ଭଦ୍ରକ ଶାଖାର ପୂର୍ବତନ ଶାଖା ପରିଚାଳକ ତଥା ଏଜିଏମ୍‌ଙ୍କୁ ସମ୍ବର୍ଦ୍ଧନା

FMODIA.IN 13-02-2020
ScS Mater in Bhadrak

ଭଦ୍ରକ, ୧୩/୦୨ : ବାଲେଶ୍ୱର ଭଦ୍ରକ କେନ୍ଦ୍ର ସମବାୟ ବ୍ୟାଙ୍କ, ଭଦ୍ରକ ଶାଖାର ପୂର୍ବତନ ଶାଖା ପରିଚାଳକ ତଥା ଏଜିଏମ୍ ଅଶ୍ୱିନ କୁମାର ନାୟକଙ୍କୁ ଶାଖା ପରିସରରେ ସମ୍ବର୍ଦ୍ଧନା ଦିଆଯାଇଛି । ଉକ୍ତ ସମ୍ମିଳନୀ ସଭା ବ୍ୟାଙ୍କ ୟୁନିୟନର ସଭାପତି ବସନ୍ତ କୁମାର ମଲ୍ଲିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ସଭାରେ ସମ୍ମାନନୀୟ ଅତିଥି ଭାବେ ଭଦ୍ରକ ବାଲେଶ୍ୱର କେନ୍ଦ୍ର ସମବାୟ ବ୍ୟାଙ୍କର ସଭାପତି ରଘୁନାଥ ଲେଙ୍କା ଯୋଗ ଦେଇ ବିଦାୟୀ ଅତିଥି ଅଶ୍ୱିନୀ କୁମାର ନାୟକଙ୍କ ଗୁଣାବଳୀ ସମ୍ପର୍କରେ ଆଲୋକପାତ କରିଥିଲେ । ଉକ୍ତ ସଭାରେ ବ୍ୟାଙ୍କର ନିର୍ଦ୍ଦେଶକ ହେମନ୍ତ କୁମାର ପାଢୀ ଯୋଗ ଦେଇ ନାୟକଙ୍କ କାର୍ଯ୍ୟାବଳୀ ବିଷୟରେ ଆଲୋଚନା କରିଥିଲେ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ସମବାୟ ସିମତି କର୍ମଚାରୀ ସଂଘର ସମ୍ପାଦକ ଅରୁଣ ଉଦୟ ପାତ୍ର, ଅବସରପ୍ରାପ୍ତ କର୍ମଚାରୀ ପ୍ରଭାକର ମହାନ୍ତି, ଗୋପବନ୍ଧୁ ମହଲା, ଭଦ୍ରକ ଶାଖାର ଶାଖା ପରିଚାଳକ ନିର୍ମଳ ଚନ୍ଦ୍ର ସେଠୀ, ବ୍ୟାଙ୍କ କର୍ମଚାରୀ ଜୟନ୍ତ କୁମାର ନାୟକ, ଗୋଲକ ବିହାରୀ ଦାସ, ମହେଶ୍ୱର ନାୟକ, ଅଶୋକ ଭାରତୀ ଏବଂ ଚରମ୍ପା ସେବା ସମବାୟ ସମିତି ସମ୍ପାଦକ ନାରାୟଣ ସାହୁ, ଆମ୍ବରୋଳି ସେବା ସମବାୟ ସମିତି ସମ୍ପାଦକ ରମାକାନ୍ତ ଦାସ, ଅର୍ଣ୍ଣପାଳ ସେବା ସମବାୟ ସିମତି ସମ୍ପାଦକ ରମେଶ ଚନ୍ଦ୍ର ସେନ, ସାବରଙ୍ଗ ସେବା ସମବାୟ ସମିତି ସମ୍ପାଦକ ଚକ୍ରଧର ନାୟକ, ମୋମନାଥ ପତି, ଭାବଗ୍ରାହୀ ପଣ୍ଡା ଏବଂ ଅନ୍ୟାନ୍ୟ ସେବା ସମବାୟ ସମିତିର ସମ୍ପାଦକ ମାନେ ଯୋଗ ଦେଇଥିଲେ । ଶେଷରେ ରମାକାନ୍ତ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।