ଲୋଡିଂ ବେଳେ କ୍ରେନ୍ ଓଲଟି ୧୦ ମୃତ

FMODIA.IN 01-08-2020
The crane overturned 10 times while loading

ବିଶାଖାପାଟନମ, ୦୧ ଅଗଷ୍ଟ - ଆନ୍ଧ୍ରପ୍ରଦେଶର ବିଶାଖାପାଟନମ ସ୍ଥିତ ହିନ୍ଦୁସ୍ତାନ ଜାହାଜ କାରଖାନାରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଶନିବାର ହିନ୍ଦୁସ୍ତାନ ସିପୟାର୍ଡ ଲିମିଟେଡରେ ଏକ ଲୋଡିଂ ସମୟରେ ଏକ ଭାରୀ କ୍ରେନ୍ ଖସିପଡିବାରୁ ୧୦ ଜଣଙ୍କର ମୃତ୍ୟୁ ଘଟିଛି । ଏଥିରେ ଜଣେ ବ୍ୟକ୍ତି ଆହତ ହୋଇଛନ୍ତି । ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ୱାଇ .ଏସ୍ ଜଗନମୋହନ ରେଡ୍ଡୀ ବିଶାଖାପାଟନମର ଜିଲସ୍ପାଳ ତଥା ସହରର ପୋଲିସ କମିଶନରଙ୍କୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ଦୁର୍ଘଟଣାର ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି ।

ସୂଚନା ଅନୁଯାୟୀ କାରଖାନାର ସିପୟାର୍ଡରେ ଏକ ବିଶାଳ କ୍ରେନ୍ ଖସିପଡିବା ପରେ ଜୀବନ ବଂଚାଇବା ପାଇଁ ଦୌଡାଦୌଡି ଆରମ୍ଭ ହୋଇଯାଇଥିଲା । ଭଙ୍ଗା କ୍ରେନ୍ ତଳେ ଫସି ରହିଥିବା କିଛି ଲୋକଙ୍କୁ ଉଦ୍ଧାର କରାଯାଇଥିଲା । 6:57PM