BIG NEWS
ଆଜି ଅବପାତରେ ପରିଣତ ହେବ ଲଘୁଚାପ , ୨୪ ଯାଏଁ ଓଡିଶାରେ ବର୍ଷା

କଣିହାଁ ଡେରେଙ୍ଗ JITPLରେ ସାମାଜିକ ଦାୟିତ୍ୱବୋଧ କାର୍ଯ୍ୟ ଫାର୍ସରେ ପରିଣତ : ସମସ୍ତଙ୍କ ମୁହଁରେ ବନ୍ଧା ହୋଇଛି ତୁଣ୍ଡି !

FMODIA.IN 15-10-2020
Kaniha Dereng JITPL company neglected periphery development work

Fast Mail News

Bhubaneswar : ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ଅନ୍ତର୍ଗତଡେରେଙ୍ଗ ଗ୍ରାମରେ ଥିବା ଜିନ୍ଦଲ ଇଣ୍ଡିଆ ଥର୍ମାଲ ପାୱାର ଲିମିଟେଡ଼ ( ଜେ ଆଇ ଟି ପି ଏଲ JITPL)ର ସି ଏସ ଆର (ସାମାଜିକ ଦାୟିତ୍ୱବୋଧ କାର୍ଯ୍ୟକ୍ରମ)କାର୍ଯ୍ୟ ଏଠାରେ ଏକପ୍ରକାର ଫାର୍ସରେ ପରିଣତ ହୋଇଥିବା ସ୍ପଷ୍ଟ ଦେଖିବାକୁ ମିଳିଛି l ପ୍ରାୟ 6/7 ବର୍ଷ ହେଲା କମ୍ପାନୀ ଏଠି ସମସ୍ତଙ୍କୁ ଅର୍ଥ ବଳରେ କିଣିନେଇ ନିଜର ଏକଛତ୍ରବାଦ ଶାସନ ଚଳେଇଥିବାନେଇ ଗୁରୁତର ଅଭିଯୋଗ ହେଇଆସୁଛି l ମାତ୍ର ଟପ ଟୁ ବଟମ ସମସ୍ତେ ନିରବ ରହିଆସୁଛି l କମ୍ପାନୀର ପେରିଫେରୀ କାର୍ଯ୍ୟ ତଥା ସାମାଜିକ ଦାୟିତ୍ୱବୋଧ କାର୍ଯ୍ୟକ୍ରମ ବାବଦରେ କେହି ପ୍ରଶ୍ନ କଲେ କମ୍ପାନୀର ଗୁଣ୍ଡା ଓ ଚାମଚା ମାନଙ୍କ ଦ୍ୱାରା ଅଭିଯୋଗକାରୀର ମୁହଁ କଳେ ବଳେ କୌଶଳେ ବନ୍ଦ କରି ଦିଆଯାଉଥିବା ଅଭିଯୋଗ ହେଊଛି l ଆଜି ଦିନରେ ଏହାଠୁ ବଳି ଦୁର୍ଭାଗ୍ୟଜନକ ଘଟଣା ଆଉ କଣ ହେଇପାରେ?

ସବୁଠୁ ପରିତାପର ବିଷୟ ହେଉଛି, ଯେ ଗତ ମାର୍ଚ୍ଚ ମାସରୁ ମହାମାରୀ କରୋନା କଣିହାଁ ବ୍ଲକ ଅଂଚଳରେ ଆତଙ୍କ ସୃଷ୍ଟି କରି ଏଠାକାର ଜନସାଧାରଣଙ୍କୁ ଭୀତତ୍ରସ୍ତ କରି ପକାଉଥିବା ବେଳେ JITPL କମ୍ପାନୀ ସାଧାରଣ ଭାବେ କମ୍ପାନୀ ଚାରିପାଖେ ଥିବା ଗ୍ରାମର ଜଣେ ବି ବ୍ୟକ୍ତିଙ୍କୁ ମାସ୍କ ଟିଏ ମଧ୍ୟ ନଦେବା ଅତି ପରିତାପର ବିଷୟ l

ସାମାଜିକ ଦାୟିତ୍ୱବୋଧ କାର୍ଯ୍ୟକ୍ରମରେ ସ୍ଥାନୀୟ ଜନସାଧାରଣଙ୍କୁ ସାମିଲ କରିବା ବହୁତ ଦୂର କଥା l କାରଣ ଏଠି କମ୍ପାନୀ ପରିସରକୁ ଦେଖିବାପରେ ମନରେ ପ୍ରଶ୍ନ ଆସିବ ଯେ ଏହା ନିଶ୍ଚିତ ପକ୍ଷେ କୌଣସି ବଣ ଜଙ୍ଗଲ ହୋଇଥିବ l କାରଣ କମ୍ପାନୀ ନିଜେ ଯେଉଁଠି ପରିଷ୍କାର ରହିପାରୁନି, ସେଠି ସାଧାରଣ ଜନତାଙ୍କ ସ୍ୱଚ୍ଛତା କଥା କିଏ କହିବ? ମୋଟାମୋଟି କମ୍ପାନୀର ଚତୁର୍ପାର୍ଶ୍ୱରେ ଥିବା ଗ୍ରାମ ଗୁଡିକରେ କମ୍ପାନୀ ପକ୍ଷରୁ ଏଯାଏ କୌଣସି ସାମାଜିକ ଦାୟିତ୍ୱବୋଧ କାର୍ଯ୍ୟକ୍ରମ କରାଯାଇନଥିବା ଦେଖିବାକୁ ମିଳିଛି l

ଡେରେଙ୍ଗଠାରୁ NTPC, ତେଲିସିହଁl ବାଇପାସ ଯାଏ 11 କିଲୋମିଟର ବ୍ୟାପି ରାସ୍ତାରେ ପ୍ରତି ରାତିରେ ଶହ ଶହ ସଂଖ୍ୟାରେ କୋଇଲା ବୋଝେଇ ଭାରୀଯାନ ଯିବା ଆସିବl କରିବାଦ୍ୱାରା ଉକ୍ତ ରାସ୍ତା ଦେଇ ଦିନବେଳେ ବି ଭୟ ସୃଷ୍ଟି ହେଉଛି, ରାତ୍ରିର କଥା ଛାଡ଼ନ୍ତୁ l ଏହି ରାସ୍ତାରେ ପ୍ରତିଦିନ ହଜାର ହଜାର ଲୋକ ଯିବା ଆସିବl କରିବା ସହିତ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବହୁ ଅଧିକାରୀ,କୁଜିନେତା, କମ୍ପାନୀ ଗୁଣ୍ଡା, ସ୍ଥାନୀୟ ଅଧିବାସୀ, ସମସ୍ତେ ଯିବା ଆସିବା କରିଥାନ୍ତି ଓ ପରିସ୍ଥିତିକୁ ନିଜେ ପରଖି ଥାନ୍ତି । କିନ୍ତୁ ମୁହଁରେ ତୁଣ୍ଡି ବନ୍ଧାଯାଇଥାଏ । ତେଣୁ ସମସ୍ତେ ନିରବ ରହି ନିଜକୁ ସୁରକ୍ଷିତ ରଖିବାକୁ ଚେଷ୍ଟା କରିଥାନ୍ତି l କାରଣ ଆପେ ବଞ୍ଚିଲେ ବାପ ର ନା l କାଦୁଅକୁ ପଶିବାନି ଏବଂ ଗୋଡ଼ ଧୋଇବାନି......... l

ସୂଚନା ଯୋଗ୍ୟ ଯେ,ଡେରେଙ୍ଗ ଓ ଘଂଟିଆନାଳୀ ଗ୍ରାମର ମଧ୍ୟବର୍ତ୍ତୀ ଅଂଚଳରେ ପ୍ଲାଣ୍ଟ ବସେଇବା ପୂର୍ବରୁ, ଗ୍ରାମବାସୀ ମାନଙ୍କୁ ପ୍ରଲୋଭନ ଦେଖାଇ କମ୍ପାନୀ କର୍ତ୍ତୃପକ୍ଷ ହାତୀ ଦେବୀ, ଘୋଡା ଦେବି ପେହେଁକାଳୀ ବି ବଜେଇ ଦେବି ଏମିତି ଯେ ଗ୍ରାମର ଅଧିବାସୀଙ୍କୁ ଡେରେଙ୍ଗ ଓ ଘଣ୍ଟିଆନାଳୀ ଗ୍ରାମ ଏକ ସହର /ଟାଉନରେ ପରିଣତ କରାଇ ଦେବାକୁ କହି କାରକାନା ସ୍ତାପିତ କରି ଦେଲେ । ମାତ୍ର ବାସି ଗଲେ ଖସି ଯାଏ ନ୍ୟାୟରେ କମ୍ପାନୀର ପୂର୍ବ ଭାଷଣ, ଭାଷଣରେ ସିନା ରହିଯାଇଛି ହେଲେ ପ୍ଲାଣ୍ଟ ପୂର୍ବର ଗୋଟିଏ ବି ପ୍ରତିଶୃତି କାର୍ଯ୍ୟକାରୀ ହୋଇପାରିନି l

ଅନ୍ୟପକ୍ଷରେ ସମ୍ପୃକ୍ତ ଗ୍ରାମର ଅଧିବାସୀ ପୂର୍ବରୁ ଯେତେଥର କମ୍ପାନୀର ପେରିଫେରୀ କାର୍ଯ୍ୟ ଆରମ୍ଭ କରିବା ନିମନ୍ତେ ଏକଜୁଟ ହୋଇ ଆନ୍ଦୋଳନ କରିବାକୁ ଆଗେଇ ଆସିଛନ୍ତି, ସମ୍ପୃକ୍ତ କମ୍ପାନୀ ବିଭିନ୍ନ ଫନ୍ଦି ଫିକର କରି ଗ୍ରାମବାସୀଙ୍କ ମଧ୍ୟରେ କଳି ଝଗଡା ଲଗେଇ ପେରିଫେରି କାର୍ଯ୍ୟ ଉପରୁ ସେମାନଙ୍କ ନଜର ହଟେଇବାରେ ସଫଳ ହୋଇଥାଏ l

କମ୍ପାନୀ ଏଠି ନିଜେ ଭୂତ ହୋଇ ଲାଗିଯାଏ ଓ ନିଜ ସୁବିଧାକୁ ଦେଖି ପୁଣି ଗୁଣିଆ ହୋଇ ଭୂତ ଛଡେଇଥାଏ l ଦୀର୍ଘ ଦଶ ବର୍ଷ ହେଲା କମ୍ପାନୀ ଏଠି ବିଜୁଳି ଉତ୍ପାଦନ କରି କୋଟି କୋଟି ଟଙ୍କା ମୁନାଫା ପାଇଚାଲିଛି ମାତ୍ର ସେଇ ମୁନାଫାର ଏକ ନୁହଁ ଅଧା ପ୍ରତିଶତ ଅର୍ଥ ଗ୍ରାମ୍ୟ ବିକାଶ ରେ ଖର୍ଚ୍ଚ କରିଥିଲେ କମ୍ପାନୀକୁ ଲୋକେ ପୂଜା କରୁଥାନ୍ତେ l କିନ୍ତୁ କମ୍ପାନୀ ଦ୍ୱାରା କ୍ଷତିଗ୍ରସ୍ତ ଗ୍ରାମ ଗୁଡିକର ଯୋଗାଯୋଗ, ପରିମଳ,ବିଦ୍ୟୁତ ସେବା, ପାଇପ ଜଳ ଯୋଗାଣ,ଉତ୍ତମ ସଡ଼କ ବ୍ୟବସ୍ଥା, ଗ୍ରାମ୍ୟ ସ୍ମଶାନ, କମ୍ୟୁନିଟି ସେଣ୍ଟର ଆଦି କୌଣସି ଗୋଟିଏ ବି କାର୍ଯ୍ୟରେ ସହଯୋଗ କରିବା ଏଠି ଦେଖିବାକୁ ମିଳେନି l

ଏଠି jitpl କମ୍ପାନୀର ଆଭ୍ୟନ୍ତରୀଣ ଓ ବାହ୍ୟ ସମସ୍ୟା ବୁଝୁଥିବା କମ୍ପାନୀର ଜଣେ ମୁଖିଆ ଦୀର୍ଘ ବର୍ଷ ହେଲା ତଳଠୁ ଉପର ଯାଏ ସଭିଙ୍କୁ ଅର୍ଥ ବଳରେ ଏକ ପ୍ରକାର ବଶୀଭୂତ କରି ନିଜର ମନାମାନୀ କରିଆସୁଥିବା ସ୍ପଷ୍ଟ ଦେଖିବାକୁ ମିଳିଛି l ଏ ସଂକ୍ରାନ୍ତରେ ସମ୍ପୃକ୍ତ କ୍ଷତିଗ୍ରସ୍ତ ଗ୍ରାମବାସୀଙ୍କ ପକ୍ଷରୁ କୁହାଯାଇଛି ଯେ ନିର୍ଦିଷ୍ଟ ସମୟ ସୀମା ମଧ୍ୟରେ କମ୍ପାନୀ କ୍ଷତିଗ୍ରସ୍ତ ଅଂଚଳରେ ସାମାଜିକ ଦାୟିତ୍ୱବୋଧ କାର୍ଯ୍ୟକ୍ରମ ଓ ପେରିଫେରୀ କାର୍ଯ୍ୟକୁ ଯଥାଶୀଘ୍ର ଆରମ୍ଭ କରିବା ସହିତ ସମ୍ପୂର୍ଣ ନିଯୁକ୍ତି ବ୍ୟବସ୍ଥାକୁ କାର୍ଯକାରୀ କରିବାନେଇ ପଦକ୍ଷେପ ନ ନେଲେ କମ୍ପାନୀକୁ ଅନିର୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ କରିଦିଆଯିବ ଓ ଏଥିପାଇଁ JITPL ସମ୍ପୂର୍ଣ ଭାବେ ଦାୟୀ ରହିବ ବୋଲି ପ୍ରକାଶ କରିଛନ୍ତି l