BIG NEWS
କରୋନା ପାଇଁ ୨୨୦୦ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

୨ ବିଦେଶ ଫେରନ୍ତା ଲୁଚିଛନ୍ତି ଘରେ, ଅଞ୍ଚଳରେ ଉତ୍ତେଜନା

FMODIA.IN 24-03-2020
Two_foreign_returnees _Mater

ଭଦ୍ରକ : ଭଦ୍ରକ ଜିଲା ଧାମନଗର ବ୍ଲକ ବୟାଙ୍ଗଡିହି ପଞ୍ଚାୟତ ଅଞ୍ଚଳରେ ଦୁଇ ଯୁବକ ଦୁବାଇରୁ ଘରକୁ ଫେରି ଲୁଚିଥିବା ଏବଂ ପ୍ରଶାସନର ନିଷ୍କ୍ରିୟତା ଯୋଗୁ ଉକ୍ତ ପଞ୍ଚାୟତରେ ଉତ୍ତେଜନା ଦେଖାଦେଇଛି। ଉକ୍ତ ପଞ୍ଚାୟତର ସରପଞ୍ଚ ଖବର ପାଇ ଆଶା କର୍ମୀ, ଅଙ୍ଗନଓ୍ବାଡି କର୍ମୀଙ୍କ ଦ୍ୱାରା ଚିହ୍ନଟ ପାଇଁ ଉଦ୍ୟମ ଜାରି ରଖିଥିବାବେଳେ ସେମାନେ ଲୁଚୁଥିବାନେଇ ପ୍ରଶାସନକୁ ଅବଗତ କରିଛନ୍ତି। କିନ୍ତୁ ପ୍ରଶାସନ ତରଫରୁ କୌଣସି ସହଯୋଗ କରୁ ନ ଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ସେହି ପଞ୍ଚାୟତରେ ବହୁ ଯୁବକ ବାହାର ରାଜ୍ୟରୁ ଘରକୁ ଫେରିଥିବାବେଳେ ସେମାନଙ୍କୁ ନିଜ ଘରେ ଅବାଧ ପ୍ରବେଶ ନେଇ ପଞ୍ଚାୟତରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।

ସମ୍ବନ୍ଧିତ ଖବର

ଆପଣଙ୍କ ଅଞ୍ଚଳର ଖବର ପଠାନ୍ତୁ

ଫଟୋ ଓ ଭିଡିଓ ଥିଲେ ହ୍ବାଟସ ଅପ ନମ୍ବର9337933340ରେ ପଠାନ୍ତୁ ଆମର ମେଲ ଆଇଡି:news@fmodia.in