BIG NEWS
ଆଜି ଅବପାତରେ ପରିଣତ ହେବ ଲଘୁଚାପ , ୨୪ ଯାଏଁ ଓଡିଶାରେ ବର୍ଷା

କଣିହାଁ : ୟୁ.ପି.ଏଲ ର ଖେଳ, ୱାର୍କରଙ୍କ ପାଇଁ କାଳ !

FMODIA.IN 18-10-2020

By Susant K Pradhan

(Fast Mail News) - ଏସିଆ ମହାଦେଶର ସର୍ବବୃହତ ତାପଜ ବିଦ୍ୟୁତ କମ୍ପାନୀ ତଥା ଓଡ଼ିଶାର ଅନୁଗୁଳ ଜିଲ୍ଲା ଅଧିନସ୍ଥ କଣିହାଁ ବ୍ଲକରେ ଥିବା ମହାରତ୍ନ କମ୍ପାନୀ ଏନ.ଟି.ପି.ସି (NTPC) ର ସହଯୋଗୀ କମ୍ପାନୀ ଭାବେ କାର୍ଯ୍ୟ କରୁଥିବା ୟୁ.ପି.ଏଲ (ୟୁଟିଲିଟୀ ପାୱାରଟେକ ଲିମିଟେଡ଼ /ଜଏଣ୍ଟ ଭେଞ୍ଚର ଅଫ ରିଲାଏନ୍ସ ଇନ୍ଫ୍ରା ଆଣ୍ଡ ଏନ ଟି ପି ସି)କମ୍ପାନୀର କେତେକ ଜାଲିଆତି କାରବାର ଓ ଘୋଟାଲା ସମ୍ପର୍କରେ ଗୁରୁତର ଅଭିଯୋଗ ହୋଇଛି । ଏହାକୁ ନେଇ କଣିହାଁ ଓ ଏନ ଟି ପି ସି ଅଞ୍ଚଳ ରେ ଚର୍ଚ୍ଚା ଜୋର ଧରିଛି l

ଅଭିଯୋଗରୁ ଜଣାଯାଇଛି ଯେ ଏନ ଟି ପି ସି ର ସହଯୋଗୀ କମ୍ପାନୀ ଭାବେ ଏଠାରେ ଦୀର୍ଘ ବର୍ଷ ହେଲା କାର୍ଯ୍ୟ କରିଆସୁଥିବା ୟୁ ପି ଏଲ କମ୍ପାନୀର ଆର.ଏମ. (ରେସିଡେଣ୍ଟ ମ୍ୟାନେଜର / ଆବାସିକ ପରିଚାଳକ)ନିଜ ପଦବୀ ର ଅପବ୍ୟବହାର କରି ଜନୈକ ଠିକାଦାରଙ୍କୁ ଠିକାଦାରୀ କାର୍ଯ୍ୟ ସଂକ୍ରାନ୍ତ ରେ ଆବଶ୍ୟକୀୟ ଯୋଗ୍ୟତା ନଥାଇ ମଧ୍ୟ କୋଟି କୋଟି ଟଙ୍କାର ଠିକା କାମ ପ୍ରଦାନ କରିଛନ୍ତି l ଏଠାରେ ଏନ ଟି ପି ସି ଦ୍ୱାରା କ୍ଷତିଗ୍ରସ୍ତ ବହୁ ଶିକ୍ଷିତ ବେକାର ଯୁବକ ସାଧାରଣ ଠିକା କାମ ଖଣ୍ଡେ ପାଇବାପାଇଁ ବାରଦୁଆର ଶୁଣ୍ଡିପିଣ୍ଡା ହେଉଥିବାବେଳେ ତାଳଚେର ଅଞ୍ଚଳ ର ଜନୈକ ବ୍ୟକ୍ତିଙ୍କୁ ଅହେତୁକ ଅନୁକମ୍ପା ଦେଖାଇ ୟୁ ପି ଏଲ ର R. M.ବହୁ ଗୁରୁତ୍ୱପୂର୍ଣ ଠିକା କାମ ପ୍ରଦାନ କରିଥିବା ଅଭିଯୋଗ ହେଉଛି l

ଆହୁରି ମଧ୍ୟ UPLର RM ନିଜ ପସନ୍ଦ ର ଠିକାଦାର ମାନଙ୍କୁ କାର୍ଯ୍ୟାଦେଶ ପ୍ରଦାନ କରୁଥିବାବେଳେ କମ୍ପାନୀରେ ଠିକା ୱାର୍କର ଭାବେ କାର୍ଯ୍ୟ କରୁଥିବା ଗରିବ ଶ୍ରେଣୀର ବ୍ୟକ୍ତିଙ୍କୁ ସରକାର ଙ୍କ ଦ୍ୱାରା ନିର୍ଦ୍ଧାରିତ ସମସ୍ତ ସୁବିଧା ସୁଯୋଗ ନଦେଇ ସେମାନଙ୍କ ସୁରକ୍ଷା କ୍ଷେତ୍ରରେ ଖାମଖିଆଲି ମନୋଭାବ ପୋଷଣ କରୁଥିବା ଅଭିଯୋଗ ହେଉଛି l ଏନ ଟି ପି ସି ପ୍ଲାଣ୍ଟ ଭିତରେ ଥିବା ୟୁ ପି ଏଲ କମ୍ପାନୀ ରେ ସେଫଟି ଅଫିସର ନିଜ କାର୍ଯ୍ୟ ଉପରେ ଧ୍ୟାନ ନଦେଇ ୱାର୍କର ମାନଙ୍କ ଆଟେଣ୍ଡାନ୍ସ ରେଜିଷ୍ଟର ରେ ପ୍ରେଜେଣ୍ଟ /ଆବସେଣ୍ଟ ଲେଖିବାରେ ଗୁରୁତ୍ୱ ଦେଉଥିବା ଦେଖିବାକୁ ମିଳୁଛି l

ଅନ୍ୟ ପାଖରେ ଶ୍ରୀ ପରିଡା ନାମକ କର୍ମଚାରୀ ଏଠାରେ ପିଅନ ପଦବୀରେ କାର୍ଯ୍ୟ କରୁଥିଲେ ମଧ୍ୟ କମ୍ପାନୀର ବହୁ ଗୁରୁତ୍ୱପୂର୍ଣ କାର୍ଯ୍ୟରେ ହସ୍ତକ୍ଷେପ କରି ୱାର୍କର ମାନଙ୍କୁ ମାନସିକ ନିର୍ଯାତନା ଦେଉଥିବା ଜଣାଯାଇଛି l ସୁନ୍ଦରଗଡ଼ର ଦର୍ଲିପଲ୍ଲୀ ସ୍ଥିତ ଏନ ଟି ପି ସିରେ ମଧ୍ୟ କାର୍ଯ୍ୟକ୍ଷମ ଥିବା ୟୁ ପି ଏଲ କମ୍ପାନୀର ଜନୈକ ଅଧିକାରୀ ବହୁ ବେଆଇନ କାର୍ଯ୍ୟରେ ଲିପ୍ତ ଥିବା ଜଣାପଡିବାପରେ ସେଠାରେ ତାଙ୍କୁ ସସ୍ପେଣ୍ଡ କରାଯାଇଥିବାବେଳେ କଣିହାଁ ସ୍ଥିତ ୟୁ ପି ଏଲର ମୁଖ୍ୟଙ୍କ ବିରୋଧରେ ଭିଜିଲାନ୍ସ କେବେ ତଦନ୍ତ କରିବ, ସେନେଇ ଏଠାରେ ଆଲୋଚନା ଚାଲିଛି l

ୟୁ ପି ଏଲ ଅଧୀନରେ କାମ କରୁଥିବା ମେଣ୍ଟେନାନ୍ସ ଓ କଣ୍ଟିଜେନ୍ସି ୱାର୍କର ମାନଙ୍କୁ ନିର୍ଦ୍ଧାରିତ ପ୍ରାପ୍ୟ ଓ ଅନ୍ୟାନ୍ୟ ସୁବିଧା ସୁଯୋଗ ପ୍ରଦାନ ନକରି ନିଜ ମନମୁତାବକ ପ୍ରାପ୍ୟ ପ୍ରଦାନ କରୁଥିବା ସମ୍ପୃକ୍ତ ଠିକାଦାର ଓ ୟୁ ପି ଏଲ କମ୍ପାନୀର ମୁଖ୍ୟଙ୍କ ବିରୋଧରେ ଭିଜିଲାନ୍ସ ବିଭାଗ ପକ୍ଷରୁ ତୁରନ୍ତ ତଦନ୍ତ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ସାଧାରଣରେ ଦାବୀ ହେଉଛି l