ଚାରି କୁଖ୍ୟାତ ଡ଼କାୟତ ଗିରଫ : ୭ ବାଇକ୍ ଜବତ

FMODIA.IN 30-06-2020

ଜୟପୁର, 30 ଜୁନ୍ : ବାଇକ୍ ଚୋରି ରାକେଟରେ ଦୀର୍ଘ ଦିନ ଧରି ସକ୍ରିୟ ଥିବା ଚାରି ଜଣ କୁଖ୍ୟାତ ଡକାୟତଙ୍କୁ କାବୁ କରିବାରେ ସଫଳ ହୋଇଛି ବୋରିଗୁମ୍ମା ପୋଲିସ । ଚାରି ଡକାୟତଙ୍କୁ ନବରଙ୍ଗପୁର ଜିଲାର ବିଭିନ୍ନ ଅଞ୍ଚଳରୁ ଠାବ କରି କାବୁ କରିଛି ପୋଲିସ। ଗିରଫ ଚାରି ଡକାୟତଙ୍କ ଠାରୁ ୭ଟି ବାଇକ୍ ମଧ୍ୟ ଜବତ କରିଛି ପୋଲିସ । ଜବତ ହୋଇଥିବା ୭ ବାଇକ୍ ମଧ୍ୟରୁ ତିନୋଟି ବାଇକ୍ ବୋରିଗୁମ୍ମା ଅଞ୍ଚଳର ହୋଇଥିବା ବେଳେ ଆଉ ଚାରି ବାଇକ୍ କୋଟପାଡ଼ ଥାନା ଅଞ୍ଚଳର। ଗତ ଜାନୁୟାରୀ ମାସଠାରୁ ବୋରିଗୁମ୍ମା ଆଉ କୋଟପାଡ଼ ଅଂଚଳରେ ବେଶ ସକ୍ରିୟ ହୋଇ ଉଠିଥିଲା ଏହି ବାଇକ୍ ଚୋର ରାକେଟ। ଦୀର୍ଘ ୬ ମାସ ପରେ ପୋଲିସ ଚାରି ଜଣ ଡକାୟତକୁ କାବୁ କରିଛି । ଗିରଫ ଅଭିଯୁକ୍ତ ମାନେ ହେଲେ ନବରଙ୍ଗପୁର ଜିଲ୍ଲାର ଖଗପତି ସୌର, ତୁଳରମ ହରିଜନ, ପୁଷ୍ପଦତ ଜାନୀ ଏବଂ ଆସମାନ ଗୌଡ଼ । ଆଉ ଏହି ରାକେଟଟି ଦୀର୍ଘ ବର୍ଷ ଧରି ନବରଙ୍ଗପୁରରେ ଡକାୟତି କରୁଥିଲେ। ଏମାନଙ୍କ ନାମରେ ଜିଲାର ବିଭିନ୍ନ ଥାନାରେ ଅନେକ ଡକାୟତ ମାମଲା ରହିଛି । ଗତ ୬ ମାସ ହେବ ବୋରିଗୁମ୍ମା ଏବଂ କୋଟପାଡ଼ ଅଞ୍ଚଳରେ ଏମାନେ ବେଶ୍ ସକ୍ରିୟ ରହିଥିଲେ । ଏହି ଡକାୟତି ଦଳର ମାଷ୍ଟର ମାଇଣ୍ଡ ଖିଲ ପୂର୍ବରୁ ଗିରଫ ହୋଇ ଜେଲ୍ ରେ ଥିବା ବେଳେ ତାହାର ନିର୍ଦେଶରେ ଏମାନେ ଡ଼କାୟତ କରୁଥିବା ନେଇ ବୋରିଗୁମ୍ମା ଥାନା ଅଧିକାରୀ ସୂଚନା ଦେଇଛନ୍ତି ଆଉ ଏହି ଗିରଫ ଚାରି ଡକାୟତଙ୍କୁ ଆଜି କୋର୍ଟ ଚାଲାଣ କରାଯିବ ବୋଲି ମଧ୍ୟ କହିଛନ୍ତି ।