନିଜ ଘରେ ପୂଜାର୍ଚ୍ଚନା କରିଥିବାର ଜଣାପଡିଛି । ଏପରିକି କେତେକ ଅଂଚଳରେ ମହିଳାମାନେ ଗୋଟିଏ ସ୍ଥାନରେ ସାମାଜିକ ଦୂରତ୍ୱ ବଜାୟ ରଖି ପୂଜାର୍ଚ୍ଚନା କରୁଥିବାର ଦେଖିବାକୁ ମିଳିଥିଲା । ତେବେ ଭଦ୍ରକ ଜିଲାର ଓଡଙ୍ଗ ପଂଚାୟତର ପ୍ରତିଷ୍ଠିତ ସାବିତ୍ରୀ ଆଡି ପୀଠରେ ୧୪୪ ଧାରା ଜାରି ହୋଇଥିବାରୁ ଉକ୍ତ ସ୍ଥାନ ଖାଁ ଖାଁ ଜଣାପଡୁଥଲା । ଏଠାରେ ସୂଚନାଯୋ