ରାଜ୍ୟରେ ଷ୍ଟାର୍ଟ ଅପ ଇକୋ ସିଷ୍ଟମକୁ ମଜବୁତ କରିବା ପାଇଁ ଏମଏସଏମଇ ବିଭାଗ ଓ ଏଚଡିଏଫସି ବ୍ୟାଙ୍କ ମଧ୍ୟରେ ଏକ ବୁଝାମଣା ପତ୍ର (ଏମଓୟୁ) ସ୍ୱାକ୍ଷରିତ

FMODIA.IN 12-02-2020

ଭୁବନେଶ୍ୱର, ୧୨ ଫେବୃଆରୀ ଓଡିଶାରେ ଷ୍ଟାର୍ଟ ଅପ ଇକୋ ସିଷ୍ଟମକୁ ମଜବୁତ କରିବା ଉଦ୍ଦେଶ୍ୟରେ ଓଡିଶା ସରକାରଙ୍କର ଏମଏସଏମଇ ବିଭାଗ ଓ ଏଚଡିଏଫସି ବ୍ୟାଙ୍କ ମଧ୍ୟରେ ଏକ ବୁଝାମଣା ପତ୍ର (ଏମଓୟୁ) ହସ୍ତାକ୍ଷର କରା ଯାଇଛି । ସ୍ଥାନୀୟ ଖାରବେଳ ଭବନ ଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଏହି ବୁଝାମଣା ପତ୍ର ସ୍ୱାକ୍ଷର କରା ଯାଇଛି । ଶିଳ୍ପ ବିଭାଗର ନିର୍ଦେଶକ ରେଘୁ ଜି ଓ ଏଚଡିଏଫସି ବ୍ୟାଙ୍କର ଗ୍ରୁପ ହେଡ ସ୍ମୀତା ଭଗତ ଏହି ବୁଝାମଣା ପତ୍ରେର ହସ୍ତାକ୍ଷର କରିଥିଲେ ।

ଏହି ଅବସରରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡିଶା ଷ୍ଟାର୍ଟ ଅପ ପଲିସି ଦ୍ୱାରା କରା ଯାଇଥିବା ପ୍ରଗତି କୁ ନେଇ ସନ୍ତୋଷ ପ୍ରକାଶ କରିଥିଲେ । ସେ କହିଥିଲେ ଯେ ଦେଶର ତିନୋଟି ମୁଖ୍ୟ ଷ୍ଟାର୍ଟ ଅପ ହବ ମଧ୍ୟରେ ଓଡିଶାକୁ ସାମିଲ କରିବାକୁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ ।

ଏହି କାର୍ଯ୍ୟକ୍ରମରେ ଏମଏସଏମଇ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ଓଡିଶା ସ୍କିଲ ଡେଭଲପମେଂଟ ଅଥରିଟିର ଅଧ୍ୟକ୍ଷ ସୁବ୍ରତ ବାଗଚୀ. ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ , ଏମଏସଏମଇ ବିଭାଗର ପ୍ରମୁଖ ସଚିବ ହେମନ୍ତ ଶର୍ମା ଓ ଅନ୍ୟ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ ।