ମେଡିସନ ଷ୍ଟୋରରେ ଚଢ଼ଉ

FMODIA.IN 21-05-2020

ଜୟପୁର, ୨୧ ମଇ - ଔଷଧ ଦୋକାନ ଗୁଡିକ ସମସ୍ତ ନିୟମାବଳି କିଭଳି ପାଳନ କରୁଛନ୍ତି ଆଉ ଔଷଧ ଦୋକାନରେ ଉନ୍ନତମାନର ଔଷଧ ଯୋଗାଉଛନ୍ତି କି ନାହିଁ ତାହା ପରଖିବା ପାଇଁ ଆଜି କୋରାପୁଟ ଜିଲ୍ଲା ବୋରିଗୁମ୍ମା ସହରର ରାଜପଥ ପାର୍ଶ୍ୱରେ ଥିବା ଜୟନ୍ତ ମେଡିସନ ଷ୍ଟୋରରେ ଡ୍ରଗ୍ ଇନସ୍ପେକ୍ଟର ସି. କେ.ଜେନା ଏବଂ ପୋଲିସ ପକ୍ଷରୁ ମିଳିତ ଭାବେ ଚଢ଼ଉ କରାଯାଇଥିଲା । ଦୀର୍ଘ ୩ ଘଣ୍ଟା ଧରି ଯାଞ୍ଚ ଚାଲି ଥିଲା। ଦୋକାନରେ ଥିବା ସମସ୍ତ ଔଷଧର ମାନ, ଷ୍ଟକ୍ ଥିବା ସମସ୍ତ ଔଷଧର ବିଲ୍, ଦୋକାନର କାଗଜପତ୍ର ଯାଞ୍ଚ କରାଯାଇଛି । ଯାଞ୍ଚ ସମୟରେ ଔଷଧ ଦୋକାନରେ 137 ପ୍ରକାରର ଔଷଧ ରହିଥିବା ଜଣାପଡ଼ିଛି । ଅନ୍ୟ ପଟେ ଦୋକାନରେ ଥିବା ୬ଟି କମ୍ପାନୀର ବିଭିନ୍ନ ପ୍ରକାର ଔଷଧକୁ ସାମ୍ପଲ ଟେଷ୍ଟ ପାଇଁ ଜବତ କରାଯାଇଛି । ଚଢ଼ଉ ସମୟରେ ଔଷଧ ଦୋକାନରୁ ବ୍ୟବହୃତ କିଛି ସିରିଞ୍ଜ ମଧ୍ୟ ଜବତ ହୋଇଛି । ଔଷଧ ଦୋକାନରେ ବ୍ୟବହୃତ ସିରଞ୍ଜ କେମିତି ଆସିଲା, ଆଉ ଏହା କିଭଳି ବ୍ୟବହାର କରାଗଲା ତାହାର ତଦନ୍ତ ହେବ। ତେବେ ଔଷଧ ଦୋକାନରେ ଇଂଜେକସନ ଦେବାପାଇଁ ଅନୁମତି ମିଳିଛି କି ତାହାକୁ ନେଇ ଉଠିଛି ପ୍ରଶ୍ନ । ସେପଟେ ବିଭିନ୍ନ ସ୍ଥାନରେ ଔଷଧ ଦୋକାନ ଗୁଡିକରେ ଏଭଳି ନିୟମିତ ଭାବେ ଚଢ଼ଉ କରାଯାଉଛି ଆଉ ଆଗକୁ ମଧ୍ୟ ଜାରି ରହିବ ବୋଲି କହିବା ସହ ଜବତ ଔଷଧର ସାମ୍ପୁଲ ଟେଷ୍ଟ କରିବା ପରେ ପରବର୍ତୀ ପଡକ୍ଷେପ ନିଆଯିବ ବୋଲି କହିଛନ୍ତି ଡ୍ରଗ୍ ଇନିସପେକ୍ଟର ସି.କେ.ଜେନା ।