ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୩ ଲକ୍ଷ ଟଙ୍କା ଦେଲେ ଅଭିନେତା ଅର୍ଦ୍ଧେନ୍ଦୁ

FMODIA.IN 09-05-2020

ଭୁବନେଶ୍ୱର, ୦୯ ମଇ : ଓଡିଆ ସିନେ ତାରକା ଅର୍ଦ୍ଧେନ୍ଦୁ ସୁନ୍ଦର ସାହୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୩ ଲକ୍ଷ ଟଙ୍କା ଦାନ କରିଛନ୍ତି । ଶନିବାର ଦିନ ମୁଖ୍ୟ ଶାସନ ସଚିବ ଶ୍ରୀ ଅସିତ୍ ତ୍ରିପାଠୀ ରାଜ୍ୟ ଲୋକସେବା ଭବନଠାରେ ଅର୍ଦ୍ଧେନ୍ଦୁ ଏବଂ ତାଙ୍କ ପତ୍ନୀ ପଲ୍ଲବୀ ମହାରଥୀଙ୍କ ଠାରୁ ଉକ୍ତ ପରିମାଣର ଚେକଗ୍ରହଣ କରିଥିଲେ ।
ଚେକ୍ ପ୍ରଦାନ କରି ଅର୍ଦ୍ଧେନ୍ଦୁ କହିଥିଲେ ଯେ ଏହି ରାଶି ସେ ନିଜ ପରିବାର ତରଫରୁ ପ୍ରଦାନ କରିଛନ୍ତି । ସେ ଦୃଢ ବିଶ୍ୱାସ ପ୍ରକଟ କରିଥିଲେ ଯେ ଅଦୃଶ୍ୟ ଶକ୍ତି କରୋନା ବିରୁଦ୍ଧ ଲଢେଇରେ ଓଡିଶା ନିଶ୍ଚୟ ବିଜୟୀ ହେବ । ଏହି ଦାନ ପାଇଁ ମୁଖ୍ୟ ଶାସନ ସଚିବ ଉଭୟଙ୍କୁ ସାଧୁବାଦ ଜଣାଇଥିଲେ ।