୨୭ ଗ୍ରାମ ବ୍ରାଉନ ସୁଗାର ଜବତ, ତିନି ଗିରଫ

FMODIA.IN 12-02-2020
27 gram brown sugar seized

ଭୁବନେଶ୍ୱର, ୧୨ ଫେବୃଆରୀ କମିଶନରେଟ ପୋଲିସର ଡ୍ରଗ ଟାସ୍କ ଫୋର୍ସ ଜଟଣୀ ଥାନା ଅଂଚଳରୁ ୨୭ ଗ୍ରାମ ବ୍ରାଉନ ସୁଗାର ଜବତ କରିବା ସହ ଏହି ମାମଲାରେ ତିନି ଜଣଙ୍କୁ ଗିରଫ କରିଛି । କମିଶନରେଟ ପୋଲିସ ପକ୍ଷରୁ ଟ୍ୱିଟ କରି ଏହି ସୂଚନା ଦିଆ ଯାଇଛି ।

ସେମାନଙ୍କର ନିକଟରୁ ତିନୋଟି ମୋବାଇଲ ଫୋନ ଜବତ କରା ଯାଇଛି । ଜବତ କରାଯାଇଥିବା ବ୍ରାଉନ ସୁଗାରର ମୂଲ୍ୟ ଆନୁମାନିକ ତିନି ଲକ୍ଷ ଟଙ୍କା ହେବ ବୋଲି ଜଣା ପଡିଛି ।