BIG NEWS
ଆଜି ଅବପାତରେ ପରିଣତ ହେବ ଲଘୁଚାପ , ୨୪ ଯାଏଁ ଓଡିଶାରେ ବର୍ଷା

ଖୋଲା ବଜାରରୁ 68,825 କୋଟି ଟଙ୍କା ଋଣ ସଂଗ୍ରହ ନିମନ୍ତେ 20 ରାଜ୍ୟକୁ ଅନୁମତି

FMODIA.IN 14-10-2020
20 states have been allowed to borrow Rs 68,825 crore from the open market

ଓଡ଼ିଶା ସଂଗ୍ରହ କରିପାରିବ 2858 କୋଟି ଟଙ୍କାର ଋଣ

ନୂଆଦିଲ୍ଲୀ 14 ଅକ୍ଚୋବର:ଅର୍ଥ ମନ୍ତ୍ରଣାଳୟ ଅଧୀନ ବ୍ୟୟ ବିଭାଗ ପକ୍ଷରୁ ଖୋଲା ବଜାରରୁ 68,825 କୋଟି ଟଙ୍କାର ଋଣ ସଂଗ୍ରହ ନିମନ୍ତେ 20ଟି ରାଜ୍ୟକୁ ଅନୁମତି ଦିଆଯାଇଛି।

ଏହି 20ଟି ରାଜ୍ୟ ମଧ୍ୟରେ ଓଡ଼ିଶା ମଧ୍ୟ ସାମିଲ ରହିଛି। ରାଜ୍ୟକୁ ଖୋଲା ବଜାରରୁ 2858 କୋଟି ଟଙ୍କା ଋଣ ସଂଗ୍ରହ ନିମନ୍ତେ ଅନୁମତି ମିଳିଛି।

ଜିଏସଟି କାର୍ଯ୍ୟକାରିତା କାରଣରୁ ଦେଖାଦେଇଥିବା ପୁଞ୍ଜି ଅଭାବ ଦୂର କରିବା ଲାଗି ଅର୍ଥମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟଗୁଡ଼ିକୁ ଦୁଇଟି ବିକଳ୍ପ ପ୍ରଦାନ କରାଯାଇଥିଲା। ଏଥିମଧ୍ୟରୁ ପ୍ରଥମ ବିକଳ୍ପ ଚୟନ କରିଥିବା ରାଜ୍ୟଗୁଡ଼ିକୁ ସକଳ ରାଜ୍ୟ ଘରୋଇ ଉତ୍ପାଦ (ଜିଏସଡିପି)ର 0.50 % ଅତିରିକ୍ତ ଋଣ ସଂଗ୍ରହ ନିମନ୍ତେ ଏହି ଅନୁମତି ପ୍ରଦାନ କରାଯାଇଛି।

27 ଅଗଷ୍ଟ, 2020ରେ ଜିଏସଟି ପରିଷଦର ବୈଠକ ବସିଥିଲା। ଏଥିରେ ଦୁଇଟି ବିକଳ୍ପ ଦିଆଯାଇଥିଲା ଏବଂ 29 ଅଗଷ୍ଟ 2020ରେ ଏ ସମ୍ପର୍କରେ ରାଜ୍ୟଗୁଡ଼ିକୁ ସୂଚିତ କରାଯାଇଥିଲା। 20ଟି ରାଜ୍ୟ ପ୍ରଥମ ବିକଳ୍ପ ଚୟନ କରିଥିଲେ। ଏହି ରାଜ୍ୟଗୁଡ଼ିକ ହେଲେ-ଆନ୍ଧ୍ର ପ୍ରଦେଶ, ଅରୁଣାଚଳ ପ୍ରଦେଶ, ଆସାମ, ବିହାର, ଗୋଆ, ଗୁଜରାଟ, ହରିୟାଣା, ହିମାଚଳ ପ୍ରଦେଶ, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ମଣିପୁର, ମେଘାଳୟ, ମିଜୋରାମ, ନାଗାଲାଣ୍ଡ, ଓଡ଼ିଶା, ସିକିମ, ତ୍ରିପୁରା, ଉତ୍ତର ପ୍ରଦେଶ ଏବଂ ଉତ୍ତରାଖଣ୍ଡ। ଆଠଟି ରାଜ୍ୟ ବର୍ତ୍ତମାନ ସୁଦ୍ଧା କୌଣସି ବିକଳ୍ପ ଚୟନ କରିନାହାନ୍ତି।