BIG NEWS
ପଥଚାରୀଙ୍କ ଉପରେ ମାଡିଗଲା ଡ଼ମ୍ଫର : ୬ ମୃତ, ଦୁଇ ଗୁରୁତର

2020 ଅକ୍ଟୋବରରେ ମୋଟ ଜିଏସ୍‌ଟି ରାଜସ୍ୱ ସଂଗ୍ରହ ପରିମାଣ 1,05,155 କୋଟି ଟଙ୍କା

FMODIA.IN 02-11-2020
In October 2020, the total GST revenue collection was Rs 1,05,155 crore

ଓଡ଼ିଶାରୁ ଏହି ମାସରେ ସଂଗୃହୀତ ଜିଏସ୍ଟି ପରିମାଣ 2,419 କୋଟି ଟଙ୍କା
ଗତବର୍ଷ ଅକ୍ଟୋବର ତୁଳନାରେ ଚଳିତବର୍ଷ ଏହି ମାସରେ ଓଡ଼ିଶାରୁ 21 ଶତାଂଶ ଅଧିକ ଜିଏସ୍ଟି ଆଦାୟ ହୋଇଛି

ନୂଆଦିଲ୍ଲୀ, 02 ନଭେମ୍ବର |2020 ଅକ୍ଟୋବରର ମାସରେ ଓଡିଶା ସମେତ ସମଗ୍ର ଦେଶରେ ମୋଟ ଜିଏସ୍ଟି ରାଜସ୍ୱ ସଂଗ୍ରହ 1,05,155 କୋଟି ଟଙ୍କା ହୋଇଛି । ସେଥିମଧ୍ୟରୁ ସିଜିଏସ୍ଟି ପରିମାଣ 19,193 କୋଟି ଟଙ୍କା, ଏସ୍ଜିଏସ୍ଟି 25,411 କୋଟି ଓ ଆଇଜିଏସ୍ଟି ପରିମାଣ 52,540 କୋଟି ଟଙ୍କା ଥିବା ସରକାରୀଭାବେ ଜଣାପଡିଛି । ଏଥିରେ ଆମଦାନୀ ସାମଗ୍ରୀ ଉପରୁ ସଂଗୃହୀତ ଟିକସ ରାଜସ୍ୱର ପରିମାଣ 23,375 କୋଟି ଟଙ୍କା ଅନ୍ତର୍ଭୁକ୍ତ । ଏହାଛଡା ଏହି ମାସରେ ସାମଗ୍ରୀ ରପ୍ତାନୀ ଉପରୁ ଆଦାୟ 932 କୋଟି ଟଙ୍କାର ରାଜସ୍ୱ ସମେତ ମୋଟ 8,011କୋଟି ଟଙ୍କାର ସେସ୍ ବା ଉପକର ସଂଗୃହୀତ ହୋଇଛି । ଚଳିତବର୍ଷ ଅକ୍ଟୋବରର 31 ସୁଦ୍ଧା 80 ଲକ୍ଷ ଜିଏସ୍ଟିଆର-3ବି ରିଟର୍ଣ୍ଣ ଫାଇଲ କରାଯାଇଛି । ଓଡ଼ିଶାରୁ ଏହି ମାସରେ ମୋଟ 2,419 କୋଟି ଟଙ୍କାର ଜିଏସ୍ଟି ସଂଗୃହୀତ ହୋଇଛି । ଗତବର୍ଷ ଅକ୍ଟୋବରର ତୁଳନାରେ ଏହି ଜିଏସ୍ଟି ସଂଗ୍ରହ 21 ଶତାଂଶ ଅଧିକ । ଗତବର୍ଷ ଅକ୍ଟୋବରର ମାସରେ ଓଡିଶାରୁ 1994 କୋଟି ଟଙ୍କାର ଜିଏସ୍ଟି ଆଦାୟ ହୋଇଥିଲା ।

କରୋନା ମହାମାରୀ ଯୋଗୁଁ ଜିଏସ୍ଟି ଆଦାୟ ଗୁରୁତରଭାବେ ପ୍ରଭାବିତ ହୋଇଥିଲା । ଏ ବର୍ଷ ଜୁଲାଇ-ଅଗଷ୍ଟ ମାସରେ ଏହା ଧାର୍ଯ୍ୟ ଲକ୍ଷ୍ୟଠାରୁ ତଳେ ଥିଲା । ତେବେ ସେପ୍ଟେମ୍ବରରୁ ଏହା ଅଭିବୃଦ୍ଧି ପରଲକ୍ଷିତ ହୋଇଛି ।
ଚଳିତବର୍ଷ ଅକ୍ଟୋବରର ମାସରେ ଜିଏସଟି ବାବଦରେ ଯେଉଁ ଟିକସ ରାଜସ୍ୱ ଆଦାୟ ହୋଇଛି ତାହା ଗତବର୍ଷର ସେହିମାସ ତୁଳନାରେ 10 ଶତାଂଶ ଅଧିକ । ଏହି ସମୟ ମଧ୍ୟରେ ଆମଦାନୀ ସାମଗ୍ରୀ ଉପରୁ 9 ଶତାଂଶ ଅଧିକ ରାଜସ୍ୱ ଆଦାୟ ହୋଇଛି । ସେହିଭଳି ସେବା ଆମଦାନୀ ସମେତ ଘରୋଇ ମାଲପରିବହନ ଓ ଚାଲାଣ କ୍ଷେତ୍ରରେ ଆଦାୟ ହେଉଥିବା ଜିଏସ୍ଟି ରାଜସ୍ୱ ଗତବର୍ଷ ଅକ୍ଟୋବରର ତୁଳନାରେ 11 ଶତାଂଶ ଅଧିକ ବଢିଛି । ଜିଏସ୍ଟି ରାଜସ୍ୱର ଅଭିବୃଦ୍ଧି ଚଳିତବର୍ଷ ଜୁଲାଇ, ଅଗଷ୍ଟ ଓ ସେପ୍ଟେମ୍ବରରେ ଯଥାକ୍ରମେ -14%, -8% ଏବଂ 5 ଶତାଂଶ ଥିଲା । ଏଥିରୁ ଅର୍ଥନୀତିରୁ ପୁନରୁଦ୍ଧାର ଚିତ୍ର ସ୍ପଷ୍ଟ ପ୍ରତୀୟମାନ ହୁଏ । କ୍ରମଶଃ କାରବାର ବଢିବା ସହିତ ଜିଏସ୍ଟି ଆଦାୟ ମଧ୍ୟ ବଢିବାରେ ଲାଗିଛି ।