ମହାମାରୀରେ ମହଙ୍ଗା ମାଡ, ଅଣନିଶ୍ବାସୀ ଖାଉଟି

FMODIA.IN 01-08-2020
mahamarire mahanga mada

ଭଦ୍ରକ, 01 ଅଗଷ୍ଟ : ଗୋଟେ ପଟେ ମହାମାରୀ କରୋନା ସଂକଟ, ଅନ୍ୟପଟେ ମହଙ୍ଗା ମାଡ। ଏହାରି ଭିତରେ ଅଣନିଶ୍ବାସୀ ହୋଇପଡିଲେଣି ସାଧାରଣ ଲୋକ। ବଜାରରେ ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀ ଆଳୁ ସମେତ ପନିପରିବାର ଆକାଶ ଛୁଆଁ ଦର ବୃଦ୍ଧି ନେଇ ବର୍ମାନ ଚିନ୍ତାରେ ଖାଉଟି। ଦୀର୍ଘ ୪ ମାସରୁ ଉଦ୍ଧ୍ର୍ବ ହେବ କରୋନା ପାଇଁ ଲକଡାଉନ୍ ଓ ସଟ୍ଡାଉନ୍ ଭିତରେ ସାଧାରଣ ଲୋକଙ୍କ ଆର୍ଥିକ ସ୍ଥିତି ଏକ ପ୍ରକାର ଦୋହଲି ଯାଇଥିବାବେଳେ ଅତ୍ୟାବଶ୍ୟକୀୟ ସାମଗ୍ରୀ ଦର ବୃଦ୍ଧି ବୋଝ ଉପରେ ନଳିତା ବିଡା ସଦୃଶ୍ୟ ପାଲଟିଛି। ମହାମାରୀ କରୋନା େଯାଗୁଁ ଜୀବନ ଓ ଜୀବିକା ବିପଦରେ ପଡିଥିବା ବେଳେ ପନିପରିବାର ଅହେତୁକ ଦର ବୃଦ୍ଧି ପ୍ରଭାବ ସିଧାସଳଖ ସାଧାରଣ ଲୋକଙ୍କ ଖାଦ୍ୟ ଥାଳି ଉପରେ ପଡିଛି। ଭଦ୍ରକରେ ଦୀର୍ଘ ଦିନ ହେବ ପନିପରିବା ଦର ଅହେତୁକ ବୃଦ୍ଧି ପାଇଥିବା ବେଳେ ବର୍ମାନ ଆଳୁ କେଜି ୩୦ ଟଙ୍କା ଛୁଇଁଛି, ଯାହାକୁ ନେଇ ସାଧାରଣ ଲୋକଙ୍କ ଭିତରେ ଦେଖା ଦେଇଛି ଅସନ୍ତୋଷ। ରାଜ୍ୟ ସରକାର ତଥା ଭଦ୍ରକ ଜିଲା ପ୍ରଶାସନ ଏ ଦିଗରେ ଦୃଷ୍ଟି ଦେଇ ତୁରନ୍ତ ବଜାର ଦର ନିୟନ୍ରଣକୁ ନଆଣିଲେ ସମସ୍ୟା ଆହୁରି ଜଟିଳ ହେବ ବୋଲି କହିଛନ୍ତି ଖାଉଟି। ତେବେ ଲଗାତର ଭାବେ ପେଟ୍ରୋଲ ଓ ଡିଜେଲର ଦର ବୃଦ୍ଧି େଯାଗୁଁ ପରିବହନ ଖଚ୍ର୍ଚ ବୃଦ୍ଧି ଘଟିଛି। ଏଥିସହ ଶ୍ରାବଣ ମାସ ପାଇଁ ପନିପରିବା ଚାହିଦା ଅଧିକ ହେବାରୁ ଦର ବୃଦ୍ଧି ହୋଇଥିବା କହିଛନ୍ତି ବେପାରୀ। ସେହିପରି ଆଳୁ ଆମଦାନୀ ଉପରେ ଦର ବୃଦ୍ଧି େଯାଗୁଁ ଏହାର ପ୍ରଭାବ ବଜାର ଦର ଉପରେ ପଡିଛି ବୋଲି କହିଛନ୍ତି ଆଳୁ ବେପାରୀ। ତେବେ ଏଭଳି ଏକ ଦୁଦ୍ର୍ଧିନ ସମୟରେ ବଜାରରେ ଅତ୍ୟାବଶ୍ୟକୀୟ ସାମଗ୍ରୀର ଅହେତୁକ ଦର ବୃଦ୍ଧି ଏବେ ସାଧାରଣ ଲୋକଙ୍କ ଜୀବନକୁ ଆହୁରି ଦୁର୍ବିସହ କରିଦେଇଛି।