ପାଲା ଆମ ସଂସ୍କୃତି ଓ ପରମ୍ପରା : ଗାୟକ ମଞ୍ଜୁଳ କୈଳାସଚନ୍ଦ୍ର ନାୟକ

FMODIA.IN 29-07-2020
Pala_Odisha_Ep_20

(Fast Mail News) - ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଓଳମଗ୍ରାମର ପିତା ହରିହର ନାୟକ ଓ ମାତା ଗୈାରୀବାଳାଙ୍କ ୧୯୪୯ ମସିହା ନଭେମ୍ବର ମାସ ୧୧ ତାରିଖରେ କୋଳ ମଣ୍ଡନ କରିଥିଲେ କୈଳାସ । ଓଳମଗ୍ରାମର ଏକମାତ୍ର ଗ୍ରହପିପ୍ରଙ୍କ କୂଳରେ ଜନ୍ମିତ କୈଳାସ ଜଣେ ଗ୍ରହବିପ୍ର ତଥା ପାଲା ଗାୟକ ଭାବରେ ଓଡିଶା ସମେତ ପଶ୍ଚିମବଙ୍ଗ, ବିହାର ଓ ଝାଡଖଣ୍ଡ ଅଂଚଳରେ ସୁଖ୍ୟାତି ଅର୍ଜନ କରିବେ ଏ ସଂପର୍କରେ କେବେ ବିଆସ୍ଥା ରଖିନଥିଲେ । ହେଲେ ସମୟଚକ୍ରରେ ସୁଖ୍ୟାତି ଅର୍ଜନ କରିଥିବା ଏହି ମହାନ ବ୍ୟକ୍ତିତ୍ୱଙ୍କ ପାଇଁ ହସି ଉଠିଥିଲା ଗାଁ, ଦାଣ୍ଡ,ଅଗଣା । ମାତ୍ର ଏସମସ୍ତ ତଥ୍ୟ ଜାଣିପାରିଥିଲେ ବାପା ହରିହର ,ଜୌତିଷଗଣନା କରି । ଟିଏମ ଏକାଡେମୀ ଡଅଁରଠାରେ ମ୍ୟାଟ୍ରିକ ପାଶ ପରେ ସଂସ୍କୃତ ଶିକ୍ଷାରେ ଅଣିଜୋ ସଂସ୍କୃତମହା ବିଦ୍ୟାଳୟରେ ଶାସ୍ତ୍ରୀପାଶ କରିଥିଲେ । ପିଲାଟି ଦିନରୁ ସଙ୍ଗୀତ ପ୍ରତି ଅନୁରାଗ ଜାଣିବା ପରେ ବାପା ହରିହର ନିଜର ଜୌତିଷ ବିଦ୍ୟାସହ ପାଲା ଗାୟନ ଶିକ୍ଷା ଦେଇଥିଲେ ।

ପ୍ରଥମ ପାଲାଗୁରୁ ଭାବରେ ନାଁଆମି ଶୁକ ଦାସଙ୍କୁ ପରେ ଗାୟକ ବାଣୀକଣ୍ଠ ପରମାନନ୍ଦ ଶରଣ, ବାଲିପଶି ଶାସନ ଗାୟକ ପିତାମ୍ବର ପଣ୍ଡା,ଗାୟକ ଶେଖର ଜଗନ୍ନାଥ ବେହେରାଙ୍କୁ ଗୁରୁଭାବରେ ଗ୍ରହଣ କରିଥିଲେ । ଓଡିଶାର ଲବ୍ଧପ୍ରତିଷ୍ଠିତ ଗାୟକ ବାଣିକଣ୍ଠକ୍ଷେତ୍ରବାସୀ ମିଶ୍ର, ଗୁରୁ ପରମାନନ୍ଦ ଶରଣ , ଗୁରୁ ପିତାମ୍ବର ପଣ୍ଡା, ଅଭୟ ସ୍ୱାଇଁ , ପ୍ରହଲ୍ଲାଦ ସାହୁ, ଅନିରୁ୍ଧ ପାଣିଗ୍ରାହୀ , କରୁଣାସିନ୍ଧୁ ନାୟକ, ନିଶାକର ଷଡଙ୍ଗୀ, କୂଳମଣୀ ଶତପଥୀ, ହରିବଲ୍ଲଭ ଦାଶ, ଅମର ଦାଶଙ୍କ ପରି ବରିଷ୍ଠ ଗାୟକଙ୍କ ସହିତ ପାଲାଗାୟନ କରି ସୁନାମ ଅର୍ଜନ , ରୈାପ୍ୟ ପଦକ, ମାନପତ୍ର ପାଇପାରିଛନ୍ତି । ଏଭଳି ଏକ ଉଚ୍ଚ ପ୍ରତିଭା ସପନ୍ନ ଗାୟକ ମଂଜୁଳ କୈଳାସଚନ୍ଦ୍ର ନାୟକ ୨୦୧୮ ମସିହା ନଭେମ୍ବର ମାସ ୧୦ ତାରିଖରେ ସମସ୍ତଙ୍କୁ ପରକରି ଚୀର ନିଦ୍ରାରେ ଶୋଇ ରହିଲେ ।

ଭାଗ ସଂଖ୍ୟା 20

ବି.ଦ୍ର : - ମନୋରଂଜନ ପୃଷ୍ଠାରେ ଆପଣଙ୍କ ସଂପର୍କରେ ଲେଖା ପ୍ରକାଶିତ ହେବାକୁ ଚାହୁଁଥିଲେ ଅପରାହ୍ନ ୫ଟା ରୁ ୬ଟା ମଧ୍ୟରେ ୯୪୩୭୨୭୭୨୫୯ ନମ୍ବରରେ ଯୋଗାଯୋଗ କରନ୍ତୁ । ହ୍ୱାଟସଅପରେ ଓଡିଆରେ ଲେଖା ଟି ପଠାଇ ପାରିବେ । ଏଥିସହ ପାଲାକାର ବନ୍ଧୁ, ପାଲାମଂଚର କର୍ମକର୍ତ୍ତାମାନେ ଏହାକୁ ଲାଇକ , ସବସ୍କ୍ରାଇବ କରିବାକୁ ଭୁଲନ୍ତୁ ନାହିଁ ।