BIG NEWS
ବିଦ୍ୟାଳୟ କର୍ତୃପକ୍ଷଙ୍କ ଅବହେଳାରୁ ଛାତ୍ରୀ ମୃତ୍ୟୁ ଘଟଣାରେ ଜାତୀୟ ମାନବାଧୀକାର କମିଶନ ପଠାଇଲେ ନୋଟିସ
ଦିଲ୍ଲୀ ସିଏଏ ସମର୍ଥକ ଓ ବିରୋଧୀଙ୍କ ହିଂସାକାଣ୍ଡରେ ମୃତ୍ୟୁ ସଂଙ୍ଖ୍ୟା ୧୩କୁ ଛୁଇଁଲା ,ଦେଖିବା ମାତ୍ରେ ଗୁଳି ପାଇଁ ନିର୍ଦ୍ଦେଶ
ଭାରତ-ଆମେରିକା ସମ୍ପର୍କ ଏକବିଂଶ ଶତାବ୍ଦୀର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଭାଗିଦାରିତା : ପ୍ରଧାନମନ୍ତ୍ରୀ
Breaking News

ମନ୍ଦିର କାନ୍ଥରେ ପିଟିଲା କାର୍ : ୪ ଗୁରୁତର

FMODIA.IN 11-02-2020
Car hits temple wall in Boudh

ବୌଦ୍ଧ, ୧୧ ଫେବୃଆରୀ- ବୌଦ୍ଧ ଜିଲା ମନମୁଣ୍ଡା ଥାନା ଅନ୍ତର୍ଗତ କଂଟାମାଳ- ମନମୁଣ୍ଡା ରାଜ୍ୟ ରାଜପଥର ଖଟଖଟିଆ ଗ୍ରାମ ନିକଟରେ ରାସ୍ତା ପାଶ୍ୱର୍ ଦେବୀ ମନ୍ଦିର କାନ୍ଥରେ ଆଜି ମଧ୍ୟାହ୍ନରେ ଏକ କାର୍ ନଂ( ଓଡି ୦୩ ଡି ୩୪୫୬ ) ପିଟି ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣାରେ ମନ୍ଦିରର କାନ୍ଥ ଭାଙ୍ଗିଯାଇଥିବା ବେଳେ କାର୍ ସମ୍ମୁଖ ଭାଗ ସଂପୂର୍ଣ୍ଣ ଭାବେ ଚୁରମାର୍ ହୋଇଯାଇଛି । ଏହି ଦୁର୍ଘଟଣାରେ ଗାଡି ଚାଳକ ସମତେ ୩ ଜଣ ଯାତ୍ରୀ ଗୁରୁତର ଭାବେ ଆହତ ହୋଇଛନ୍ତି । ଆହତ ମାନଙ୍କୁ ସୋନପୁର ଓ ପରେ ବଲାଙ୍ଗିର ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି । ଆହତମାନେ ହେଲେ ସମ୍ବଲପୁର ଜିଲା ଲରମ୍ବା ଗ୍ରାମର ପଂଚାନନ ସାହୁ (୬୫), ନାରାୟଣ ସାହୁ ( ୪୨ ), ସୁଶିଲ ସାହୁ (୫୫) ଏବଂ ଗାଡି ଚାଳକ ଅନଙ୍ଗ ଭୋଇ ( ୪୦) । ସମ୍ବଲପୁର ଜିଲା ଲରମ୍ବା ଗ୍ରାମର ପଂଚାନନ ସାହୁ ପରିବାରର ଅନ୍ୟ ଦୁଇ ଜଣଙ୍କ ସହିତ କଂଟାମାଳ ଅଂଚଳକୁ ବାହାଘର ନିମନ୍ତ୍ରଣ କାର୍ଡ ବାଂଟିବା ପରେ ଘରକୁ ଫେରୁଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା । ମନମୁଣ୍ଡା ପୋଲିସ ଘଟଣାର ତଦନ୍ତ ଳାଇଛି ।

ସମ୍ବନ୍ଧିତ ଖବର

ମୁଖ୍ୟ ଖବର

ଆପଣଙ୍କ ଅଞ୍ଚଳର ଖବର ପଠାନ୍ତୁ

ଫଟୋ ଓ ଭିଡିଓ ଥିଲେ ହ୍ବାଟସ ଅପ ନମ୍ବର9337933340ରେ ପଠାନ୍ତୁ ଆମର ମେଲ ଆଇଡି:news@fmodia.in