ଆଗାମୀ ବର୍ଷରେ ୫୦ ଲକ୍ଷ କ୍ଷୁଦ୍ର ଓ ନାମ ମାତ୍ର ଚାଷୀ ପରିବାର ସହ ୨୫ ଲକ୍ଷ ଭୂମିହୀନ କୃଷକ ପରିବାରକୁ କାଳିଆ ଯୋଜନାରେ ସହାୟତା ଯୋଗାଇ ଦିଆ ଯିବାକୁ ଲକ୍ଷ୍ୟ – ରାଜ୍ୟପାଳ

FMODIA.IN 14-02-2020
Governor says 25lakhs landless farmers will be provided land in odisha

ଭୁୁବନେଶ୍ୱର, ୧୪ ଫେବୃଆରୀ ରାଜ୍ୟପାଳ ତାଙ୍କର ଅଭିଭାଷଣରେ କହିଛନ୍ତି ଯେ ରାଜ୍ୟ ସରକାର ୨୦୧୮-୧୯ରେ ଆରମ୍ଭ କରିଥିବା କାଳିଆ ଯୋଜନା ଆଗାମୀ ବର୍ଷରେ ୫୦ ଲକ୍ଷ କ୍ଷୁଦ୍ର ଓ ନାମ ମାତ୍ର ଚାଷୀ ପରିବାର ସହ ୨୫ ଲକ୍ଷ ଭୂମିହୀନ କୃଷକ ପରିବାରକୁ କାଳିଆ ଯୋଜନାରେ ସହାୟତା ଯୋଗାଇ ଦିଆ ଯିବାକୁ ଲକ୍ଷ୍ୟ ଧ୍ୟାର୍ଯ୍ୟ କରା ଯାଇଛି ।

ସେ କହିଛନ୍ତି ଯେ ରାଜ୍ୟ ସରକାର ୧୧ଟି ଜିଲ୍ଲାରେ ୫୫ଟି ବ୍ଲକରେ ଓଡିଶା ମିଲେଟ ମିଶନ ଆରମ୍ଭ କରିଛନ୍ତି ଓ ଏହାକୁ ୭୨ଟି ବ୍ଲକକୁ ସଂପ୍ରସାରିତ କରିବା ସହ ବିଶେଷ କରି ଜନଜାତି ଅଂଚଳରେ ପ୍ରାୟ ୨୩,୨୩୬ ହେକ୍ଟର ଜମିରେ ଏହି କାର୍ଯ୍ୟକ୍ରମକୁ ହାତକୁ ନିଆ ଯାଇଛି ।