କରୋନା ଆତଙ୍କ : ହଂକଂକୁ ବିମାନ ଉଡାଣ ବନ୍ଦ କଲା ସ୍ପାଇସ୍ ଜେଟ୍

FMODIA.IN 14-02-2020
Spice jet stops flight to Hongkong following Novel Corona Virus

ନୂଆଦିଲ୍ଲୀ , ୧୪ ଫେବୃଆରୀ - କରୋନା ଭାଇରସକୁ ଦୃଷ୍ଟିରେ ରଖି ଦିଲ୍ଲୀରୁ ହଂକଂ ଯାଉଥିବା ବିମାନ ଉଡାଣ ବନ୍ଦ ରଖିବାକୁ ସ୍ପାଇସ୍ ଜେଟ୍ ନିଷ୍ପତି ନେଇଛି । ଦିଲ୍ଲୀରୁ ହଂକଂ ଯାଉଥିବା ବିମାନ ଗୁଡ଼ିକର ଉଡ଼ାଣ ଫେବୃଆରୀ ୧୬ରୁ ୨୯ ଯାଏ ବନ୍ଦ ରହିବ ବୋଲି ସ୍ପାଇସ ଜେଟ ପକ୍ଷରୁ ଘୋଷଣା କରାଯାଇଛି ।

ସ୍ପାଇସ ଜେଟ୍ ପକ୍ଷରୁ କୁହାଯାଇଛି ଯେ ଅସ୍ଥାୟୀ ଭାବେ ପ୍ରତିଦିନ ଦିଲ୍ଲୀରୁ ହଂକଂ ଯାଉଥିବା ବିମାନ ଗୁଡ଼ିକର ଉଡ଼ାଣ ବନ୍ଦ କରୁଛି । ଏହି ନିୟମ ଫେବୃଆରୀ ୧୬ରୁ ଫେବୃଆରୀ ୨୯ ଯାଏ ଲାଗୁ ହେବ ।

ଏହାପୂର୍ବରୁ ଇଣ୍ଡିଗୋ ଓ ଏୟାର ଇଣ୍ଡିଆ ପକ୍ଷରୁ ଭାରତ ଓ ଇନା ମଧ୍ୟରେ ଚଳାଚଳ କରୁଥିବା ସମସ୍ତ ବିମାନର ଉଡ଼ାଣ ବନ୍ଦ କରାଯାଇଥିଲା ।