BIG NEWS
କରୋନା ପାଇଁ ୨୨୦୦ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ବସ୍ତ୍ର ଓ ପରିଧାନ ରପ୍ତାନି ଉପରେ ଟିକସ ରିହାତି ଅବଧି ବୃଦ୍ଧିକୁ କ୍ୟାବିନେଟ ଅନୁମୋଦନ

FMODIA.IN 25-03-2020
Cabinet approves extension of tax rebate on clothing and clothing exports

ନୂଆଦିଲ୍ଲୀ , ୨୫ ମାର୍ଚ୍ଚ - ବସ୍ତ୍ର ଓ ପରିଧାନର ରପ୍ତାନୀ ଉପରେ ରାଜ୍ୟ ଓ କେନ୍ଦ୍ରୀୟ ଟିକସ ଏବଂ ଲେଭିରେ ରିହାତି(ଆରଓଏସସିଟିଏଲ) ଯୋଜନା ୧ ଏପି୍ରଲ, ୨୦୨୦ ପରେ ମଧ୍ୟ ଜାରି ରହିବ । ରପ୍ତାନୀ ଉପାଦ ଉପରେ ଟିକସ ଓ ଶୁଳ୍କ ଛାଡ଼(ଆରଓଡିଟିଇପି) ଯୋଜନା ସହିତ ସମ୍ମିଶ୍ରଣ ପର୍ଯ୍ୟନ୍ତ ଏହି ଯୋଜନାକୁ ଜାରି ରଖିବା ପ୍ରସ୍ତାବକୁ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ଅନୁମୋଦନ କରିଛନ୍ତି ।

ଆରଓଡିଟିଇପି ଯୋଜନା ସହିତ ଆରଓଏସସିଟିଏଲ ଯୋଜନା ନମିଶିବା ପର୍ଯ୍ୟନ୍ତ ବୟନ ଶିଳ୍ପ ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ବିଜ୍ଞପ୍ତି ଅନୁଯାୟୀ ଯୋଜନାର ଦିଶାନିଦେ୍ର୍ଧଶ ଏବଂ ଦରରେ କୌଣସି ପରିବର୍ତନ ହେବନାହିଁ । ସମସ୍ତ ବସ୍ତ୍ର ଏବଂ ପରିଧାନ ରପ୍ତାନି କ୍ଷେତ୍ରରେ ଆରଓଏସସିଟିଏଲ ଯୋଜନା ୧ ଏପି୍ରଲ, ୨୦୨୦ ପରେ ମଧ୍ୟ ଜାରି ରହିବ ବୋଲି କ୍ୟାବିନେଟ ନିଷ୍ପତି ନେଇଛନ୍ତି ।

୨୧ ମାର୍ଚ୍ଚ ୨୦୨୦ ପରେ ଏହି ଯୋଜନା ଜାରି ରହିବା ଫଳରେ ବୟନ ଶିଳ୍ପ କ୍ଷେତ୍ର ପାଇଁ ବିଭିନ୍ନ ଟିକସ/ଲେଭିରେ ରିହାତି ମିଳିପାରିବ । ଫଳରେ ଏହି କ୍ଷେତ୍ର ଅଧିକ ପ୍ରତିଦ୍ୱନ୍ଦ୍ୱୀ ହୋଇପାରିବ ।

ସମ୍ବନ୍ଧିତ ଖବର

ଆପଣଙ୍କ ଅଞ୍ଚଳର ଖବର ପଠାନ୍ତୁ

ଫଟୋ ଓ ଭିଡିଓ ଥିଲେ ହ୍ବାଟସ ଅପ ନମ୍ବର9337933340ରେ ପଠାନ୍ତୁ ଆମର ମେଲ ଆଇଡି:news@fmodia.in