ଏଣିକି ପୂର୍ବପରି ଖୋଲିବ ବ୍ୟାଙ୍କ

FMODIA.IN 22-05-2020
Bank will open 10 to 4 pm

ଭୁବନେଶ୍ୱର, 22 ମଇ : ଏଣିକି ପୂର୍ବପରି ଜାତୀୟ କରଣ ବ୍ୟାଙ୍କ ଏବଂ ସମବାୟ ବ୍ୟାଙ୍କର କାର୍ଯ୍ୟ ସମୟ ସକାଳ ୧୦ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଚାଲିବ । ଏଥିନେଇ ରାଜ୍ୟ ସରକାର ୟୁକୋ ଲିଡ଼୍ ବ୍ୟାଙ୍କକୁ ଚିଠି ଲେଖି ଜଣାଇଛନ୍ତି । ସମସ୍ତ କର୍ମଚାରୀ ମାନଙ୍କୁ ନେଇ କାମ କରିବା ପାଇଁ ଏଥିରେ ଉଲ୍ଲେଖ ରହିଛି । ସୂଚନାଯୋଗ୍ୟ ଯେ, କୋଭିଡ଼କୁ ଆଖି ଆଗରେ ରଖି ବ୍ୟାଙ୍କ ଗୁଡ଼ିକର କାର୍ଯ୍ୟକାଳ ସକାଳ ଅଳ୍ପ ସମୟ ପର୍ଯ୍ୟନ୍ତ ଖୋଲା ରହୁଥିଲା ଏବଂ ୩୦ ପ୍ରତିଶତ ଷ୍ଟାଫଙ୍କୁ ନେଇ କାମ କରାଯାଉଥିଲା ।