BIG NEWS
ବିଦ୍ୟାଳୟ କର୍ତୃପକ୍ଷଙ୍କ ଅବହେଳାରୁ ଛାତ୍ରୀ ମୃତ୍ୟୁ ଘଟଣାରେ ଜାତୀୟ ମାନବାଧୀକାର କମିଶନ ପଠାଇଲେ ନୋଟିସ
ଦିଲ୍ଲୀ ସିଏଏ ସମର୍ଥକ ଓ ବିରୋଧୀଙ୍କ ହିଂସାକାଣ୍ଡରେ ମୃତ୍ୟୁ ସଂଙ୍ଖ୍ୟା ୧୩କୁ ଛୁଇଁଲା ,ଦେଖିବା ମାତ୍ରେ ଗୁଳି ପାଇଁ ନିର୍ଦ୍ଦେଶ
ଭାରତ-ଆମେରିକା ସମ୍ପର୍କ ଏକବିଂଶ ଶତାବ୍ଦୀର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଭାଗିଦାରିତା : ପ୍ରଧାନମନ୍ତ୍ରୀ
Breaking News

ପବିତ୍ର ଦେବର ଓ ସୀତା କୁଣ୍ଡରେ ବୁଡ଼ ପକାଇଲେ ହଜାର ହଜାର ଶ୍ରଦ୍ଧାଳୁ

FMODIA.IN 07-02-2020
Thousands of devotees take holy dip in Sita Kunda Bhadrak

ଭଦ୍ରକ, 7 ଫେବୃୟାରୀ - ଭଦ୍ରକ ବ୍ଲକର ଆରମ୍ଭ ସ୍ଥଳିରେ ଅବସ୍ଥିତ ଥିବା କାଉପୁର ଓ ଭୀମପୁର ଦୁଇଗ୍ରାମ ର ମଧ୍ୟମ ସ୍ତଳରେ କୁଳୁକୁଳୁ ନାଦରେ ବହିଯାଉଛି ପୂଣ୍ୟତେୟା ସାଳନ୍ଦି ନଦୀ ା ଏହି ନଦୀର ମଧ୍ୟମ ସ୍ଥଳୀରେ ପୁରାଣ ପ୍ରସିଦ୍ଧ ସୀତା ଓ ଦେବରକୁଣ୍ଡ ଅବସ୍ଥିତି । ତ୍ରେତୟା ଯୁଗରେ ମଯ୍ର୍ୟଦା ପୁରୁଷୋତମ ରାମଚନ୍ଦ୍ର , ଦେବୀ ସୀତା ଓ ଭାତ୍ରା ଲକ୍ଷ୍ମଣଙ୍କ ପଦ ରେଣୁ ଉକ୍ତ ସ୍ଥାନରେ ପଡିଥିବାର ସ୍ମୃୃତିବହୁଳ ଘଟଣାବଳୀର ମାହାମ୍ୟ ର କାହାଣୀ ପୁରାତନ ବ୍ୟକ୍ତିଙ୍କ ମୁଖରୁ ଶୁଣାଯାଏ। ଆଜି ମାଘ ମାସର ପବିତ୍ର ଭୋମୀ (ବଡ଼) ଏକାଦଶୀ ଉପଲକ୍ଷେ ଉକ୍ତ ଦେବରକୁଣ୍ଡ ରେ ଶଦ୍ଧାଳୁମାନେ ବୁଡ଼ପକାଇଲେ ନାନା ବିଧ ରୋଗରୁ ମୁକ୍ତି ମିଳିବା ସହ ପାତକ ନାଶ ହୋଇ ବହୁପୂଣ୍ୟ ମିଳିଥାଏ ବୋଲି ଲୋକମାନଙ୍କର ଦୃଢ଼ ବିଶ୍ବାସ ଏବେବି ଅଟୁତ ରହିଛି ା ଏଥିପାଇଁ ଉକ୍ତ ସ୍ଥଳୀ ଆଜି ପ୍ରତୁ୍ୟଷରୁ ଚଳଚଂଚଳ ହୋଇ ଉଠିଛି ା ଉକ୍ତ ପୀଠ ର ମହିମା ବିଷୟରେ ଜନଶୃତି ରୁ ଜଣାଯାଏ ା ତ୍ରେତୟା ଯୁଗରେ ଭଗବାନ ଶ୍ରୀରାମଚନ୍ଦ୍ର ପିତୃସତ୍ୟ ପାଳନକରି ଦୀର୍ଘ ଚଉଦ ବର୍ର୍ଷ ବନବାସକୁ ଗମନ କରିଥିଲେ ା ଏଠାରେ ରହଣି ମଧ୍ୟରେ ନିଜ ପିତାଙ୍କର ସ୍ବର୍ଗାରହଣ ଖବର ପାଇ ଅତ୍ୟନ୍ତ ମର୍ମାହତ ହୋଇଥିଲେ ା ସେଦିନ ମଧ୍ୟ ଭୋମୀ ଏକାଦଶୀ ଥିବାରୁ ମା ଜାନକି ସ୍ନାନ କରି ଶ୍ବଶୁର ଙ୍କର ପିଣ୍ଡ ଦାନପାଇଁ ରାମଚନ୍ଦ୍ରଙ୍କୁ ପ୍ରାର୍ଥନା କରିଥିଲେ ା ଘଂଚ ଜଙ୍ଗଲ ମଧ୍ୟରେ ଜଳ ର ଅନ୍ବଷଣ ପାଇଁ ରାମଚନ୍ଦ୍ର ଭ୍ରାତା ଲଷ୍ମଣ ଙ୍କୁ ଜଣାଇବାରୁ ଲଷ୍ମଣ ଭାତ୍ରୃଜ ରାମ ଙ୍କ ନାମକୁ ସ୍ମରଣ କରି ନିଜର ଧନୁରେ ଗୁଣ ଚଢାଇ ବାଣ ନିକ୍ଷେପ କରିବାରୁ ନଦୀ ଗର୍ଭରେ ଦୁଇ ଗୋଟି ଗତ୍ବବା କୁଣ୍ଡ ସୃଷ୍ଟି ହୋଇଥିଲା । ସେହି କାଳରୁ ମାତା ସୀତା ସ୍ନାନ କରିଥିବା କୁଣ୍ଡର ନାମକରଣ ସୀତାକୁଣ୍ଡ ଏବଂ ଆଉ ଲକ୍ଷ୍ମଣ ଏବଂ ରାମଚନ୍ଦ୍ର ସ୍ନାନ କରିଥିବା କୁଣ୍ଡର ନାମ ଦେବର କୁଣ୍ଡ ରେ ନାମିତ ହୋଇଥିବାର ପୁରାତନ ବ୍ୟକ୍ତି ଙ୍କସହ ଜନଶୃତିରୁ ଜଣାଯାଏ ା ଏହି ତିଥିରେ ବିଭିନ୍ନ ଜିଲା ଭଦ୍ରକ,ବାଲେଶ୍ବର,ଯାଜପୁର, କେନ୍ଦୁଝର ଆଦିରୁ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ମାନେ ଉକ୍ତ ସ୍ଥାନରେ ପହଁଚି ପ୍ରତୁ୍ୟକ୍ଷରୁ ଉକ୍ତ ପବିତ୍ର କୁଣ୍ଡ ଜଳରେ ସ୍ନାନ କରି ଏହାର ପାଶ୍ର୍ବରେ ଥିବା ସୂଯ୍ୟ ନାରାୟଣ ଓ ମଯ୍ର୍ୟଦା ପୁରୁଷୋତମ ରମଚନ୍ଦ୍ରକ ଙ୍କୁ ଦର୍ଶନ ଅଚ୍ର୍ଚନ କଲେ ମହାପାତକ ନାଶ ହୋଇ ପୁନର୍ଜନ୍ମ ରୁ ମୁକ୍ତି ମିଳେ ବୋଲି ଲୋକ ମାନଙ୍କର ଦୃଢ଼ ଆସ୍ଥା ରହିଛି ।ଏଥିପାଇଁ ଏହି ଦୁଇମନ୍ଦିରରେ ଭିଡ଼ ପରିଲକ୍ଷିତ ହୋଇଛି ା ଆହୁରି ମଧ୍ୟ, ନବ ଦଂପତିମାନେ ନିଜର ଅଂଗବସ୍ତ୍ର ଓ ବିବାହ ନୋଳ-ମୁକୁଟ ଆଦିକୁ ଏହି କୁଣ୍ଡରେ ବିସଜ୍ର୍ଜନ କଲେ ସେମାନଙ୍କ ଦତ୍ୟ ଜୀବନ ଅତ୍ୟନ୍ତ ସୁଖମୟ ହେବା ସହ ପୁତ୍ର ସନ୍ତାନ ପ୍ରାପ୍ତି ହୋଇଥାଏ ବୋଲି ମଧ୍ୟ ବିଶ୍ବାସ ରହିଛି ାଏହି ପର୍ବ ଏକ ସପ୍ତାହ ଧରି ପାଳନହେବାକୁ ଥିବାରୁ ବିଭିନ୍ନ ଜିଲାରୁ ବହୁ ସଂଖ୍ୟାରେ ବେପାରୀ ମାନେ ଆସି ନିଜର ବେପାରର ପସରା ମେଲି ଲାଭ ବାନ ହୋବାକୁ ଆଶାପୋଷଣ କରିଛନ୍ତି ା ଉକ୍ତ ସ୍ଥାନରେ ବିଭିନ୍ନ ସାଂସ୍କୃତିକ କାଯ୍ର୍ୟକ୍ରମ ଭଜନ ସଂଧ୍ୟା,ଅକ୍ରେଷ୍ଟା ,ପାଲା ଆଦି ଅନୁଷ୍ଠିତ ହେବାରକାଯ୍ର୍ୟକ୍ରମ ରହିଛି ା ମଙ୍ଗଳବାର ରାତ୍ରରୁ ବର୍ଷା ସହ କୋହଲାପାଗ ହୋଇଥିଲେ ମଧ୍ୟ ଶ୍ରଦ୍ଧାଳୁଙ୍କ ଭିଡ଼ ପରିଲକ୍ଷିତ ହୋଇଛି ା ଏହାକୁ ସରସ ସୁନ୍ଦର ରୁପେ ସଂପାଦନପାଇଁ ଦୁଇ ଗ୍ରାମର ବ୍ୟାକ୍ତି ବିଶେଷ ,ଯୁବକସଂଘ ର କର୍ମକର୍ତା ଙ୍କ ସହ ସ୍ଥାନୀୟ ଅଂଚଳର ବ୍ୟକ୍ତିବିଶେଷ ମାନେ ଆଶାପୋଷଣ କରି ଛନ୍ତି ା(ହି.ସ.)

ସମ୍ବନ୍ଧିତ ଖବର

ମୁଖ୍ୟ ଖବର

ଆପଣଙ୍କ ଅଞ୍ଚଳର ଖବର ପଠାନ୍ତୁ

ଫଟୋ ଓ ଭିଡିଓ ଥିଲେ ହ୍ବାଟସ ଅପ ନମ୍ବର9337933340ରେ ପଠାନ୍ତୁ ଆମର ମେଲ ଆଇଡି:news@fmodia.in