ମିନିଟ୍ରକ ସହ ୪ ଟନ୍‌ କୋଇଲା ଜବତ , ଡ୍ରାଇଭର ଫେରାର

FMODIA.IN 22-05-2020

ମନୋରଞ୍ଜନ ସାହୁ / ଅନୁଗୁଳ

(FMODIA.IN) - ବଅଁରପାଳ ଥାନା ମହିଧରପୁର ନିକଟରେ ପୋଲିସ ଚଢାଉ କରି ଏକ ମିନିଟ୍ରକରୁ ପ୍ରାୟ ୪ ଟନ୍ର ଚୋରା କୋଇଲା ଜବତ କରିଛି । ବୁଧବାର ରାତିରେ ଏହି ମିନିଟ୍ରକଟି ଚୋରା କୋଇଲା ବୋଝେଇ କରି ଅନୁଗୋଳରୁ ହିନ୍ଦୋଳ ଅଭିମୁଖେ ଆସୁଥିବା ବେଳେ ପୋଲିସ ହାତରେ ଧରାପଡ଼ିଥିଲା । ଘଟଣାସ୍ଥଳରୁ ଟ୍ରାଇଭର ଫେରାର ହୋଇଯାଇଛି । ଏ ନେଇ ନଂ. ୧୨୫/୨୦ରେ ଏକ ମାମଲା ରୁଜୁ ହୋଇଛି ।