BIG NEWS
କରୋନା ପାଇଁ ୨୨୦୦ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କଲେ ମୁଖ୍ୟମନ୍ତ୍ରୀ
Breaking News

ଓଡିଆ ସିନେଜଗତର ପ୍ରସିଦ୍ଧ ସଙ୍ଗୀତ ନିର୍ଦ୍ଦେଶକ ବାଚୁ ମୁଖାର୍ଜୀ ହୃଦଘାତରେ ମୃତ

FMODIA.IN 16-03-2020
Bachu Mukherjee dies

ବାରିପଦା 16 ମାର୍ଚ : ଓଡ଼ିଆ ଚଳଚ୍ଚିତ୍ର ଜଗତର ସଙ୍ଗୀତ ନିର୍ଦ୍ଦେଶକ ବାଚ୍ଚୁଦା ଆଉ ନାହାନ୍ତି । ସେ ୬୪ ବର୍ଷ ବୟସରେ ରବିବାର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ରବିବାର ଅପରାହ୍ନ ପ୍ରାୟ ସାଢ଼େ ୪ ସମୟରେ ହୃଦଘାତ ହୋଇଥିଲା । ହଠାତ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତୁରନ୍ତ ଚିକିତ୍ସା ନିମନ୍ତେ ବାରିପଦା ପିଆରଏମ ମେଡିକାଲକୁ ନିଆଯାଇଥିଲା। ମାତ୍ର ହସ୍ପିଟାଲରେ ଡାକ୍ତର ରିସିଭ ଡେଥ ଘୋଷଣା କରିଥିଲେ। ଆଖି ପିଛୁଳାକେ ତାଙ୍କର ମୃତ୍ୟୁ ଖବର ଚତୁର୍ଦିଗରେ ଖେଳେଇ ଯାଇଥିଲା । ଏକ ଶୋକାକୁଳ ପରିବେଶ ମଧ୍ୟରେ ସହରବାସୀ ତାଙ୍କର ଅନ୍ତିମ ଦର୍ଶନ କରିଥିଲେ । ଆସନ୍ତା କାଲି ତାଙ୍କର ଅନ୍ତିମ ସଂସ୍କାର କରାଯିବ ବୋଲି ଜଣାପଡ଼ିଛି । ସ୍ବର୍ଗତ ବଚ୍ଚୁଦା ବିଶିଷ୍ଟ ସଂଗୀତ ନିର୍ଦ୍ଦେଶକ ସରୋଜ ପଟ୍ଟନାୟକଙ୍କ ନିର୍ଦ୍ଦେଶନାରେ ଫୁଲ ଚନ୍ଦନ ଚଳଚିତ୍ରରେ ସହକାରୀ ସଂଗୀତ ନିର୍ଦ୍ଦେଶକ ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ । ଏହାପରେ ନିଜେ ଗୋପରେ ବଢୁଛି କଳାକହ୍ନେଇ ଆଦି ଅନେକ ଚଳଚ୍ଚିତ୍ରରେ ସଂଗୀତ ନିର୍ଦ୍ଦେଶନା ଦେଇଥିଲେ । ତାଙ୍କ ନିର୍ଦ୍ଦେଶନାରେ ସମସ୍ତ ଗୀତ ହିଟ ହୋଇଥିଲା ବୋଲି ଅନୀଲ ପଟ୍ଟନାୟକ କହିଛନ୍ତି ।

ସମ୍ବନ୍ଧିତ ଖବର

ମୁଖ୍ୟ ଖବର

ଆପଣଙ୍କ ଅଞ୍ଚଳର ଖବର ପଠାନ୍ତୁ

ଫଟୋ ଓ ଭିଡିଓ ଥିଲେ ହ୍ବାଟସ ଅପ ନମ୍ବର9337933340ରେ ପଠାନ୍ତୁ ଆମର ମେଲ ଆଇଡି:news@fmodia.in