BIG NEWS
ଆଜି ଅବପାତରେ ପରିଣତ ହେବ ଲଘୁଚାପ , ୨୪ ଯାଏଁ ଓଡିଶାରେ ବର୍ଷା

କୋଇଲା ବ୍ଲକ୍ ଆବଂଟନ ଦୁର୍ନୀତି ମାମଲାରେ ଦିଲୀପ ରାୟଙ୍କ ଦଣ୍ଡ ଶୁଣାଣି ୨୬ଅକ୍ଟୋବର କୁ ଘୁଂଚିିଲା

FMODIA.IN 14-10-2020
Dilip Roy's sentencing hearing in the coal block allocation corruption case has been shifted to October 24.

ନୂଆଦିଲ୍ଲୀ. ୧୪ ଅକ୍ଟୋବର :ବ୍ଲକ ଆବଂଟନ ଦୁର୍ନୀତି ମାମଲାରେ ଅଭିଯୁକ୍ତ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲ୍ଲୀପ ରାୟଙ୍କ ମାମଲାର ଦଣ୍ଡ ବିଧାନ ଏବେ ଆଗାମୀ ୨୬ରେ ହେବ । ଆଜି କୋର୍ଟ ଏହି ମାମଲାରେ ଦଣ୍ଡ ବିଧାନ ଘୋଷଣା କରିବାର ଥିଲେ ସୁଦ୍ଧା ଦିଲ୍ଲୀର ସ୍ୱତନ୍ତ୍ର ସିବିଆଇ କୋର୍ଟ ଏହାର ଶୁଣାଣୀକୁ ଆଗାମୀ ୨୬ ତାରିଖ ପର୍ଯ୍ୟନ୍ତ ଘୁଂଚାଇ ଦେଉଛନ୍ତି ।

ମିଳିଥିବା ସୂଚନା ଅନୁସାରେ ସ୍ୱତନ୍ତ୍ର ସିବିଆଇ କୋର୍ଟ ଏବେ ଏହି ମାମଲାରେ ଅକ୍ଟୋବର ୨୬ ରେ ଦଣ୍ଡ ବିଧାନ କରିବେ । ଅକ୍ଟୋବର ୨୬ ରେ ସମସ୍ତ ଦୋଷୀଙ୍କୁ ବ୍ୟକ୍ତିଗତ ଭାବେ କୋର୍ଟରେ ହାଜର ହେବା ପାଇଁ ନିର୍ଦ୍ଦେଶ ଦେବା ସହ କରୋନା ପାଇଁ ସମସ୍ତ ସତର୍କତା ଅବଲମ୍ବନ କରିବାକୁ କୋର୍ଟ ନିର୍ଦେଶ ଦେଇଛନ୍ତି ।

ଉଲ୍ଲେଖନୀୟ ଯେ ୧୯୯୯ ମସିହାରେ ଝାଡ଼ଖଣ୍ଡର ଏକ କୋଲବ୍ଲକର ଆବଣ୍ଟନରେ ଅନିୟମିତତା ହୋଇଥିବା ଅକ୍ଟୋବର ୬ ରେ ସ୍ୱତନ୍ତ୍ର ବିଚାରପତି ଭରତ ପରାଶର ତାଙ୍କ ରାୟରେ ଦର୍ଶାଇଥିଲେ । ସେତେବେଳେ କେନ୍ଦ୍ରରେ ଶାସନ କରୁଥିବା ଏନଡିଏ ସରକାରରେ କୋଇଲା ରାଷ୍ଟ୍ରମନ୍ତ୍ରୀ ଥିଲେ ଦିଲୀପ ରାୟ । ଏହି ଦୁର୍ନୀତି ମାମଲାରେ ତାଙ୍କର ସଂପୃକ୍ତି ସଂପର୍କରେ ସିବିଆଇ ତଦନ୍ତ କରୁଥିଲା ଓ ଏହି ତଦନ୍ତ ଆଧାରରେ ସ୍ୱତନ୍ତ୍ର ସିବିଆଇ କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ।