BIG NEWS
କରୋନା ପାଇଁ ୨୨୦୦ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କଲେ ମୁଖ୍ୟମନ୍ତ୍ରୀ
Breaking News

କରୋନା ଗାଇଡ଼ ଲାଇନ୍ କୁ ଅବହେଳା କରି ଚାଲିଛି ଖଣି ଉତୋଳନ

FMODIA.IN 25-03-2020
Mining  in Keonjhar continues, ignoring the corona guidelines

- କର୍ମଚାରୀଙ୍କ ମଧ୍ୟରେ ଅସନ୍ତୋଷ

-ଦୃଷ୍ଟି ଦେବ କି ପ୍ରଶାସନ ?

କେନ୍ଦୁଝର , ୨୫ ମାର୍ଚ୍ଚ - କେନ୍ଦୁଝର ଜିଲ୍ଲା ବଲାଣି ସ୍ଥିତ ରାଷ୍ଟ୍ରାୟତ ଉଦ୍ୟୋଗ ଭାରତୀୟ ଇସ୍ପାତ ପ୍ରାଧିକରଣ(ସେଲ୍) ଅନ୍ତର୍ଗତ ବଲାଣି ଲୌହ ଖଣିରେ କରୋନା ଗାଇଡ଼ଲାଇନ୍ କୁ ପାଳନ କରାଯାଉନଥିବାରୁ କର୍ମଚାରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି । ଗୋଟିଏ ପକ୍ଷରେ ଏହି ଖଣିରେ ଉତୋଳନ ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ସର୍ତ ଭିତିକ ଅନୁମତି ପ୍ରଦାନ କରାଯାଇଥିବା ବେଳେ ଉକ୍ତ ସର୍ତକୁ ଅବହେଳା କରି କେବଳ ଖଣି ଉତୋଲନରେ ଲାଗିପଡିଛି ଖଣି କର୍ତୃପକ୍ଷ । କରୋନା ଭୁତାଣୁ ଯୋଗୁଁ ସାରା ବିଶ୍ୱରେ ହାହାକାର ଲାଗିରହିଥିବା ବେଳେ ଏହାକୁ ପ୍ରତିହତ କରିବାକୁ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି ୟ ସେଥିପାଇଁ ସମସ୍ତ ଅଂଚଳରେ ୧୪୪ ଧାରା ଲାଗୁ କରିବା ସହିତ ଲକ୍ ଡାଉନ୍ ଘୋଷଣା କରାଯାଇ ଲୋକଙ୍କୁ ଘରୁ ନବାହାରିବାକୁ, ଭିଡ଼ ନକରିବା ଓ ସାମାଜିକ ଦୂରତା ବଜାୟ ରଖିବାକୁ ଦେଶର ପ୍ରଧାନମନ୍ତ୍ରୀ ତଥା ରାଜ୍ୟର ମୁଖ୍ୟମନ୍ତ୍ରୀ ବାରମ୍ବାର ଅନୁରୋଧ କରୁଛନ୍ତି । ଅନ୍ୟପକ୍ଷରେ ସରକାର ଷ୍ଟିଲ ସେକ୍ଟରକୁ ଅତ୍ୟାବଶ୍ୟକ ସାମଗ୍ରୀ ଭାବରେ ଗ୍ରହଣ କରି ଷ୍ଟିଲ କ୍ଷେତ୍ରରେ କଂଚା ମାଲ ଭାବରେ ବ୍ୟବହୃତ ଲୌହ ପଥର ଉତୋଳନ ଉପରେ କୌଣସି ରୋକ ଲଗାଇ ନାହାନ୍ତି ।

ତେବେ ଖଣି ଉତୋଳନ ସମୟରେ କରୋନାକୁ ପ୍ରତିହତ କରିବା ଉପରେ ଜୋର ଦେବା ସହିତ କିପରି ସୁରକ୍ଷିତ ଉପାୟରେ ଖଣି ଉତୋଳନ କାର୍ଯ୍ୟ ସମ୍ପାଦନ କରାଯାଇପାରିବ ସେ ନେଇ ବିଭିନ୍ନ ଗାଇଡ଼ ଲାଇନ୍ ପ୍ରସ୍ତୁତ କରାଯାଇ ଖଣି ଉତୋଳନକୁ ଅନୁମତି ପ୍ରଦାନ କରାଯାଇଥିବା ବେଳେ ବଲାଣି ଖଣି କର୍ତୃପକ୍ଷ ଏହାକୁ ପାଳନ କରୁନଥିବାର ପରିଲିକ୍ଷିତ ହେଉଛି । ଗାଇଡ଼ଲାଇନ୍ ଅନୁସାରେ ସାମାଜିକ ଦୂରତା ରକ୍ଷା କରିବା ନିମନ୍ତେ କମ୍ କର୍ମଚାରୀଙ୍କ ଉପସ୍ଥାପନା ବ୍ୟତୀତ ନିୟମିତ ଭାବରେ କାର୍ଯ୍ୟସ୍ଥଳର ସାନିଟାଇଜେସନ୍ , କାର୍ଯ୍ୟସ୍ଥଳରେ କର୍ମଚାରୀଙ୍କୁ ସାବୁନ , ଗ୍ଲୋଭସ, ନୋଜ୍ ମାସ୍କ ଆଦି ଯୋଗାଇଦେବାର ବ୍ୟବସ୍ତା ରହିଛି । ତେବେ ବଲାଣି ଖଣିରେ ଏହାକୁ ପାଳନ କରାଯାଉନଥିବା ସହିତ କର୍ମଚାରୀଙ୍କୁ କାର୍ଯ୍ୟସ୍ଥଳରେ ପହଂଚାଇବାକୁ ବ୍ୟବହୃତ ବୋଲେରୋ , କ୍ୟାମ୍ପର ଗାଡି ଗୁଡିକରେ ନିୟମିତ ସାନିଟାଇଜର ଦ୍ୱାରା ସଫା କରାଯାଉନାହିଁ । ତେବେ ଜୀବନକୁ ବାଜି ଲଗାଇ କାର୍ଯ୍ୟକ୍ଷେତ୍ର ରେ ଯୋଗ ଦେଉଥିବା କର୍ମଚାରୀ ଓ ଠିକା ଶ୍ରମିକଙ୍କ ଦୁର୍ଦଶା ବିଷୟରେ ବଲାଣି ଖଣି ପ୍ରଶାସନପକ୍ଷରୁ ଦୃଷ୍ଟି ଦିଆଯାଉନଥିବାରୁ କର୍ମଚାରୀ ଓ ଠିକାଶ୍ରମିକ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।

ତେବେ ଏପରି କରିବା ଦ୍ୱାରା ବଲାଣି ଅଂଚଳ ନିମନ୍ତେ ବଡ଼ ବିପଦ ସୃଷ୍ଟି ହୋଇଥିବା ବେଳେ ପ୍ରଶାସନ ପକ୍ଷରୁ ଯଥା ଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି ।(ହି.ସ.)

ସମ୍ବନ୍ଧିତ ଖବର

ମୁଖ୍ୟ ଖବର

ଆପଣଙ୍କ ଅଞ୍ଚଳର ଖବର ପଠାନ୍ତୁ

ଫଟୋ ଓ ଭିଡିଓ ଥିଲେ ହ୍ବାଟସ ଅପ ନମ୍ବର9337933340ରେ ପଠାନ୍ତୁ ଆମର ମେଲ ଆଇଡି:news@fmodia.in